ETV Bharat / state

ଗୋଁଣ୍ଡ ସମାଜର ସାମ୍ବିଧାନିକ ଅଧିକାର ପାଇଁ ସମ୍ବିଧାନ ପ୍ରଣୟନ - ନବରଙ୍ଗପୁର ସାଂସଦ ରମେଶ ମାଝୀ ନ୍ୟୁଜ

ସମ୍ବଲପୁରରେ ରାଜ୍ୟ ଗୋଁଣ୍ଡୱାନା ଗୋଁଣ୍ଡ ମହାସଭାର ସମ୍ବିଧାନ ପ୍ରଣୟନ ଅଧିବେଶନ ଅନୁଷ୍ଠିତ । ଯୋଗଦେଲେ ନବରଙ୍ଗପୁର ସାଂସଦ ରମେଶ ମାଝୀ । ଅଧିକ ପଢନ୍ତୁ

ଗୋଁଣ୍ଡୱାନା ଗୋଁଣ୍ଡ ମହାସଭାର ସମ୍ବିଧାନ ପ୍ରଣୟନ ଅଧିବେଶନରେ ଯୋଗଦେଲେ ନବରଙ୍ଗପୁର ସାଂସଦ ରମେଶ ମାଝୀ

author img

By

Published : Aug 1, 2022, 12:21 PM IST

ସମ୍ବଲପୁର: ଜିଲ୍ଲା ସ୍ଥିତ ତପସ୍ୱିନୀ ପ୍ରେକ୍ଷାଳୟରେ ରାଜ୍ୟ ଗୋଁଣ୍ଡୱାନା ଗୋଁଣ୍ଡ ମହାସଭାର ସମ୍ବିଧାନ ପ୍ରଣୟନ ଅଧିବେଶନ ଅନୁଷ୍ଠିତ । ଏହି କାର୍ଯ୍ୟକ୍ରମରେ ନବରଙ୍ଗପୁର ସାଂସଦ ରମେଶ ମାଝୀ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ । ଏଥିରେ ରାଜ୍ୟର 20ଟି ଜିଲ୍ଲା ଗୋଁଣ୍ଡ ସମାଜର ପ୍ରତିନିଧି ସାମିଲ ହୋଇଥିଲେ । ଗୋଁଣ୍ଡ ସମାଜର ରାଜ୍ୟ ସଭାପତି ମହେନ୍ଦ୍ର ନାଏକଙ୍କ ଅଧ୍ୟକ୍ଷତାରେ ହୋଇଥିବା ଏହି କାର୍ଯ୍ୟକ୍ରମରେ ଗଣ୍ଡ ଆଦିବାସୀ ଜନଜାତିର ସାମ୍ବିଧାନିକ ଅଧିକାର ତଥା ଶିକ୍ଷ୍ୟା, ସ୍ୱାସ୍ଥ୍ୟ କ୍ଷେତ୍ରରେ ଏହି ସମାଜ କିପରି ଆଗକୁ ବଢିବ ସେନେଇ ଆଲୋଚନା ହୋଇଥିଲା ।

ଗୋଁଣ୍ଡୱାନା ଗୋଁଣ୍ଡ ମହାସଭାର ସମ୍ବିଧାନ ପ୍ରଣୟନ ଅଧିବେଶନରେ ଯୋଗଦେଲେ ନବରଙ୍ଗପୁର ସାଂସଦ ରମେଶ ମାଝୀ

ଏହା ସହ ଗୋଁଣ୍ଡୱାନା ସମାଜର ସାମାଜିକ ସମ୍ବିଧାନ ପ୍ରଣୟନ ନେଇ ଆଲୋଚନା ହେବା ସହ ବଡ଼ଦେଓ ପଞ୍ଜିକାର ଉନ୍ମୋଚନ କରାଯାଇଥିଲା । କାର୍ଯ୍ୟକ୍ରମରେ ନବରଙ୍ଗପୁର ସାଂସଦ ରମେଶ ମାଝୀ, କୁଚିଣ୍ଡା ପୂର୍ବତନ ବିଧାୟକ ରବି ନାଏକଙ୍କ ସମେତ ଗୋଁଣ୍ଡ ସମାଜର ବିଶିଷ୍ଟ ବ୍ୟକ୍ତି ସାମିଲ ହୋଇଥିଲେ । ଆଗକୁ ଗୋଁଣ୍ଡ ସମାଜର ଜାତୀୟ ସମ୍ମିଳନୀ ଅନୁଷ୍ଠିତ ହେବ ବୋଲି ସୂଚନା ମିଳିଛି ।

ଇଟିଭି ଭାରତ, ସମ୍ବଲପୁର

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.