ETV Bharat / state

ବଜେଟ ପରେ ବଢିଲା ପାମ ଅଏଲ ସେସ, ଘାଟାରେ ବ୍ୟବସାୟୀ

author img

By

Published : Feb 12, 2021, 4:40 PM IST

ରୋଡ ସାଇଡ ଫୁଡ ଷ୍ଟଲ ହେଉ କି ବଡବଡ ହୋଟେଲ ସବୁଠି ଖାଇବା ତେଲର ରହିଛି ଗୁରୁତ୍ବ । ହେଲେ ଚଳିତ ବର୍ଷ ସାଧାରଣ ବଜେଟରେ ତେଲ ଦରର ସେସ ବଢିବାରୁ ଏହାର ସିଧାସଳଖ ପ୍ରଭାବ ହୋଲସେଲ ଓ ରିଟେଲ ମାର୍କେଟରେ ପଡିଛି । ଅଧିକ ପଢନ୍ତୁ...

ବଜେଟ ପରେ ବଢିଲା ପାମ ଅଏଲ ସେସ, ଘାଟାରେ ବ୍ୟବସାୟୀ
ବଜେଟ ପରେ ବଢିଲା ପାମ ଅଏଲ ସେସ, ଘାଟାରେ ବ୍ୟବସାୟୀ

ସମ୍ବଲପୁର: ଖାଉଟି ସାମଗ୍ରୀ ଭିତରେ ଅତ୍ୟାବଶ୍ୟକୀୟ ଖାଇବା ତେଲ । ସାଧାରଣ ଲୋକଙ୍କ ଠାରୁ ସମ୍ଭ୍ରାନ୍ତ ଶ୍ରେଣୀର ପରିବାରଙ୍କ କିଚେନ ବଜେଟରେ ରହିଛି ଏହାର ସ୍ବତନ୍ତ୍ର ସ୍ଥାନ । ରୋଡ ସାଇଡ ଫୁଡ ଷ୍ଟଲ ହେଉ କି ବଡବଡ ହୋଟେଲ ସବୁଠି ଖାଇବା ତେଲର ରହିଛି ଗୁରୁତ୍ବ । ଆଉ ଖାଇବା ତେଲମାନଙ୍କ ମଧ୍ୟରେ ଅନ୍ୟତମ ପାମ ଅଏଲ । ଏହାର ଦାମ ସାଧାରଣତଃ ଅନ୍ୟ ତେଲ ଦର ଅପେକ୍ଷା କମ ରହିଥାଏ । ତେଣୁ ପକେଟକୁ ସୁହାଉଥିବାରୁ ପାମ ଅଏଲର କ୍ରେଜ ବି ବେଶ୍ ଅଧିକା । ହେଲେ ଚଳିତ ବର୍ଷ କେନ୍ଦ୍ର ସେସ୍ ବଢିଥିବାରୁ ଏହାର ସିଧାସଳଖ ପ୍ରଭାବ ପଡିଛି ହୋଲସେଲ ଓ ରିଟେଲ ମାର୍କେଟରେ । ଆଉ ବର୍ଦ୍ଧିତ ତେଲ ଦର ଯୋଗୁଁ କ୍ଷତି ସହିଛନ୍ତି ସମ୍ବଲପୁରର ଛୋଟ ଓ ବଡ ବ୍ୟବସାୟୀ ।

ପୂର୍ବରୁ ସୋରିଷ ତେଲ ଓ ବାଦାମ ତେଲକୁ ଲୋକ ଖାଇବା ସାମଗ୍ରୀରେ ବ୍ୟବହାର କରୁଥିଲେ । ପାମ ଅଏଲ ଆସିବା ପରେ ଏହା ଅନ୍ୟ ତେଲ ତୁଳନାରେ ଅପେକ୍ଷାକୃତ ଶସ୍ତା ରହିଥିଲା । ଗତ ଡିସେମ୍ବରରେ 15 କେଜି ପାମ ଅଏଲର ମୂଲ୍ୟ 1800 ଟଙ୍କା ରହିଥିଲା । ଯାହା ଏବେ 1850 ଟଙ୍କାରେ ବିକ୍ରି କରାଯାଉଛି । ତେବେ ଆଗକୁ ଏହାର ଦାମ ବଢି 1900 ଛୁଇଁବ ବୋଲି ଆଶଙ୍କା ଦେଖାଦେଇଛି । ସେହିପରି ନଭେମ୍ବରରେ ଲିଟର ପିଛା ପାମ ଅଏଲ 118 ଟଙ୍କାରୁ ବଢି ଏବେ ତାହା 128ରେ ପହଞ୍ଚିଛି ।

ଏହି ଭଳି ସ୍ଥିତିରେ କଳା ବଜାରୀ ବଢିବା ସହ ନକଲି ତେଲ ବିକ୍ରିର ସମ୍ଭାବନା ରହିଛି । ତେଣୁ ପ୍ରତ୍ୟେକ ଦିନ ଯୋଗାଣ ବିଭାଗର ଟିମ ମାର୍କେଟ ଉପରେ ନଜର ରଖି ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କୁ ଦୈନିକ ରିପୋର୍ଟ ପଠାଉଥିବା ସୂଚନା ଦିଆଯାଇଛି।

ସମ୍ବଲପୁରରୁ ବାଦଶାହ ଜୁସ୍ମନ ରଣା,ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.