ସମ୍ବଲପୁର: ସମ୍ବଲପୁର ପୋଲିସକୁ ବଡ ସଫଳତା । ତ୍ରିଦେବ ବାଗ ନାମକ ଜଣେ କୁଖ୍ୟାତ ଅପରାଧୀକୁ ଧରିଛି ପୋଲିସ । ଗତ 21 ତାରିଖ ବିଳମ୍ୱିତ ରାତ୍ରୀରେ ତ୍ରିଦେବ ବାଗ, ଦାନୀପାଲିର ସୁଶାନ୍ତ ବେହେରା ନାମକ ଜଣେ ବ୍ୟକ୍ତିଙ୍କୁ ଖଣ୍ଡା ଦେଖାଇ ଧମକ ଚମକ ଦେବା ସହ ଲୁଟ କରିଥିବା ଅଭିଯୋଗ ହୋଇଛି । ଏନେଇ ସୁଶାନ୍ତ ବେହେରାଙ୍କ ପତ୍ନୀ ଡଲି ମହାଳିକ ଅଇଁଠାପାଲି ଥାନାରେ ଏତଲା ଦେଇଥିଲେ ।
ଅଭଯୁକ୍ତ ଜଣକ 21 ତାରିଖ ରାତିରେ ସମ୍ବଲପୁର ସହରର ଧନକଉଡା, ବଡ଼ବଜାର ଆଦି ସ୍ଥାନରେ ଆକ୍ରମଣ, ଧମକ, ଲୁଟ ପରି ଏକାଧିକ ଅପରାଧ କରିଥିବାର ଅଭିଯୋଗ ହୋଇଛି । ଅଭିଯୁକ୍ତଙ୍କ ଠାରୁ 2ଟି ବ୍ୟାଗ, ଗୋଟିଏ ଖଣ୍ଡା, ଟର୍ଚ୍ଚ ଲାଇଟ, ତଥା ଲୁଟରେ ବ୍ୟବହୃତ ଅନେକ ସାମଗ୍ରୀ ଜବତ ହୋଇଛି । ଗତ 21 ତାରିକ ରାତ୍ରିରେ ଅଭିଯୁକ୍ତ ଧନକଉଡା ଅଞ୍ଚଳରେ ଗୋଟିଏ ମେଡ଼ିସିନ ଦୋକାନରେ ଦୋକାନୀଙ୍କୁ ଖଣ୍ଡାରେ ଆକ୍ରମଣ କରି ଲୁଟ କରିଥିବା ସିସିଟିଭିରେ କଏଦ ହୋଇଥିଲା । ତେବେ ଏହି ସିରିଜ ଅପରାଧ ଘଟଣାରେ ସଂପୃକ୍ତ ଅନ୍ୟଜଣେ ଅଭିଯୁକ୍ତଙ୍କୁ ପୋଲିସ ଖୋଜୁଛି ।
ସମ୍ବଲପୁରରୁ ବାଦଶାହ ଜୁସ୍ମନ ରଣା, ଇଟିଭି ଭାରତ