ETV Bharat / state

କୋଭିଡ କଟକଣା ଭୁଲି ଜିଲ୍ଲାପାଳ ଅଫିସ ଘେରିଲେ ଚାଷୀ - framers-protest

ସମ୍ବଲପୁରରେ କୋଭିଡ କଟକଣା ଭୁଲି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଘେରିଲେ ଚାଷୀ । ଜିଲ୍ଲାରେ ଲାଗିରହିଥିବା ବିଭିନ୍ନ କୃଷକ ସମସ୍ୟା ନେଇ ଆଜି ସମ୍ବଲପୁର କୃଷକ ସଙ୍ଗଠନର ଶହ ଶହ ଚାଷୀ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଘେରାଉ କରିଛନ୍ତି । ଅଧିକ ପଢନ୍ତୁ...

framers-protest-in-front-of-the-district-collector-office-of-sambalpur
କୋଭିଡ କଟକଣା ଭୁଲି ଜିଲ୍ଲାପାଳଙ୍କ ଅଫିସ ଘେରିଲେ ଚାଷୀ
author img

By

Published : May 28, 2021, 7:05 PM IST

ସମ୍ବଲପୁର: ସମ୍ବଲପୁରରେ କୋଭିଡ କଟକଣା ଭୁଲି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଘେରିଲେ ଚାଷୀ । ଜିଲ୍ଲାରେ ଲାଗିରହିଥିବା ବିଭିନ୍ନ କୃଷକ ସମସ୍ୟା ନେଇ ଆଜି(ଶୁକ୍ରବାର) ସମ୍ବଲପୁର କୃଷକ ସଙ୍ଗଠନର ଶହଶହ ଚାଷୀ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଘେରାଉ କରିଛନ୍ତି ।

କୋଭିଡ କଟକଣା ଭୁଲି ଜିଲ୍ଲାପାଳଙ୍କ ଅଫିସ ଘେରିଲେ ଚାଷୀ

ମୁଖ୍ୟମନ୍ତ୍ରୀ ଧାନକ୍ରୟ ପ୍ରକ୍ରିୟାରେ 12 ଦିନିଆ ଅବଧି ବିଶିଷ୍ଟ ଟୋକନ ବ୍ୟବସ୍ଥା ଉଚ୍ଛେଦ କରି ଅବଧି ବୃଦ୍ଧି କରିବା, ୟସ ଜନିତ ଅଦିନିଆ ବର୍ଷାରେ ହୋଇଥିବା ଫସଲ ହାନୀର ଆକଳନ କରି କ୍ଷତିପୂରଣ ପ୍ରଦାନ ତଥା ଧାନ ସଂଗ୍ରହ ପ୍ରକ୍ରିୟାରେ ଲାଗିରହିଥିବା ଟାର୍ଗେଟ ସମସ୍ୟାର ସମାଧାନ ପାଇଁ ଆଜି ଚାଷୀମାନେ ଆନ୍ଦୋଳନକୁ ଓହ୍ଲେଇଥିଲେ । ବାରମ୍ବାର ଏହି ସମସ୍ୟା ଗୁଡିକୁ ନେଇ ସିଏସଓ ଅଫିସକୁ ଧାଇଁଲେ ମଧ୍ୟ କୌଣସି ଫଳ ନମିଳିବାରୁ ଆଜି ଚାଷୀମାନେ ଉତ୍ତେଜିତ ହୋଇ ପ୍ରଥମେ ସିଏସଓଅଫିସ ଓ ଡିଆରସିଏସ ଅଫିସରେ ତାଲା ମାରିବା ପରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଘେରାଉ କରିଥିଲେ ।

ବହୁ ସମୟ ଧରି ଜିଲ୍ଲା ପ୍ରଶାସନ ପକ୍ଷରୁ କେହି ଆଲୋଚନା ପାଇଁ ନଆସିବାରୁ ଚାଷୀମାନେ ଉତ୍ତେଜିତ ହୋଇ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟକୁ ପଶିବାକୁ ଚେଷ୍ଟା କରୁଥିବା ସମୟରେ ଅତିରିକ୍ତ ଜିଲ୍ଲାପାଳ ଉମାକାନ୍ତ ରାଜ ଆସି ଚାଷୀଙ୍କ ସହ ଆଲୋଚନା କରି ଏହି ସବୁ ସମସ୍ୟା ଗୁଡିକୁ ସରାକାରଙ୍କ ପାଖରେ ଉପସ୍ଥାପନ କରିବେ ବୋଲି କହିଥିଲେ । ଯାହାପରେ ପରିସ୍ଥିତି ଶାନ୍ତ ପଡିଥିଲା ।

ଅନ୍ୟପଟେ 3 ଦିନ ଭିତରେ ଚାଷୀଙ୍କ ଏହି ସମସ୍ୟାର ସମାଧାନ ନହେଲେ କୋଭିଡ କଟକଣାକୁ ଭୁଲି ଚାଷୀ ଆନ୍ଦୋଳନକୁ ଓହ୍ଲାଇବେ ବୋଲି ସମ୍ବଲପୁର ଜିଲ୍ଲା କୃଷକ ସଙ୍ଗଠନ ପକ୍ଷରୁ ଚେତାବନୀ ଦିଆଯାଇଛି ।

ସମ୍ବଲପୁରରୁ ବାଦଶାହ ଜୁସ୍ମନ ରାଣା, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.