ETV Bharat / state

ବୁର୍ଲା ସେଣ୍ଟ୍ରାଲ ଲାଇନ ଡବଲ ମର୍ଡର ଘଟଣା: ୪ ଅଭିଯୁକ୍ତ ଗିରଫ - ଡବଲ ମର୍ଡର ଘଟଣା

ବୁର୍ଲା ସେଣ୍ଟ୍ରାଲ ଲାଇନ ଡବଲ ମର୍ଡର ଘଟଣାରେ ୪ ଜଣ ଅଭିଯୁକ୍ତଙ୍କୁ ଗିରଫ କଲା ସମ୍ବଲପୁର ବୁର୍ଲା ପୋଲିସ। ଗତ ମଙ୍ଗଳବାର ରାତିରେ ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଗୋଟିଏ ପରିବାରକୁ ସଂଘବଦ୍ଦ ଭାବରେ ଆକ୍ରମଣ ହୋଇଥିଲା । ଅଧିକ ପଢନ୍ତୁ...

Burla Central Line Double Murder Incident
ବୁର୍ଲା ସେଣ୍ଟ୍ରାଲ ଲାଇନ ଡବଲ ମର୍ଡର ଘଟଣା
author img

By

Published : Nov 12, 2020, 9:57 AM IST

ସମ୍ବଲପୁର: ବୁର୍ଲା ସେଣ୍ଟ୍ରାଲ ଲାଇନ ଡବଲ ମର୍ଡର ଘଟଣାରେ ୪ ଜଣ ଅଭିଯୁକ୍ତଙ୍କୁ ଗିରଫ କଲା ସମ୍ବଲପୁର ବୁର୍ଲା ପୋଲିସ। ଗତ ମଙ୍ଗଳବାର ରାତିରେ ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ବୁର୍ଲା ସେଣ୍ଟ୍ରାଲ ଲାଇନରେ ରହୁଥିବା ବିସୋଇ ପରିବାରଙ୍କ ଉପରେ ଧାରୁଆ ଅସ୍ତ୍ରରେ ସଂଘବଦ୍ଧ ଭାବରେ ଆକ୍ରମଣ ହୋଇଥିଲା । ଏଥିରେ ଦୁଇଜଣଙ୍କ ମୄତ୍ୟୁ ଘଟିଥିବା ବେଳେ ତିନିଜଣ ଗୁରୁତର ଆହତ ହୋଇ ମେଡିକାଲରେ ଚିକିତ୍ସିତ ହେଉଛନ୍ତି ।

ବୁର୍ଲା ସେଣ୍ଟ୍ରାଲ ଲାଇନ ଡବଲ ମର୍ଡର ଘଟଣା

ଏହି ହତ୍ୟାକାଣ୍ଡ ପରେ ଅଭିଯୁକ୍ତଙ୍କୁ ଧରିବା ପାଇଁ ସମ୍ବଲପୁର ଏସପିଙ୍କ ନିର୍ଦ୍ଦେଶରେ ସ୍ବତନ୍ତ୍ର ଟିମ ଗଠନ କରାଯାଇ ବିଭିନ୍ନ ସ୍ଥାନରେ ପୋଲିସ ଚଢାଉ ଜାରି ରଖିଥିଲା । ପୋଲିସ ଚଢାଉ ସମୟରେ ସେଣ୍ଟ୍ରାଲ ଲାଇନ ହତ୍ୟାକାଣ୍ଡ ଘଟଣାର ଅଭିଯୁକ୍ତ ସଞ୍ଜୀବ ସୁନା, ସିବୁ ଛତ୍ରିଆ, ଆସିସ କୁମାର ମେହେର, ରାକେଶ ଶାସିନିଙ୍କୁ ଗିରଫ କରିଛି । ସେମାନଙ୍କଠାରୁ ଫେରାର ହେବାରେ ବ୍ୟବହୃତ କାର ସହ ହତ୍ୟାକାଣ୍ଡରେ ବ୍ୟବହାର ହୋଇଥିବା ଅସ୍ତ୍ରଶସ୍ତ୍ର ଜବତ କରିଛି ସମ୍ବଲପୁର ପୋଲିସ ।

ସମ୍ବଲପୁରରୁ ବାଦଶାହା ଯୁଷ୍ମନ କୁମାର ରଣା, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.