ETV Bharat / state

Jharsuguda Bypoll: ନେତା ବାଛୁଛନ୍ତି ଜନତା, 11ଟା ସୁଦ୍ଧା ଲାଇକେରା ବ୍ଲକରେ 30% ମତଦାନ - ଲାଇକେରା ଭୋଟିଂ

ଝାରସୁଗୁଡା ଉପନିର୍ବାଚନ ପାଇଁ ମତଦାନ ଜାରି ରହିଛି । ଲାଇକେରା ବ୍ଲକରେ 11ଟା ସୁଦ୍ଧା 30% ମତଦାନ ହୋଇଛି l ଅଧିକ ପଢନ୍ତୁ

ଝାରସୁଗୁଡା ଉପନିର୍ବାଚନ
Jharsuguda Bypoll
author img

By

Published : May 10, 2023, 11:59 AM IST

Jharsuguda Bypoll

ସମ୍ବଲପୁର: ଭୋଟ ଦେଉଛି ଝାରସୁଗୁଡା । ପୂର୍ବତନ ସ୍ବାସ୍ଥ୍ୟମନ୍ତ୍ରୀ ନବକିଶୋର ଦାସଙ୍କ ଦେହାନ୍ତ ପରେ ଝାରସୁଗୁଡାରେ ଉପନିର୍ବାଚନ ଅନୁଷ୍ଠିତ ହୋଉଛି । ସକାଳ 7ଟାରୁ ମତଦାନ ମତଦାନ କରୁଛନ୍ତି ଝାରସୁଗୁଡାବାସୀ l ଝାରସୁଗୁଡା ବିଧାନସଭା ନିର୍ବାଚନ ମଣ୍ଡଳୀ ଲାଇକେରା ବ୍ଲକରେ ମଧ୍ୟ ମତଦାନ ପ୍ରକ୍ରିୟା ଜାରି ରହିଛି । 11ଟା ସୁଦ୍ଧା 30% ମତଦାନ ହୋଇଛି l

ଲାଇକେରା ବ୍ଲକରେ ଭୋଟ ଗ୍ରହଣ ପାଇଁ ଜିଲ୍ଲା ପ୍ରଶାସନ ପକ୍ଷରୁ ବ୍ୟାପକ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି ଧାଡିରେ ରହି ଶାନ୍ତି ଶୃଙ୍ଖଳାର ସହିତ ଭୋଟ ଦେଉଛନ୍ତି ଭୋଟର । ଝାରସୁଗୁଡା ବିଧାନସଭା ନିର୍ବାଚନ ମଣ୍ଡଳୀର ଲାଇକେରା ବ୍ଲକରେ 11ଟି ସମ୍ବେଦନଶୀଳ ବୁଥ ଥିବା ବେଳେ କିରିମିରା ବ୍ଲକରେ 5ଟି ସମ୍ବେଦନଶୀଳ ବୁଥ ରହିଛି l ଏଥିପାଇଁ ପୋଲିସ ପ୍ରଶାସନ ପକ୍ଷରୁ କଡା ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି । ଏଥର ଜିଲ୍ଲାର ସବୁ ବୁଥର ୱେବ କାଷ୍ଟିଙ୍ଗର ହେଉଛି । ଯିଏ ବିକାଶ କରିବ ସମସ୍ୟା ବୁଝିବ ସେମାନଙ୍କୁ ଭୋଟ ଦେଉଛୁ ବୋଲି କହିଛନ୍ତି ଭୋଟର ।

ଚଳିତ ବର୍ଷର ଏହା ପ୍ରଥମ ନିର୍ବାଚନ । ଉପ ନିର୍ବାଚନରେ 144ଟି ବୁଥରେ କେନ୍ଦ୍ରୀୟ ଅର୍ଦ୍ଧ ସାମରିକ ବାହିନୀ ମୁତୟନ ରହିଛନ୍ତି l ଏହା ସହ 25ଟି ମୋବାଇଲ ପାର୍ଟି ସହ କେନ୍ଦ୍ରୀୟ ସୁରକ୍ଷାବାହିନୀ ରହିଛନ୍ତି l ବର୍ତ୍ତମାନ ପ୍ରବଳ ଗରମ ହେଇଥିବା ବେଳେ 15ଟି ମେଡିକାଲ ଟିମ ନିୟୋଜିତ ହୋଇଥିବା ବେଳେ ପ୍ରତ୍ୟେକ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ମଧ୍ୟ ଅଂଶୁଘାତ ମୁକାବିଲା ପାଇଁ ବ୍ୟବସ୍ଥା ରହିଛି l ଏହା ବ୍ୟତୀତ ପ୍ରତ୍ୟେକ ବୁଥରେ ଥଣ୍ଡା ପାନୀୟ ଜଳର ବ୍ୟବସ୍ଥା କରାଯାଇଛି l ପ୍ରତ୍ୟେକ ବୁଥକୁ ସ୍ଥାନୀୟ ଥାନା ଅଧିକାରୀ ସହ ବରିଷ୍ଠ ପୋଲିସ ଅଧିକାରୀ ପରିଦର୍ଶନ କରୁଛନ୍ତି । ଲାଇକେରା ଓ କିରିମିରା ବ୍ଲକ ଅଞ୍ଚଳରେ ବର୍ତ୍ତମାନ ସୁଦ୍ଧା ଶାନ୍ତି ଶୃଙ୍ଖଳା ସହ ନିର୍ବାଚନ ଜାରି ରହିଛି l ପୂର୍ବାହ୍ନ 11ଟା ସୁଦ୍ଧା ଝାରସୁଗୁଡା ଉପନିର୍ବାଚନରେ 20.38% ମତଦାନ ହୋଇଥିବା ବେଳେ ଲାଇକେରା ବ୍ଲକରେ 11ଟା ସୁଦ୍ଧା 30% ମତଦାନ ହୋଇଛି l

ଏହା ବି ପଢନ୍ତୁ...Jharsuguda Bypoll: ଭୋଟ ଦେଉଛି ଝାରସୁଗୁଡା, ନେତା ବାଛୁଛନ୍ତି ଜନତା

ପ୍ରକାଶଥାଉ କି, ପୂର୍ବତନ ସ୍ବାସ୍ଥ୍ୟମନ୍ତ୍ରୀ ନବକିଶୋର ଦାସଙ୍କ ଦେହାନ୍ତ ପରେ ଝାରସୁଗୁଡାରେ ଉପନିର୍ବାଚନ ହେଉଛି । ନବକିଶୋର ଦାସଙ୍କ ଝିଅ ଦୀପାଳି ଦାସ ମୈଦାନରେ ବିଜେଡି ଯୋଦ୍ଧା ହୋଇ ଯୁଦ୍ଧ ଲଢୁଛନ୍ତି । ତିନି ପ୍ରମୁଖ ଦଳ ବିଜେଡି, ବିଜେପି ଓ କଂଗ୍ରେସର ନବାଗତଙ୍କ ମଧ୍ୟରେ ଲଢେଇ ଆରମ୍ଭ ହୋଇଛି । 6 ପ୍ରାର୍ଥୀଙ୍କ ଭାଗ୍ୟ ନିର୍ଦ୍ଧାରଣ କରୁଛନ୍ତି 2 ଲକ୍ଷ 21 ହଜାର 719ଜଣ ଭୋଟର । ବିଶେଷ କରି ବିଜେଡି, ବିଜେପି ଓ କଂଗ୍ରେସ ମଧ୍ୟରେ ଏକ ତ୍ରିମୁଖୀ ଲଢେଇ ହୋଉଛି । ଆସନ୍ତା 13 ତାରିଖରେ ଉପନିର୍ବାଚନ ଫଳାଫଳ ପ୍ରକାଶ ପାଇବ । ଶଙ୍ଖ ବାଜିବ ନା ପଦ୍ମ ଫୁଟିବ ନା ହାତ ବଳ ଗୋଟାଇବା ତାହା ଉକ୍ତ ଦିନ ସ୍ପଷ୍ଟ ହୋଇଯିବ ।

ଇଟିଭି ଭାରତ, ସମ୍ବଲପୁର

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.