ETV Bharat / state

ଆସିପାରିଲାନି ଆମ୍ବୁଲାନ୍ସ, ବାପାର ଆପ୍ରାଣ ଉଦ୍ୟମ ପରେବି ପ୍ରାଣ ହରାଇଲା ଶିଶୁକନ୍ୟା - ପ୍ରାଣ ହରାଇଲା ଶିଶୁକନ୍ୟା

ରାସ୍ତା ନଥିବାରୁ ଗାଁକୁ ଆସିପାରିଲାନି ଆମ୍ବୁଲାନ୍ସ । ଶେଷରେ ହସ୍ପିଟାଲ ଯାଇନପାରି ପ୍ରାଣ ହରାଇଲା ଶିଶୁକନ୍ୟା । ଅଧିକ ପଢନ୍ତୁ...

ରାସ୍ତା ନଥିବାକୁ ଆସିପାରିଲାନି ଆମ୍ବୁଲାନ୍ସ , ବାପାର ଆପ୍ରାଣ ଉଦ୍ୟମ ପରେବି ପ୍ରାଣ ହରାଇଲା ଶିଶୁକନ୍ୟା

author img

By

Published : Oct 12, 2021, 3:58 PM IST

ସମ୍ବଲପୁର: ନାଳ ସାଜିଲା କାଳ, ରାସ୍ତା ନଥିବାରୁ ଗାଁକୁ ଆସିପାରିଲାନି ଆମ୍ବୁଲାନ୍ସ । ଶେଷରେ ହସ୍ପିଟାଲ ଯାଇନପାରି ପ୍ରାଣ ହରାଇଲା ଶିଶୁକନ୍ୟା । ଏଭଳି ଘଟଣା ଘଟିଛି ଜିଲ୍ଲାର ଘୁଷୁରାମାଲ ପଞ୍ଚାଚୟତର କମଳାନାଳି ଗାଁରେ । ଗ୍ରାମର ଅର୍ଜୁନ ଦେହୁରୀଙ୍କ ୫ ବର୍ଷର ଝିଅ ମିତା ଦେହୁରୀ ସାଙ୍ଗମାନଙ୍କ ସହ ଖେଳୁଥିବାବେଳେ ଅସାବଧାନତା ହେତୁ କୂଅରେ ଖସିପଡିଥିଲେ । ଏନେଇ ପରିବାର ଲୋକେ ଝିଅକୁ ଉଦ୍ଧାର କରି ହସ୍ପିଟାଲ ନେବାକୁ ଆମ୍ବୁଲାନ୍ସକୁ ଯୋଗାଯୋଗ କରିଥିଲେ ।

ରାସ୍ତା ନଥିବାକୁ ଆସିପାରିଲାନି ଆମ୍ବୁଲାନ୍ସ , ବାପାର ଆପ୍ରାଣ ଉଦ୍ୟମ ପରେବି ପ୍ରାଣ ହରାଇଲା ଶିଶୁକନ୍ୟା

ତେବେ ଆମ୍ବୁଲାନ୍ସ ଆସିଲା ସତ ହେଲେ ଗାଁ ରାସ୍ତାରେ ନାଳ ଥିବାରୁ ଆମ୍ବୁଲାନ୍ସଟି ଅଧାବାଟରେ ଅଟକି ଯାଇଥିଲା । ଫଳରେ ଝିଅକୁ ବଞ୍ଚାଇବା ପାଇଁ ବାପା ମୃତ ଝିଅକୁ 2କିମି କାନ୍ଧରେ ବୋହି ଆମ୍ବୁଲାନ୍ସ ପର୍ଯ୍ୟନ୍ତ ଆଣି ରେଢାଖୋଲ ହସ୍ପିଟାଲରେ ଭର୍ତ୍ତି କରିଥିଲେ । ହେଲେ ଡାକ୍ତର ସେଠାରେ ୫ବର୍ଷର ଶିଶୁ କନ୍ୟାକୁ ମୃତ ଘୋଷଣା କରିଥିଲେ । ଏନେଇ ଅଭିଯୋଗ ପରେ ପୋଲିସ ଘଟଣା ସ୍ଥଳରେ ପହଞ୍ଚି ଏକ ଅପମୃତ୍ୟୁ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି । ବର୍ତ୍ତମାନ ପ୍ରଶ୍ନ ଉଠୁଛି ଆଜି ପର୍ଯ୍ୟନ୍ତ ଗାଁକୁ କାହିଁକି ରାସ୍ତା ତିଆରି ହୋଇନାହିଁ।

ସମ୍ବଲପୁରରୁ ବାଦଶାହା ଜୁସ୍ମନ ରଣା, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.