ETV Bharat / state

ବେଆଇନ ବନ୍ଧୁକ ରଖିବା ଅଭିଯୋଗରେ ସମ୍ବଲପୁରରୁ ଜଣେ ଗିରଫ

ରାଜ୍ୟରେ ଦିନକୁ ଦିନ ବୃଦ୍ଧି ପାଉଛି ଅପରାଧିକ କାର୍ଯ୍ୟକଳାପ । ନିଜ ଘରେ ବେଆଇନ ଭାବରେ ଦେଶୀ ବନ୍ଧୁକ ରଖିଥିବା ନେଇ ବିଶ୍ୱସ୍ତ ସୂତ୍ରରୁ ଖବର ପାଇ ଗୋବିନ୍ଦପୁର ପୋଲିସ ଘଟଣାସ୍ଥଳରେ ପହଞ୍ଚି ଜଣେ ଯୁବକକୁ ଗିରଫ କରିଛି । ଅଧିକ ପଢନ୍ତୁ

ବେଆଇନ ବନ୍ଧୁକ ରଖିବା ଅଭିଯୋଗରେ  ସମ୍ବଲପୁରରୁ ଜଣେ ଗିରଫ
ବେଆଇନ ବନ୍ଧୁକ ରଖିବା ଅଭିଯୋଗରେ ସମ୍ବଲପୁରରୁ ଜଣେ ଗିରଫ
author img

By

Published : Feb 16, 2022, 8:26 AM IST

ସମ୍ବଲପୁର: ରାଜ୍ୟରେ ଦିନକୁ ଦିନ ବୃଦ୍ଧି ପାଉଛି ଅପରାଧିକ କାର୍ଯ୍ୟକଳାପ । ବର୍ତ୍ତମାନର ଯୁବପିଢ଼ି ଧୀରେ ଧୀରେ ଅପରାଧିକ ମାମଲା ଅଧିକ ଘଟାଉଥିବା ଜଣାପଡିଛି । ଏହିପରିପ୍ରେକ୍ଷୀରେ ଗତକାଲି(ମଙ୍ଗଳବାର) ଜିଲ୍ଲାର ଜଣେ ଯୁବକକୁ ଗିରଫ କରିଛି ଗୋବିନ୍ଦପୁର ଥାନା ପୋଲିସ ।

ସୂଚନା ଅନୁଯାୟୀ, ସମ୍ବଲପୁର ଜିଲ୍ଲାର ବାମରା, ଗୋବିନ୍ଦପୁର ଥାନା ଅଞ୍ଚଳରେ ବେଆଇନ ଭାବରେ ଦେଶୀ ବନ୍ଧୁକ କାରବାର ଉପରେ ତୀକ୍ଷ୍ଣ ନଜର ରଖିଥିଲା ପୋଲିସ । ଏନେଇ ପୋଲିସ ଅନୁସନ୍ଧାନ ଜାରି ରଖିଥିବା ବେଳେ ନିଜ ଘରେ ବେଆଇନ ଭାବରେ ଦେଶୀ ବନ୍ଧୁକ ରଖିଥିବା ନେଇ ବିଶ୍ୱସ୍ତ ସୂତ୍ରରୁ ଖବର ପାଇ ଗୋବିନ୍ଦପୁର ପୋଲିସ ଘଟଣାସ୍ଥଳରେ ପହଞ୍ଚିଥିଲା ।

ପୋଲିସ ଏଠାରେ ଚଢ଼ାଉ କରି ଗୋଟିଏ ଦେଶୀ ପିସ୍ତଲ ଜବତ କରିବା ସହ ଜଣେ ଯୁବକଙ୍କୁ ଗିରଫ କରାଯାଇଛି । ଗିରଫ ବ୍ୟକ୍ତି ଜଣକ ହେଲେ ଗୋବିନ୍ଦପୁର ଥାନା ରାଗବା ପଞ୍ଚାୟତ ଓରାମପଡା, ଜୁରାପାଲିର ଚନ୍ଦ୍ର ବାଗ । ଏନେଇ ସମ୍ବଲପୁର ଗୋବିନ୍ଦପୁର ଥାନା ପୋଲିସ ପକ୍ଷରୁ ସୂଚନା ଦିଆଯାଇଛି । ପୋଲିସ ଜଣକୁ ଗିରଫ କରି ଅଧିକ ତଦନ୍ତ ଜାରିରଖିଛି ।

ସମ୍ବଲପୁରରୁ ବାଦଶାହା ଜୁସ୍ମନ ରଣା, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.