ETV Bharat / state

ସମ୍ବଲପୁରରେ ଅଗ୍ନିବର୍ଷା, ତାପମାତ୍ରା @46.1 - ସମ୍ବଲପୁର ଗ୍ରୀଷ୍ମ ପ୍ରବାହ

46 ଡିଗ୍ରୀ ପାରଦ ଛୁଇଁଲା ସମ୍ବଲପୁର ତାପମାତ୍ରା। ଅସ୍ତବ୍ୟସ୍ତ ଜୀବନ । ସେପଟେ ପ୍ରଶାସନ ପକ୍ଷରୁ କୈଣସି ବ୍ୟବସ୍ଥା ନଥିବାରୁ ଆସନ୍ତୋଷ ସହରବାସୀ । ଅଧିକ ପଢ଼ନ୍ତୁ

ଜଳୁଛି ସମ୍ବଲପୁର, 46 ଡିଗ୍ରୀ ପାରଦ
ଜଳୁଛି ସମ୍ବଲପୁର, 46 ଡିଗ୍ରୀ ପାରଦ
author img

By

Published : Jun 12, 2023, 10:27 PM IST

ଜଳୁଛି ସମ୍ବଲପୁର, 46 ଡିଗ୍ରୀ ପାରଦ

ସମ୍ବଲପୁର: ତତଲା କଢେଇରେ ଭାଜି ହେଉଛି ସାରା ଓଡିଶା। ଆଉ ସମ୍ବଲପୁରର ଅବସ୍ଥା ଆହୁରି ଗମ୍ଭୀର। ଆଜି ସାରା ରାଜ୍ୟରେ ସମ୍ବଲପୁର ଉତ୍ତପ୍ତ ସହର ହୋଇଥିବା ବେଳେ ତାପମାତ୍ରା ଟପିଛି 46 ଡିଗ୍ରୀ । ଏଭଳି ସ୍ଥିତିରେ ସମ୍ବଲପୁରରେ ସାଧରଣ ଜନ ଜୀଵନ ଅସ୍ତବ୍ୟସ୍ତ ହୋଇ ପଡିଛି । କାରଣ ବିଗତ 7 ଦିନ ହେଲା ସମ୍ବଲପୁର ସହରର ତାପମାତ୍ରା 43 ଉପରେ ରହୁଥିବା ବେଳେ ଆଜି ଏହାର ତାପମାତ୍ରା 46 ଟପିଛି । ଏହିଭଳି ସ୍ଥିତିରେ ସାଧରଣ ଲୋକଙ୍କ ଜୀଵନ ଯାତ୍ରା ବହୁତ ପ୍ରଭାବିତ ହୋଇଛି ।

ସମ୍ବଲପୁର ରେ ଆଷାଢ ରେ ହେଉଛି ଅଗ୍ନିବର୍ଷା । ସକାଳ 9 ଟାରୁ ହିଁ ଏତେ ଗରମ ଅଭୁଭୂତ ହେଉଛି ଯେ ଜରୁରୀ କାର୍ଯ୍ୟ ନଥିଲେ ଲୋକେ ଘରୁ ବାହାରିବାକୁ ଡ଼ରୁଛନ୍ତି । ଅନ୍ୟପଟେ ଯେଉଁମାନେ ଘରୁ ବାହାରୁଛନ୍ତି ସେମାନେ ଛତା ଓ ଗାମୁଛା ଧରି ବାହାରୁଥିବା ଦେଖିବାକୁ ମିଳିଛି । ଗରମରୁ ରକ୍ଷା ପାଇଁ ଲୋକେ ଲସି ଓ ସର୍ବତ ଦୋକାନରେ ଭିଡ଼ ଜମାଉ ଛନ୍ତି । ଅନ୍ୟପଟେ ସହରରେ ଜିଲ୍ଲା ପ୍ରଶାସନ ପକ୍ଷରୁ କୌଣସି ଆଶ୍ରୟ ସ୍ଥଳୀ କି ଜଳ ଛତ୍ର ନଥିବା ଲୋକେ ଆଭିଯୋଗ କରିଛନ୍ତି। ଅସହ୍ୟ ଗରମରୁ ରକ୍ଷା ପାଇବା ପାଇଁ ପ୍ରଶାସନଙ୍କ ପକ୍ଷରୁ କୈଣସି ସୁବିଧା ନଥିବା କାରଣରୁ ଜନଆସନ୍ତୋଷ ଦେଖିବାକୁ ମିଳିଛି।

ସହରରେ ଜନସଂଖ୍ୟା, କଂକ୍ରିଟ କୋଠା ବୃଦ୍ଧି ସହ କଳ କାରଖାନା ଓ ଯାନ ବାହାନରୁ ନିର୍ଗତ ପ୍ରଦୂଷଣ ତାପମାତ୍ର ବୃଦ୍ଧିର କରାଣ । ଏହାସହ ରାସ୍ତା ପ୍ରଶସ୍ତିକରଣ ପାଇଁ ଗଛ କଟାଯିବା ଯୋଗୁଁ ସମ୍ବଲପୁର ସହରର ତାପମାତ୍ରା ଏହିଭଳି ବୃଦ୍ଧି ପାଉଛି ବୋଲି ସ୍ଥାନୀୟ ଲୋକେ କହିଛନ୍ତି । ଅନ୍ୟପଟେ ଏହିଭଳି ତାତିରେ ବୋଝ ଉପରେ ନଳିତା ବିଡା ପରି ଘନଘନ ବିଦ୍ୟୁତ କାଟ ଲୋକଙ୍କ ସମସ୍ୟା ବଢ଼େଇ ଦେଇଛି । ଜୁନ 12 ତାରିଖରେ ସମ୍ବଲପୁର ସହରର ତାପମାତ୍ରା 46.1 ଡିଗ୍ରୀ ସେଲସିୟସ ଥିବା ବେଳେ 11 ତାରିଖ ରେ 43.6 ଡିଗ୍ରୀ ସେଲସିୟସ ରହିଥିଲା। ଏହି ଭଳି ଭାବରେ ଗତ 7 ଦିନ ହେଲା ସମ୍ବଲପୁର ସହରର ତାପମାତ୍ରା 43 ଡିଗ୍ରୀ ଉପରେ ଥିବା ପାଣିପାଗ ବିଭାଗ ସୂଚନାରୁ ଜଣାପଡିଛି। ରାଜ୍ୟର ସର୍ବାଧିକ ତାପମାତ୍ରା ଥିବା ସହର ଭାବେ ରହୁଛି ସମ୍ବଲପୁର ସହର । ତେବେ ଜିଲ୍ଲା ପ୍ରଶାସନ ପକ୍ଷରୁ ଜଳ ଛତ୍ରର ବ୍ୟବସ୍ଥା ହୋଇ ନଥିବାରୁ ସ୍ଥାନୀୟ ଲୋକଙ୍କ ମଧ୍ୟ ରେ ଅସନ୍ତୋଷ ପ୍ରକାଶ ପାଇଛି ।

ଇଟିଭି ଭାରତ, ସମ୍ବଲପୁର

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.