ETV Bharat / state

ମୁନିଗୁଡ଼ାରେ ଅଜଣା ରୋଗ ଆତଙ୍କ: ୨ ମାସରେ ୧୦ ମୃତ

author img

By

Published : Apr 22, 2020, 11:45 AM IST

ରାୟଗଡା ଜିଲ୍ଲା ମୁନିଗୁଡ଼ା ବ୍ଲକ ଟିକରପଡ଼ା ଗାଁରେ ବ୍ୟାପିଛି ଅଜଣା ରୋଗ । ଗତ ୨ ମାସରେ 10 ଜଣ ଆଖି ବୁଜିଥିବାବେଳେ, ବହୁ ଲୋକ ଆକ୍ରାନ୍ତ ହୋଇ ବିଷମକଟକରେ ଚିକିତ୍ସିତ ହେଉଛନ୍ତି । ଅଧିକ ପଢନ୍ତୁ...

ajana rogo
ମୁନିଗୁଡ଼ାରେ ଅଜଣା ରୋଗ ଆତଙ୍କ

ରାୟଗଡା: ଗୋଟିଏ ପଟେ ଜିଲ୍ଲା ପ୍ରଶାସନ କୋରୋନାକୁ ନେଇ ଯୁଦ୍ଧଂ ଦେହି ଡାକରା ଦେଇ ଥିବା ବେଳେ, ଅନ୍ୟପଟେ କିନ୍ତୁ ଅଜଣା ରୋଗୋ କାୟା ମେଲିଲାଣି ରାୟଗଡା ଜିଲ୍ଲା ମୁନିଗୁଡ଼ା ବ୍ଲକ ଟିକରପଡ଼ା ଗାଁରେ । ଏହି ଅଜଣା ରୋଗ ଆତଙ୍କରେ ଗତ ୨ ମାସରେ ଆଖି ବୁଜିଲେଣି ଗାଁର ୧୦ ଜଣ ବ୍ୟକ୍ତି । ବହୁ ଲୋକ ଆକ୍ରାନ୍ତ ହୋଇ ବିଷମକଟକର ଏକ ଘରୋଇ ମେଡ଼ିକାଲରେ ଚିକିତ୍ସିତ ହେଉଛନ୍ତି ।

ମୁନିଗୁଡ଼ାରେ ଅଜଣା ରୋଗ ଆତଙ୍କ

ଆଉ ଯେଉଁମାନେ ଚିକିତ୍ସାଧୀନ ଅଛନ୍ତି ସେମାନଙ୍କ ରିପୋର୍ଟ ଘରୋଇ ଡାକ୍ତରଖାନାରେ ଡେଙ୍ଗୁ ପଜିଟିଭ୍ ଆସିବା ପରେ ସ୍ବାସ୍ଥ୍ୟ ବିଭାଗର ନିଦ ହଜିଯାଇଛି । ଗତ ୨ ମାସ ମଧ୍ୟରେ ଟିକରପଡ଼ାର ମୀରା ପଲକିଆ, ଶବର ଗରଡ଼ିଆ, ରୁକୁନି ଗରଡ଼ିଆ, ସୁକ ବାଘ, ବିଭୂ କିଶୋର ବାଘ, ଜିତୁ କନ୍ଧପାଣି, ବୀର କରକରିଆ, ରଥ ନାଗ, ସିକେନ୍ଦ୍ର ବାଗଙ୍କ ସମେତ ୧୦ ଜଣଙ୍କ ମୃତ୍ୟୁ ହୋଇଛି । ୧୫ରୁ ଉର୍ଦ୍ଧ୍ବ ବର୍ତ୍ତମାନ ବିଷମକଟକର ଏକ ଘରୋଇ ଡାକ୍ତରଖାନାରେ ଚିକିତ୍ସିତ ହେଉଛନ୍ତି। ଚିକିତ୍ସାଧୀନ ବ୍ୟକ୍ତିଙ୍କ ମଧ୍ୟରୁ ଆନନ୍ଦ ବାଘ ନାମକ ବ୍ୟକ୍ତିଙ୍କ ଡେଙ୍ଗୁ ରିପୋର୍ଟ ପଜିଟିଭ୍ ଆସିବା ପରେ ଗ୍ରାମରେ ଭୟର ବାତାବରଣ ଖେଳିଯାଇଛି।

ajana rogo
ମୁନିଗୁଡ଼ାରେ ଅଜଣା ରୋଗ ଆତଙ୍କ

ଡେରି ହେଲେ ମଧ୍ୟ ଏହି ଘଟଣାକୁ ଗୁରୁତର ସହ ନେଇଛି ସ୍ବାସ୍ଥ୍ୟ ବିଭାଗ । କିନ୍ତୁ ମୃତ୍ୟୁର କାରଣକୁ ଡେଙ୍ଗୁ ବୋଲି ସ୍ଵୀକାର ନକରି ବରଂ ଚିକିତ୍ସାଧୀନ ରୋଗୀଙ୍କ ନିକଟରେ ଡେଙ୍ଗୁ ଭୂତାଣୁ ଚିନ୍ନଟ ହୋଇଥିବା ସ୍ଵୀକାର କରିଛିନ୍ତି ସିଡିଏମଓ । ଗ୍ରାମରେ ପରିମଳ ବ୍ୟବସ୍ଥା ବିପର୍ଯ୍ୟସ୍ତ ଯୋଗୁଁ ଏଭଳି ରୋଗ ବ୍ୟାପିଛି ନା ଅନ୍ୟ କେଉଁ କାରଣ ଅଛି ସେ ନେଇ ତଦନ୍ତ ଆରମ୍ଭ କରିଛି ସ୍ବାସ୍ଥ୍ୟ ବିଭାଗ। ଜିଲ୍ଲା ମ୍ୟାଲେରିଆ ଅଧିକାରୀ ଡାବିଏଲ୍ଏନ୍ ପୃଷ୍ଟିଙ୍କ ନେତୃତ୍ବରେ ଏସ ସ୍ବାସ୍ଥ୍ୟ ବିଭାଗର ଟିମ୍ ଟିକରପଦରେ ପହଞ୍ଚି ଅନୁଧ୍ୟାନ କରୁଛନ୍ତି ।

ସ୍ୱାସ୍ଥ୍ୟ ବିଭାଗ କୋରୋନା ସହିତ ଡେଙ୍ଗୁ ଭଳି ମହାମାରୀ ପ୍ରତି ସତର୍କତା ଅବଲମ୍ବନ ନକଲେ ଜିଲ୍ଲାକୁ ବିପତ୍ତି ଘନେୟ ଆସିବ ଏଥିରେ ତିଳେମାତ୍ର ସନ୍ଦେହ ନାହିଁ ।

ରାୟଗଡାରୁ ରଞ୍ଜନ ରଥ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.