ETV Bharat / state

11 ଜିଲ୍ଲାରେ 150ଗୁଣ ବୃଦ୍ଧି ପାଇଛି ଅବକାରୀ ମାମଲା: ଅବକାରୀ କମିଶନର - important meeting in excise department

ସମ୍ବଲପୁରରେ DRDA ସମ୍ମିଳନୀ କକ୍ଷରେ ଅବକାରୀ ଡିଭିଜନର ଗୁରୁତ୍ୱପୂର୍ଣ୍ଣ ସମୀକ୍ଷା ବୈଠକ । ଗଞ୍ଜେଇ ଚୋରା ଚାଷ ଓ ଚାଲାଣ ରୋକିବାକୁ ଗଠନ ହୋଇଛି ହାଇ ପାୱାର କମିଟି । ଅଧିକ ପଢନ୍ତୁ

11ଟି ଜିଲ୍ଲରେ 150ଗୁଣ ବୃଦ୍ଧି ପାଇଛି ଅବକାରୀ ମାମଲା

author img

By

Published : Feb 24, 2023, 11:57 AM IST

11ଟି ଜିଲ୍ଲରେ 150ଗୁଣ ବୃଦ୍ଧି ପାଇଛି ଅବକାରୀ ମାମଲା

ସମ୍ବଲପୁର: ସମ୍ବଲପୁର ଗସ୍ତରେ ରାଜ୍ୟ ଅବକାରୀ ବିଭାଗର କମିଶନର ଆଶିଷ ସିଂ । ସେ ଗତକାଲି ସମ୍ବଲପୁର ଗସ୍ତରେ ଆସି ଡିଆରଡିଏ ସମ୍ମିଳନୀ କକ୍ଷରେ ଉତ୍ତରାଞ୍ଚଳ ଅବକାରୀ ଡିଭିଜନ ଅନ୍ତର୍ଗତ 11ଟି ଜିଲ୍ଲାର ବରିଷ୍ଠ ଅବକାରୀ ଅଧିକାରୀଙ୍କ ସହ ଅବକାରୀ ବିଭାଗର କାର୍ଯ୍ୟକଳାପ ବିଷୟ ନେଇ ଏକ ଗୁରୁତ୍ୱପୂର୍ଣ୍ଣ ସମୀକ୍ଷା ବୈଠକ କରିଥିଲେ । ଏହି ସମୀକ୍ଷା ବୈଠକରେ ମୁଖ୍ୟତଃ ଏନଡିପିଏସ ଆକ୍ଟ ଓ ବେଆଇନ ନିଶା କାରବାର ଉପରେ ଆଗାମୀ ଦିନରେ କିପରି ରୋକ ଲଗାଯାଇ ପାରିବ ସେ ନେଇ ଫିଲ୍ମଡ଼ ଅଫିସର ମାନଙ୍କୁ କଡା ନିର୍ଦ୍ଦେଶ ଦେଇଥିବା ନେଇ ସୂଚନା ଦେଇଛନ୍ତି ଆଶିଷ ସିଂ ।

ଏହାସହ ସେ ସୂଚନା ଦେଇଛନ୍ତି ଯେ, ଉତ୍ତରାଞ୍ଚଳ ଅବକାରୀ ଡିଭିଜନରେ ପୂର୍ବ ବର୍ଷ ଗୁଡିକ ଅପେକ୍ଷା ଚଳିତ ବର୍ଷ 150 ଗୁଣ ଅଧିକ ନିଶା କାରବାର ଠାବ କରାଯାଇଛି ଓ ମାମଲା ମଧ୍ୟ ରୁଜୁ କରାଯାଇଛି । ଏହାସହ ଗଞ୍ଜେଇ, ବ୍ରାଉନ ସୁଗାର ଓ ଅନ୍ୟାନ ମାଦକ ଦ୍ରବ୍ୟର ଯେଉଁ ସବୁ ବେଆଇନ ବ୍ୟବସାୟ ଚାଲିଛି ତାକୁ ରୋକ ଲଗାଇବା ପାଇଁ ସ୍ୱତନ୍ତ୍ର ରଣନୀତି ପ୍ରସ୍ତୁତ ହୋଇଥିବା ସେ ସୂଚନା ଦେଇଛନ୍ତି । ଏହି ଭଳି ବଡ ଧରଣର ନିଶା କାରବାର ରୋକିବା ପାଇଁ ରାଜ୍ୟ ପୋଲିସ ବିଭାଗ ଓ ଅବକାରୀ ବିଭାଗ ରାଜ୍ୟ ସ୍ତରରେ ମିଳିତ ଅଭିଯାନ ଆରମ୍ଭ କରିଛନ୍ତି ବୋଲି ସୂଚନା ପ୍ରଦାନ କରାଯାଇଛି ।

ଯେଉଁ ସବୁ ଜାଗାରେ ଗଞ୍ଜେଇ ଚାଷ ଜାରି ରହିଛି ସେହି ସବୁ ଜିଲ୍ଲା ଯଥା ରାୟଗଡା,କନ୍ଧମାଳ ଓ ଫୁଲବାଣୀରେ ଡ୍ରୋନ କ୍ୟାମେରା ସାହାଯ୍ୟରେ ବେଆଇନ ଗଞ୍ଜେଇ ଚାଷ ଚି଼ହ୍ନଟ କାର୍ଯ୍ୟ ଜାରି । ଏହାସହ ଗଞ୍ଜେଇ ଚୋରା ଚାଲାଣ ହେଉଥିବା ରୁଟ ଗୁଡିକର ଚି଼ହ୍ନଟ କରାଯାଉଛି । ଜାତୀୟ ସ୍ତରରେ ଗଞ୍ଜେଇ ଚୋରାଚାଲାଣ ରୋକିବାରେ ଓଡିଶା ଅବକାରୀ ବିଭାଗର ଭଲ ସ୍ଥିତି ରହିଥିବା ଅବକାରୀ କମିଶନର ଆଶିଷ ସିଂ କହିଛନ୍ତି । ଚୋରା ଗଞ୍ଜେଇ ଚାଷ ଓ ଚାଲାଣ ରୋକିବା ପାଇଁ ରାଜ୍ୟ ସ୍ତରରେ ଏକ ଉଚ୍ଚସ୍ତରୀୟ କମିଟି ମଧ୍ୟ ଗଠନ କରାଯାଇଛି ବୋଲି ସୂଚନା ଦିଆଯାଇଛି ।

ଏହାସହ ଗଞ୍ଜେଇ ଚାଷ ହେଉଥିବା ଜିଲ୍ଲାର ଜିଲ୍ଲାପାଳ ମାନେ ଗଞ୍ଜେଇ ଚାଷ ଉପରେ ରୋକ ଲଗାଇବା ପାଇଁ ଦୀର୍ଘ ମିୟାଦି ଯୋଜନା ପ୍ରସ୍ତୁତ କରିଥିବା ସୂଚନା ଦିଆଯାଇଛି । ଏହା ବ୍ୟତୀତ ଜିଲ୍ଲାର ଉପାନ୍ତ ତଥା ପାହାଡିଆ ଅଞ୍ଚଳରେ ହେଉଥିବା ବେଆଇନ ଗଞ୍ଜେଇ ଚାଷ ରୋକିବା ପାଇଁ ସେହି ଅଞ୍ଚଳର ଗରିବ ଲୋକଙ୍କ ପାଇଁ ବିକଳ୍ପ ଜୀବନ ଜୀବିକାର ବ୍ୟବସ୍ଥା କରାଯାଇଥିବା ତଥା ସଚେତନତା କରାଯାଉଥିବା ନେଇ ସୂଚନା ଦିଆଯାଇଛି । ଅନ୍ୟପଟେ ଜଙ୍ଗଲ ଜମି କିମ୍ବା ସରକାରୀ ଜମି ଅଥବା ପ୍ରାଇଭେଟ ଜମିରେ ଯେଉଁ ମାନେ ବେଆଇନ ଗଞ୍ଜେଇ ଚାଷ କରୁଛନ୍ତି ସେମାନଙ୍କ ବିରୁଦ୍ଧରେ ଜିଲ୍ଲା ପ୍ରଶାସନ, ପୋଲିସ ବିଭାଗ ଓ ଅବକାରୀ ବିଭାଗ ପକ୍ଷରୁ ଦୃଢ କାର୍ଯ୍ୟାନୁଷ୍ଠାନ ନିଆଯାଉଛି ବୋଲି କହିଛନ୍ତି ଅବକାରୀ କମିଶନର ଆଶିଷ ସିଂ ।

ଇଟିଭି ଭାରତ, ସମ୍ବଲପୁର

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.