ETV Bharat / state

ସମ୍ବଲପୁରର ପ୍ରସିଦ୍ଧ ଗାନ୍ଧୀ ମନ୍ଦିର, କଟକଣାରେ ପାଳିତ ହେଲା ଗାନ୍ଧୀ ଜୟନ୍ତୀ - ସମ୍ବଲପୁରର ପ୍ରସିଦ୍ଧ ଗାନ୍ଧୀ ମନ୍ଦିର

ଜାତୀୟ ପିତାଙ୍କ 151ତମ ଜନ୍ମ ଜୟନ୍ତୀରେ ଆଜି ସମ୍ବଲପୁରର ଭାତରା ସ୍ଥିତ ପ୍ରସିଦ୍ଧ ମହାତ୍ମା ଗାନ୍ଧୀଙ୍କ ମନ୍ଦିରରେ କୋରୋନା କଟକଣା ଭିତରେ ଜୟନୀ ପାଳିତ ହୋଇଛି। ଏହି କାର୍ଯ୍ୟକ୍ରମ ପୂଜକ ଓ କିଛି ସ୍ଥାନୀୟ କାର୍ଯ୍ୟକର୍ତ୍ତାଙ୍କ ମଧ୍ୟରେ ଗାନ୍ଧୀ ଜୟନ୍ତୀ ପାଳିତ ହୋଇଛି।

ସମ୍ବଲପୁରର ପ୍ରସିଦ୍ଧ ଗାନ୍ଧୀ ମନ୍ଦିର ରେ ଗାନ୍ଧୀ ଜୟନ୍ତୀ ପାଳିତ

author img

By

Published : Oct 2, 2020, 11:13 AM IST

ସମ୍ବଲପୁର: ଆଜି ହେଉଛି ଅକ୍ଟୋବର 2 ତାରିଖ। ଏହି ଦିନରେ ଜାତୀୟ ପିତା ମହାତ୍ମା ଗାନ୍ଧୀ ଜନ୍ମଗ୍ରହଣ କରିଥିଲେ। ତେଣୁ ଆଜିର ଦିନକୁ ଗାନ୍ଧୀ ଜୟନ୍ତୀ ଭାବେ ପାଳନ କରାଯାଏ। ଜାତୀୟ ପିତାଙ୍କ 151ତମ ଜନ୍ମ ଜୟନ୍ତୀରେ ଆଜି ସମ୍ବଲପୁରର ଭାତରା ସ୍ଥିତ ପ୍ରସିଦ୍ଧ ମହାତ୍ମା ଗାନ୍ଧୀଙ୍କ ମନ୍ଦିରରେ କୋରୋନା କଟକଣା ଭିତରେ ଜୟନ୍ତୀ ପାଳିତ ହୋଇଛି। ଏହି କାର୍ଯ୍ୟକ୍ରମ ପୂଜକ ଓ କିଛି ସ୍ଥାନୀୟ କାର୍ଯ୍ୟକର୍ତ୍ତାଙ୍କ ମଧ୍ୟରେ ଗାନ୍ଧୀ ଜୟନ୍ତୀ ପାଳିତ ହୋଇଛି।

ଆଜିର ଏହି ପବିତ୍ର ଦିନ ଅବସର ବିଭିନ୍ନ ସ୍ବେଚ୍ଛାସେବୀ ସଂଗଠନ ପକ୍ଷରୁ ବିଭିନ୍ନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ସମ୍ବଲପୁରର ଭତରା ସ୍ଥିତ ଏହି ଗାନ୍ଧୀ ମନ୍ଦିରରେ ଭଗବାନ ନୁହେଁ ବରଂ ମହାତ୍ମା ଗାନ୍ଧୀଙ୍କୁ ଦଳିତ ଶ୍ରେଣୀର ଲୋକେ ପୂଜା କରି ଆସୁଛନ୍ତି।

ସମ୍ବଲପୁର ଜିଲ୍ଲା ରେଢ଼ାଖୋଲ ନିର୍ବାଚନ ମଣ୍ଡଳୀର ଭୁତପୂର୍ବ ବିଧାୟକ ଅଭିମନ୍ୟୁ କୁମାର ଏହି ମନ୍ଦିର ନିର୍ମାଣ କରିଥିଲେ। ତତ୍କାଳୀନ ମୁଖ୍ୟମନ୍ତ୍ରୀ ନନ୍ଦିନୀ ଶତପଥୀ ଏହାର ଶୁଭ ଉଦଘାଟନ କରିଥିଲେ। ତେବେ ପ୍ରଶାସନିକ ଅବହେଳା ଯୋଗୁଁ ଏହା ରକ୍ଷଣାବେକ୍ଷଣ ଭଲରେ ହୋଇପାରିନଥିବା ସ୍ଥାନୀୟ ଲୋକେ କହିଛନ୍ତି। ତେଣୁ ଆଗକୁ ଏହାର ଉନ୍ନତିକରଣ ପାଇଁ ସ୍ଥାନୀୟ ଲୋକେ ଦାବି କରିଛନ୍ତି।

ସମ୍ବଲପୁରରୁ ବାଦଶାହା ଜୁସ୍ମନ ରଣା, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.