ETV Bharat / state

Hanuman Jayanti Violence: ସମ୍ବଲପୁରରେ ଲାଗିଲା କର୍ଫ୍ୟୁ

ସମ୍ବଲପୁରରେ ଅପ୍ରିତିକର ପରିସ୍ଥିତି ଏଡାଇବା ପାଇଁ ଲାଗିଲା କର୍ଫ୍ୟୁ । 6ଟି ଥାନା ଅଞ୍ଚଳରେ କର୍ଫ୍ୟୁ ଘୋଷଣା । ଅଧିକ ପଢନ୍ତୁ

curfew imposed in sambalpur
curfew imposed in sambalpur
author img

By

Published : Apr 15, 2023, 7:48 AM IST

Updated : Apr 15, 2023, 2:24 PM IST

curfew imposed in sambalpur

ସମ୍ବଲପୁର: ସମ୍ବଲପୁରରେ ଲାଗିଲା କର୍ଫ୍ୟୁ । ଅନିର୍ଦ୍ଦିଷ୍ଟ କାଳ ପର୍ଯ୍ୟନ୍ତ ଘୋଷଣା ହେଲା କର୍ଫ୍ୟୁ । ଏନେଇ ସମ୍ବଲପୁର ଉପ-ଜିଲ୍ଲାପାଳ ବିଜ୍ଞପ୍ତି ଜାରି କରି ସୂଚନା ଦେଇଛନ୍ତି । ପରବର୍ତ୍ତୀ ଆଦେଶ ଆସିବା ପର୍ଯ୍ୟନ୍ତ କର୍ଫ୍ୟୁ ବଳବତ୍ତର ରହିବ । ସହରର 6ଟି ଥାନା ଅଞ୍ଚଳରେ ଜିଲ୍ଲା ପ୍ରଶାସନ ପକ୍ଷରୁ କର୍ଫ୍ୟୁ ଜାରି କରାଯାଇଛି l ସମ୍ବଲପୁର ଟାଉନ ଥାନା, ଧନୁପାଲି ଥାନା, କ୍ଷେତରାଜପୁର ଥାନା, ଅଇଁଠା ପାଲି ଓ ସଦର ଥାନା, ବରେଇପାଲି ଅଞ୍ଚଳରେ କର୍ଫ୍ୟୁ ଜାରି କରାଯାଇଛି l

curfew imposed in sambalpur

ଗତକାଲି(ଶୁକ୍ରବାର) ହନୁମାନ ଜୟନ୍ତୀ ଶୋଭାଯାତ୍ରା ହେଉଥିବା ବେଳେ ସମ୍ବଲପୁର ସହରର କେତେକ ସ୍ଥାନରେ ଗୋଷ୍ଠୀ ସଂଘର୍ଷ ଓ ଅଗ୍ନିକାଣ୍ଡ ମଧ୍ୟ ହୋଇଥିଲା । ଏଭଳି ପରିସ୍ଥିତିରେ ଅପ୍ରିତିକର ପରିସ୍ଥିତି ଏଡାଇବା ପାଇଁ ଏହି ପଦକ୍ଷେପ ନିଆଯାଇଛି । କର୍ଫ୍ୟୁ ସମୟରେ ଘରୁ ନ ବାହାରିବାକୁ ଜନସାଧାରଣଙ୍କୁ କୁହାଯାଇଛି । ଅତ୍ୟାବଶ୍ୟକ ସାମଗ୍ରୀ କିଣିବା ପାଇଁ ସମୟ ନିର୍ଦ୍ଧାରିତ କରାଯାଇଛି l ସକାଳ 8ଟା ରୁ 10ଟା ଯାଏଁ ଓ ସନ୍ଧ୍ୟା 3ଟା30ରୁ 5.30 ଯାଏ ଅତ୍ୟାବଶ୍ୟକ ସାମଗ୍ରୀ କିଣି ପାରିବେ ଲୋକେ । ଏହି ସମୟରେ କେବଳ ଅତ୍ୟାବଶ୍ୟକ ସାମଗ୍ରୀ ଦୋକାନ ହିଁ ଖୋଲା ରହିବ । ମେଡିକାଲ ଏମରଜେନ୍ସି ପାଇଁ ହେଲ୍ପଲାଇନ ନମ୍ବର ମଧ୍ୟ ଜାରି କରାଯାଇଛି । ଯଦି କୌଣସି ବ୍ୟକ୍ତି ଅସୁସ୍ଥ ହୋଇପଡନ୍ତି ତେବେ 7655800760 ନମ୍ବରରେ ଯୋଗାଯୋଗ କରିପାରିବେ । ସହରରେ କର୍ଫ୍ୟୁ ଲାଗିଥିବା ସମସ୍ତ ଅଞ୍ଚଳରେ ଦୋକାନ, ବଜାର ଓ ବ୍ୟବସାୟିକ ପ୍ରତିଷ୍ଠାନ ସବୁ ବନ୍ଦ ରହିବ l

ସମ୍ବଲପୁର ଏସପିଙ୍କ ସୂଚନା ଦେଇଛନ୍ତି ଯେ, '' ଗତକାଲି 8 ରୁ 9 ଜାଗାରେ ନିଆଁ ଲାଗିଥିଲା l ଅଗ୍ନିକାଣ୍ଡ ଘଟଣାରେ 7 ଜଣଙ୍କୁ ଗିରଫ କରାଯାଇଛି l ବର୍ତମାନ ସମ୍ବଲପୁରରେ 46 ପ୍ଲାଟୁନ ପୋଲିସ ମୁତୟନ ହୋଇଛନ୍ତି l ଏହା ସହ ସମ୍ବଲପୁର ଜିଲ୍ଲାର ବର୍ଡରକୁ ସିଲ କରାଯାଇଛି l ବାହାର ଜିଲ୍ଲା ର ଲୋକଙ୍କୁ ସମ୍ବଲପୁରକୁ ଅଯଥାରେ ଆସିବା କୁ ବାରଣ କରାଯାଇଛି l ଲୋକଙ୍କୁ ଘରେ ରହିବାକୁ ଜିଲ୍ଲା ପ୍ରଶାସନ ପକ୍ଷରୁ ଅପିଲ କରାଯାଇଛି l ''

ଏହା ମଧ୍ୟ ପଢନ୍ତୁ-Hanuman Jayanti violence: ସମ୍ବଲପୁରରେ 48 ଘଣ୍ଟା ପର୍ଯ୍ୟନ୍ତ ଇଣ୍ଟରନେଟ ସେବା ବନ୍ଦ

ସୂଚନା ଯୋଗ୍ୟ ଯେ, ଗତ 12 ତାରିଖରେ ସମ୍ବଲପୁର ଧନୁପାଲି ଛକରୁ ହନୁମାନ ଜୟନ୍ତୀ ସମନ୍ବୟ ସମିତି ପକ୍ଷରୁ ବାଇକ ଶୋଭାଯାତ୍ରା ହୋଇଥିବା ସମୟରେ 2 ଗୋଷ୍ଠୀ ମଧ୍ୟରେ ସଂଘର୍ଷ ଓ ପଥର ମାଡ଼ ହୋଇଥିଲା । ସୁରକ୍ଷା ଦାୟିତ୍ବରେ ଥିବା ପୋଲିସ କର୍ମଚାରୀ ମାନଙ୍କ ଉପରେ ପଥର ମାଡ଼ ହେବାରୁ 15ରୁ ଊର୍ଦ୍ଧ୍ବ ପୋଲିସ କର୍ମୀ ଆହତ ହୋଇଥିଲେ । ଏହାପରେ ପରିସ୍ଥିତି ଅଣାୟତ୍ତ ହୋଇଥିଲା । ସ୍ଥିତି ନିୟନ୍ତ୍ରଣ କରିବାକୁ ପ୍ରଶାସନ ତରଫରୁ ଗୋଟିଏ ପରେ ଗୋଟିଏ ପଦକ୍ଷେପ ଗ୍ରହଣ କରାଯାଉଛି । ପ୍ରଥମେ 144 ଧାରା ଜାରି କରା ପରେ ଇଣ୍ଟରନେଟ ସେବା ମଧ୍ୟ ବନ୍ଦ ରହିଛି । ଗତକାଲି ହନୁମାନ ଜୟନ୍ତୀ ଶୋଭାଯାତ୍ରା ହେଉଥିବା ବେଳେ କେତେକ ସ୍ଥାନରେ ଗୋଷ୍ଠୀ ସଂଘର୍ଷ ଓ ଅଗ୍ନିକାଣ୍ଡ ହୋଇଥିବାରୁ ଆଜି କର୍ଫ୍ୟୁ ଘୋଷଣା କରାଯାଇଛି ।

ଇଟିଭି ଭାରତ, ସମ୍ବଲପୁର

Last Updated : Apr 15, 2023, 2:24 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.