ETV Bharat / state

ନିର୍ବାଚନ ପୂର୍ବରୁ ସଂଗଠନ ସଜାଡୁଛି କଂଗ୍ରେସ, ସ୍ଥାନୀୟ ସମସ୍ୟା ଉପରେ ଫୋକସ

author img

By

Published : Jul 29, 2023, 9:11 AM IST

Updated : Jul 29, 2023, 12:11 PM IST

ଆସନ୍ତା ନିର୍ବାଚନକୁ ଦେଖି କଂଗ୍ରେସ ସ୍ଥାନୀୟ ସମସ୍ୟା ଉପରେ ଫୋକସ କରିଛି । ବର୍ତ୍ତମାନ ସମ୍ବଲପୁର ଜିଲ୍ଲା କଂଗ୍ରେସ ସଭାପତି ଆସଫ ଅଲ୍ଲୀ ଖାନ ଦାୟିତ୍ବ ନେବା ପରେ ଦଳକୁ ସଂଗଠିତ କରିବାକୁ ଚେଷ୍ଟା କରୁଥିବା ଦେଖିବାକୁ ମିଳୁଛି l ଅଧିକ ପଢନ୍ତୁ

ନିର୍ବାଚନ ପୂର୍ବରୁ ସଂଗଠନ ସଜାଡୁଛି କଂଗ୍ରେସ
ନିର୍ବାଚନ ପୂର୍ବରୁ ସଂଗଠନ ସଜାଡୁଛି କଂଗ୍ରେସ
ସଂଗଠନ ସଜାଡୁଛି କଂଗ୍ରେସ

ସମ୍ବଲପୁର: ପୁଣି ନିଜର ସ୍ଥିତିକୁ ସୁଦୃଢ କରିବାକୁ ଚେଷ୍ଟା କରୁଛି କଂଗ୍ରେସ । ଆସଫ ଅଲ୍ଲୀ ଖାନ ସମ୍ବଲପୁର ଜିଲ୍ଲାର ନୂତନ ଜିଲ୍ଲା କଂଗ୍ରେସ କମିଟି ସଭାପତି ଭାବେ ଚୟନ ହେବା ପରେ ବର୍ତ୍ତମାନ କଂଗ୍ରେସ ପକ୍ଷରୁ ବିଭିନ୍ନ କାର୍ଯ୍ୟକ୍ରମ କରାଯାଇ ନିଜର ସ୍ଥିତି ପୂର୍ବପରି ଦୃଢ଼ କରିବାକୁ ଚେଷ୍ଟା କରୁଛି ଦଳ । ଏହାସହ ସ୍ଥାନୀୟ ସମସ୍ୟା ଗୁଡିକୁ ନେଇ ଲୋକଙ୍କ ନିକଟତର ହେବାକୁ ଚେଷ୍ଟା କରୁଛି କଂଗ୍ରେସ । ଆସୁଥିବା ନିର୍ବାଚନକୁ ଦୃଷ୍ଟିରେ ରଖି ପୁରୁଣା ନେତା ଓ କର୍ମୀଙ୍କୁ ପୁଣି ଏକାଠି କରିବାକୁ ସମ୍ବଲପୁର ଜିଲ୍ଲା କଂଗ୍ରେସ ପକ୍ଷରୁ ପ୍ରୟାସ କରାଯାଉଥିବା ଜଣାପଡିଛି ।

ଆସନ୍ତା ନିର୍ବାଚନକୁ ଦେଖି କଂଗ୍ରେସ ସ୍ଥାନୀୟ ସମସ୍ୟା ଉପରେ ଫୋକସ କରିଛି । ମୁଖ୍ୟତଃ ଡ୍ରେନେଜ ସମସ୍ୟା, ପାନୀୟ ଜଳ ଯୋଗାଣ ଅବ୍ୟବସ୍ଥା, ବିଦ୍ୟୁତ କାଟ୍, ସମ୍ବଲପୁର ସହର ମହାନଗର ନିଗମର ମାନ୍ୟତା ପାଇବା ପ୍ରାୟ 10 ବର୍ଷ ହୋଇ ଯାଇଥିଲେ ମଧ୍ୟ ଏଠାରେ ପୌର ନିର୍ବାଚନ ନକରାଇବା, ସ୍ଥାନୀୟ ବିଧାୟକଙ୍କ ଅସୁସ୍ଥତା ଯୋଗୁ ସବୁବେଳେ ଅନୁପସ୍ଥିତ ରହିବା ପ୍ରସଙ୍ଗକୁ ମୁଦ୍ଦା କରୁଛି ଜିଲ୍ଲା କଂଗ୍ରେସ l ଏହାସହ ସମ୍ବଲପୁର ସହରରେ ବିକାଶ ସ୍ଥାଣୁ ହୋଇଯାଇଥିବାବେଳେ ବିଜେଡି ନେତା ଚୁପ ରହିବା ଆଦି ପ୍ରସଙ୍ଗକୁ ନେଇ କଂଗ୍ରେସ ସ୍ୱର ଉତ୍ତୋଳନ କରୁଛି l ରାଜ୍ୟ ରାଜନୀତିରେ 5T ସଚିବଙ୍କ ଅଖଣ୍ଡ କ୍ଷମତା ଓ ନିର୍ବାଚିତ ପ୍ରତିନିଧି ତଥା ମନ୍ତ୍ରୀମାନେ ସଚିବଙ୍କ ଆଗରେ ଅସହାୟ ହେବା ପ୍ରସଙ୍ଗ ମଧ୍ୟ ଜିଲ୍ଲା କଂଗ୍ରେସ ସଭାପତି ଉଠାଇଛନ୍ତି ।

ଅନ୍ୟପଟେ ବିଜେପି ଏହି ପ୍ରସଙ୍ଗ ନେଇ ରାଜ୍ୟ ସରକାରଙ୍କୁ ଟାର୍ଗେଟ କରୁଥିଲେ ମଧ୍ୟ ଉପର ସ୍ତରରେ ବିଜେପି ବିଜେଡିର ଭିତିରିଆ ସମ୍ପର୍କ ଥିବା କଂଗ୍ରେସ ଅଭିଯୋଗ ଆଣିଛି । ଲୋକଙ୍କୁ ବୋକା ବନେଇବା ପାଇଁ ଉଭୟ ବିଜେପି ଓ ବିଜେଡି ନାଟକ କରୁଥିବା କଂଗ୍ରେସ ଅଭିଯୋଗ କରିଛି । "କେନ୍ଦ୍ର ବିଜେପି ସରକାର ଚାହିଁଲେ 5T ସଚିବଙ୍କୁ କେନ୍ଦ୍ରକୁ ଡେପୁଟେସନରେ ନେଇ ପାରିବେ ତେବେ କ'ଣ ପାଇଁ ଏମିତି ପଦକ୍ଷେପ ନିଆଯାଉନି ?" ବୋଲି ରାଜ୍ୟ ବିଜେପିକୁ ପ୍ରଶ୍ନ କରିଛି ସମ୍ବଲପୁର ଜିଲ୍ଲା କଂଗ୍ରେସ l

ଏହା ବି ପଢନ୍ତୁ... ଗାଁ ଗାଁକୁ ଯିବ କଂଗ୍ରେସ, ସରକାରଙ୍କ ବିଫଳତାକୁ ମୁଦ୍ଦା କରି ଜନତାଙ୍କ ସହ କରିବ ଆଲୋଚନା

ଦିନ ଥିଲା ସମ୍ବଲପୁର ଜିଲ୍ଲାର କୁଚିଣ୍ଡା ଓ ରେଙ୍ଗାଲିରେ କଂଗ୍ରେସ ବିଧାୟକ ଥିଲେ । ପରେ ସମ୍ବଲପୁର ଜିଲ୍ଲାରେ ବିଜେଡି ଓ ବିଜେପି ବିଧାୟକ ପ୍ରାର୍ଥୀ ବିଜୟୀ ହେଲେ । ତେବେ ସମ୍ବଲପୁର ଜିଲ୍ଲା କଂଗ୍ରେସକୁ ସଠିକ ନେତୃତ୍ୱ ନମିଳିବାରୁ 2014 ପରେ ଏହାର ସ୍ଥିତି ଦୁର୍ବଳ ହେବାକୁ ଲାଗିଲା । ତେବେ ବର୍ତ୍ତମାନ ସମ୍ବଲପୁର ଜିଲ୍ଲା କଂଗ୍ରେସ ସଭାପତି ଆସଫ ଅଲ୍ଲୀ ଖାନ ଦାୟିତ୍ବ ନେବା ପରେ ଦଳକୁ ସଂଗଠିତ କରିବାକୁ ଚେଷ୍ଟା କରୁଥିବା ଦେଖିବାକୁ ମିଳୁଛି l

ଇଟିଭି ଭାରତ, ସମ୍ବଲପୁର

Last Updated : Jul 29, 2023, 12:11 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.