ସମ୍ବଲପୁର: ଯୁଜୁମୁରା ଅଞ୍ଚଳର ହାତୀବାରିରେ ଆମ୍ବୁଲାନ୍ସ , ଟ୍ରକ ଓ ବାଇକ ମଧ୍ୟରେ ଧକ୍କା ହୋଇଛି । ଦୁର୍ଘଟଣାରେ 6 ଜଣ ଗୁରୁତର ଆହତ ହୋଇଛନ୍ତି । ଆହତ ମାନଙ୍କୁ ସମ୍ବଲପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି ।
108 ଆମ୍ବୁଲାନ୍ସଟି ବୌଦ୍ଧ ଜିଲ୍ଲାରୁ ବୁର୍ଲା ଯାଉଥିବା ବେଳେ ଟ୍ରକଟି ସମ୍ବଲପୁରରୁ ରେଢ଼ାଖୋଲ ଯାଉଥିଲା । ସେପଟେ ବାଇକଟି ରେଢ଼ାଖୋଲରୁ ସମ୍ବଲପୁର ପଟେ ଆସୁଥିବା ବେଳେ ହାତିବାରୀଠାରେ 3 ଟି ଯାକ ଗାଡି ମୁହାଁମୁହିଁ ଧକ୍କା ହୋଇଥିଲା।
ଆମ୍ବୁଲାନ୍ସରେ 5 ଜଣ ଥିବା ବେଳେ ବାଇକ ରେ 2 ଜଣ ଥିଲେ। ସମସ୍ତ ଆହତଙ୍କ ଚିକିତ୍ସା ଜାରି ରହିଛି ।
ସମ୍ବଲପୁରରୁ ଜୁସ୍ମନ ରଣା,ଇଟିଭି ଭାରତ