ETV Bharat / state

ଯୁବ ଡାକ୍ତରଙ୍କ ନିଆରା ପ୍ରୟାସ, ଗରିବ ରୋଗୀଙ୍କ ପାଇଁ ଖୋଲିଲେ ମାଗଣା କ୍ଲିନିକ - ଗରିବ ରୋଗୀଙ୍କ ପାଇଁ ମାଗଣା କ୍ଲିନିକ

ଗରିବ ରୋଗୀଙ୍କୁ ମାଗଣାରେ ଚିକିତ୍ସା ଯୋଗାଇବାକୁ ଦେୟମୁକ୍ତ କ୍ଲିନିକ କଲେ ଡାକ୍ତର ଦମ୍ପତି l ଗରିବ ଖଟିଖିଆ ମଜୁରିଆ ବର୍ଗର ଲୋକଙ୍କୁ ସହଜରେ ଓ ମାଗଣାରେ ଦେୟମୁକ୍ତ ପ୍ରାଥମିକ ଚିକିତ୍ସା ଯୋଗେଇବାକୁ ସମ୍ବଲପୁର ସାକ୍ଷୀପଡାରେ ଭୀମସାର ଡାକ୍ତର ସଞ୍ଜୀବ ମିଶ୍ର ଓ ତାଙ୍କ ପତ୍ନୀ କ୍ଲିନିକ ଖୋଲିଛନ୍ତି । ଅଧିକ ପଢ଼ନ୍ତୁ

doctor couple starts free clinic in sambalpur
ଗରିବ ରୋଗୀଙ୍କ ପାଇଁ ମାଗଣା କ୍ଲିନିକ
author img

By

Published : Jul 11, 2023, 9:04 PM IST

ଗରିବ ରୋଗୀଙ୍କ ପାଇଁ ମାଗଣା କ୍ଲିନିକ

ସମ୍ବଲପୁର: ଗରୀବ ରୋଗୀଙ୍କୁ ସାହାଯ୍ୟ କରିବାକୁ ଯୁବ ଡାକ୍ତର ଦମ୍ପତି ଆରମ୍ଭ କରିଛନ୍ତି ନିଆରା ପ୍ରୟାସ । ମାଗଣାରେ ରୋଗୀ ସେବା ଯୋଗାଇ ଦେବା ପାଇଁ ସମ୍ବଲପୁର ସାକ୍ଷୀପଡା ଅଞ୍ଚଳରେ ଖୋଲିଛନ୍ତି ଆରୋଗ୍ୟ କ୍ଲିନିକ । ବସ୍ତି ବାସିନ୍ଦା , ଗରିବ, ଅସହୟଙ୍କୁ ସ୍ୱାସ୍ଥ୍ୟ ସେବା ପ୍ରଦାନ ପାଇଁ ସେ ମାଗଣା କ୍ଲିନିକ ଖୋଲି ରୋଗୀଙ୍କୁ ଚିକିତ୍ସା ଯୋଗାଇ ଦେଉଛନ୍ତି ।

ରୋଗୀଙ୍କ ସେବା କରିବାକୁ ଆଗେଇ ଆସିଥିବା ଏହି ଯୁବ ଡାକ୍ତର ଦମ୍ପତି ହେଲେ ଭୀମସାରରେ ଆସିଷ୍ଟାଣ୍ଟ ପ୍ରଫେସର ଡାକ୍ତର ସଞ୍ଜିବ ମିଶ୍ର ଓ ତାଙ୍କ ପତ୍ନୀ ସିନିୟର ରେସିଡେଣ୍ଟ ଡାକ୍ତର ଗୀତାରାଣୀ ଚୌବେ । ଉଭୟ ଡାକ୍ତର ଦମ୍ପତି ଏହି ଦାୟିତ୍ବ ନିଜ ହାତକୁ ନେଇଛନ୍ତି । ବରଗଡ଼ ସାଂସଦ ସୁରେଶ ପୂଜାରୀଙ୍କ ଏହି କ୍ଲିନିକର ଉଦଘାଟନ କରାଯାଇଛି । ପ୍ରତି ସୋମବାର ରୁ ଶନିବାର ସନ୍ଧ୍ୟା ୬ଟା ୩୦ ରୁ ୮ଟା ପର୍ଯ୍ୟନ୍ତ ରୋଗୀଙ୍କୁ ବିନା ମୂଲ୍ୟରେ ଚିକିତ୍ସା କରିବାକୁ ସମୟ ଧାର୍ଯ୍ୟ କରାଯାଇଛି । ବର୍ତ୍ତମାନ ଯୁବ ଡାକ୍ତର ସଞ୍ଜୀବ ମିଶ୍ର ଭୀମସାର କମ୍ୟୁନିଟି ମେଡିସିନ ବିଭାଗରେ ଆସିଷ୍ଟାଣ୍ଡ ପ୍ରଫେସର ଭାବେ କାମ କରୁଥିବା ବେଳେ ତାଙ୍କ ପତ୍ନୀ ଡାକ୍ତର ଗୀତା ଚୌବେ ଫରେନ୍ସିସ୍ ମେଡିସିନ୍‌ରେ କାର୍ଯ୍ୟରତ ଅଛନ୍ତି ।

ଏହା ମଧ୍ୟ ପଢ଼ନ୍ତୁ: କେନ୍ଦ୍ରାପଡ଼ାରେ ଟଙ୍କିକିଆ କ୍ଲିନିକ, ଚିକିତ୍ସିତ ହେଲେ ଦୁଇଶହରୁ ଊର୍ଦ୍ଧ୍ବ ରୋଗୀ

ତେବେ ନିଜର ଆରୋଗ୍ୟ କ୍ଳିନିକ ଆରମ୍ଭ କରିବାକୁ ନେଇ ଡ.ସଞ୍ଜୀବ ମିଶ୍ର କହିଛନ୍ତି, "ବସ୍ତି ବାସିନ୍ଦା, ଗରିବ, ଅସହାୟ ଲୋକଙ୍କୁ ବିନା ମୂଲ୍ୟରେ ଚିକିତ୍ସା ସେବା ଯୋଗାଇ ଦେବାକୁ ବହୁ ଦିନରୁ ଇଚ୍ଛା ଥିଲା । ଏହି ଇଚ୍ଛା ଆଜି ପୂରଣ ହୋଇଛି । ଏଠାରେ ରୋଗୀଙ୍କୁ ଉନ୍ନତମାନର ଚିକିତ୍ସା ସୁବିଧା ଯୋଗାଇ ଦିଆଯିବ । କ୍ଲିନିକରେ ପ୍ରତ୍ୟେକ ଦିନ ମୁଁ ଚିକିତ୍ସା କରିବାକୁ ଥିବା ବେଳେ ଯେଉଁଦିନ ଅନୁପସ୍ଥିତ ରହିବି ସେହି ଦିନ ପତ୍ନୀ ଏହି କ୍ଲିନିକରେ ରୋଗୀ ସେବା କରିବେ ।"

ସାଧାରଣତଃ ଘରୋଇ କ୍ଲିନିକରେ ଲୋକଙ୍କ ଠାରୁ ଅଧିକ ଫିସ ନେଇ ଲୋକଙ୍କୁ ଚିକିତ୍ସା ଦିଆଯାଉଥିବା ବେଳେ ସହରର ଏହି ଯୁବ ଡାକ୍ତର ଦମ୍ପତିଙ୍କ ଏପରି ନିଆରା ପ୍ରୟାସକୁ ବେଶ ପ୍ରଶଂସା କରାଯାଉଛି । ଆଗକୁ ଏଠାରେ ରୋଗ ଚିହ୍ନଟ ପାଇଁ ବିଭିନ୍ନ ପରୀକ୍ଷାର ବ୍ୟବସ୍ଥା କରାଯିବା ସହ ଅତି କମ ଦାମରେ କିପରି ଔଷଧ ମିଳିବ ସେନେଇ ଚେଷ୍ଟା କରାଯାଉଥିବା ଡା. ସଞ୍ଜୀବ ମିଶ୍ର ସୂଚନା ଦେଇଛନ୍ତି l

ଇଟିଭି ଭାରତ, ସମ୍ବଲପୁର

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.