ସମ୍ବଲପୁର: ବୁର୍ଲା ଥାନା ଅଞ୍ଚଳ ଗାଁବୁର୍ଲା ଗାଁରେ ଘଟିଛି ଏକ ଦୁଃଖଦ ଘଟଣା । ହୀରାକୁଦ ଡ୍ୟାମର ପାୱାର ଚ୍ୟାନେଲର ପାଣିରେ ବୁଡି ଦୁଇ ବର୍ଷର ଶିଶୁର ମୃତ୍ୟୁ ଘଟିଛି । ସୂଚନା ଅନୁସାରେ ଆଜି(ବୁଧବାର) ଏହି ଅଞ୍ଚଳର କିଛି ଛୋଟ ପିଲା ପାୱାର ଚ୍ୟାନେଲ ନିକଟରେ ଖେଳୁଥିଲେ । ଏହି ସମୟରେ କୁଲୁ ସାହୁ ନାମକ 2 ବର୍ଷର ଶିଶୁ ହଠାତ ପାୱାର ଚ୍ୟାନେଲର ପାଣି ଭିତରକୁ ଖସିପଡି ଭାସିଯାଇଥିଲା ।
ପରେ ସେଠାରୁ ଶିଶୁଟି ଭାସି ଭାସି ସ୍ଥାନୀୟ ଟେକ୍ସି ଷ୍ଟାଣ୍ଡ ଘାଟ ନିକଟକୁ ଚାଲି ଆସିଥିଲା । ସେଠାରୁ କିଛି ଯୁବକ ଶିଶୁଟିକୁ ଉଦ୍ଧାର କରି ବୁର୍ଲା ମେଡିକାଲକୁ ନେଇଥିଲେ। ତେବେ ସେଠାରେ ଡାକ୍ତର ଶିଶୁଟିକୁ ମୃତ୍ୟୁ ଘୋଷଣା କରିଥିଲେ । ଏହି ଘଟଣା ନେଇ ଏବେ ସ୍ଥାନୀୟ ଅଞ୍ଚଳରେରେ ଶୋକର ଛାୟା ଖେଳିଯାଇଛି ।
ସମ୍ବଲପୁରରୁ ବାଦଶାହା ଯୁଷ୍ମନ କୁମାର ରଣା, ଇଟିଭି ଭାରତ