ETV Bharat / state

ରାୟଗଡାରେ ବିଭିନ୍ନ ପ୍ରକଳ୍ପର ଉଦଘାଟନ ଓ ଲୋକାର୍ପଣ କଲେ ଯୋଜନା ବୋର୍ଡ ଉପାଧ୍ୟକ୍ଷ

ରାୟଗଡାରେ ରାଜ୍ୟ ଯୋଜନା ବୋର୍ଡ ଉପାଧ୍ୟକ୍ଷ ସଞ୍ଜୟ ଦାସ ବର୍ମା ବିଭିନ୍ନ ଉନ୍ନୟନମୂଳକ ଯୋଜନାଗୁଡିକର ଉଦଘାଟନ କରିବା ସହ ପ୍ରେମ ପାହାଡର ସୌନ୍ଦର୍ଯ୍ୟକରଣ ଏବଂ ଆଲୋକୀକରଣର ଲୋକାର୍ପଣ କରିଛନ୍ତି । ଅଧିକ ପଢନ୍ତୁ...

ରାୟଗଡାରେ ବିଭିନ୍ନ ଉନ୍ନୟନମୂଳକ ପ୍ରକଳ୍ପର ଉଦଘାନ ଓ ଲୋକାର୍ପଣ କଲେ ଯୋଜନା ବୋର୍ଡ ଉପାଧ୍ୟକ୍ଷ

author img

By

Published : Feb 11, 2021, 10:38 AM IST

ରାୟଗଡା: ରାଜ୍ୟ ଯୋଜନା ବୋର୍ଡ ଉପାଧ୍ୟକ୍ଷ ସଞ୍ଜୟ ଦାସ ବର୍ମା ରାୟଗଡ ଜିଲ୍ଲା ଗସ୍ତକରି ବିଭିନ୍ନ ଉନ୍ନୟନମୂଳକ ଯୋଜନାଗୁଡିକର ଉଦଘାଟନ କରିଛନ୍ତି । ଆଜି(ବୁଧବାର) ସକାଳେ ବଡ ଚାନ୍ଦିଲି ଗ୍ରାମରେ ପାଇପ ଜଳ ଯୋଗାଣ ପ୍ରକଳ୍ପ ଉଦଘାଟନ କରିବା ସହ ପ୍ରେମ ପାହାଡର ସୌନ୍ଦର୍ଯକରଣ ଓ ଆଲୋକୀକରଣକୁ ଲୋକାର୍ପିତ କରିଛନ୍ତି ।

ରାୟଗଡାରେ ବିଭିନ୍ନ ଉନ୍ନୟନମୂଳକ ପ୍ରକଳ୍ପର ଉଦଘାନ ଓ ଲୋକାର୍ପଣ କଲେ ଯୋଜନା ବୋର୍ଡ ଉପାଧ୍ୟକ୍ଷ

ତେବେ ନୂଆ ପାଇପ ଜଳ ପ୍ରକଳ୍ପର ନିର୍ମାଣ ପଇଁ ୭୮.୩୬ ଲକ୍ଷ ବ୍ୟୟ ଅଟକଳ କରାଯାଇଛି । ଏହି ପ୍ରକଳ୍ପ କାର୍ଯ୍ୟକାରୀ ହେଲେ 1 ଲକ୍ଷ ଲିଟର ପାଣି ଦୈନିକ ୧୮୫ ପରିବାର ଟେପ ଯୋଗେ ପାଇପାରିବେ । ଏହି ଉଦଘାଟନୀ ଉତ୍ସବରେ ଅନୁସୂଚିତ ଜାତି ଓ ଜନଜାତି ତଥା ପଛୁଆ ଓ ସଂଖ୍ୟାଲଘୁ କଲ୍ୟାଣ ବିଭାଗ ମନ୍ତ୍ରୀ ଜଗନ୍ନାଥ ସାରକା, ରାଜ୍ୟସଭା ସାଂସଦ ଏନ୍‍ ଭାସ୍କର ରାଓ, ଉପ-ଜିଲ୍ଲାପାଳ ପ୍ରତାପ ଚନ୍ଦ୍ର ପ୍ରଧାନ ପ୍ରମୁଖ ଯୋଗଦେଇଥିଲେ । ସେହିପରି ଅପରାହ୍ନରେ ରାୟଗଡ ବ୍ଲକର ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ଦୁମାପାଇ ଗ୍ରାମରେ 5ଲକ୍ଷ ଟଙ୍କା ବ୍ୟୟରେ ନୂତନ ନିର୍ମିତ ଅଙ୍ଗନବାଡି କେନ୍ଦ୍ରକୁ ଉଦଘାଟନ କରିଥିଲେ । ସେହିପରି ସନ୍ଧ୍ୟାରେ ରାୟଗଡା ସହର ଉପକଣ୍ଠରେ ଥିବା ପ୍ରେମ ପାହାଡରେ 3 କୋଟି 12 ଲକ୍ଷ୍ୟ ବ୍ୟୟରେ ସୌନ୍ଦର୍ଯ୍ୟକରଣ ଓ ଆଲୋକୀକରଣ କାର୍ଯ୍ୟକୁ ଯୋଜନା ବୋର୍ଡ ଉପାଧ୍ୟକ୍ଷ ଦାସବର୍ମା, ମନ୍ତ୍ରୀ ସାରକା, ରାଜ୍ୟସଭା ସାଂସଦଙ୍କ ସମେତ ରାୟଗଡା ବିଧାୟକ ମକରନ୍ଦ ମୁଦୁଲି, ଗୁଣପୁର ବିଧାୟକ ରଘୁନାଥ ଗମlଙ୍ଗ, ବିଜୁସ୍ୱାସ୍ଥ୍ୟ କଲ୍ୟାଣ ଯୋଜନାର ରାଜ୍ୟ ଉପଦେଷ୍ଟା ସୁଧୀର ଦାସ, ଜିଲ୍ଲାପାଳ ସରୋଜ କୁମାର ମିଶ୍ର, ପ୍ରମୁଖ ଯୋଗଦେଇଥିଲେ ।

ଏହାପରେ ସ୍ଥାନୀୟ ଗୁରୁମଗୁଡା ଗ୍ରୀନ ଫିଲଡ ଠାରେ 88 ଲକ୍ଷ୍ୟ ବ୍ୟୟରେ ଆଲୋକୀକରଣ କାର୍ଯ୍ୟକୁ ଉପାଧ୍ୟକ୍ଷ ଓ ଅନ୍ୟାନ୍ୟ ଅତିଥିଙ୍କ ଉପସ୍ଥିତିରେ ଉଦଘାଟନ କରାଯାଇଛି l ଏହାପରେ ସ୍ଥାନୀୟ ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷର ଆୟୋଜନ କରାଯାଇଥିଲା l ଏହି ବୈଠକରେ ମୁଖ୍ୟତଃ ଖରିଫ ଧlନ ସଂଗ୍ରହ, ମେଗା ଜଳ ଯୋଗାଣ ଯୋଜନା ଓ କୃଷି ଉପରେ ଆଲୋଚନା ହୋଇଥିଲେ l ଏହି ବୈଠକରେ ପ୍ରକଳ୍ପ ନିର୍ଦ୍ଦଶକ ଡିଆରଡିଏ, ଜିଲ୍ଲା ମୁଖ୍ୟ କୃଷି ଅଧିକାରୀ, ଉପ ନିବନ୍ଧକ ସମବାୟ ସଂସ୍ଥା, ନିର୍ବାହୀ ଯନ୍ତ୍ରୀ ଗ୍ରାମୀୟ ଜଳ ଯୋଗlଣ ସଂସ୍ଥା, ସ୍ୱାସ୍ଥ୍ୟ ବିଭାଗ, ଜିଲ୍ଲା ଯୋଗାଣ ଅଧିକାରୀମାନେ ଯୋଗଦେଇଥିଲେ l

ରାୟଗଡାରୁ ରଞ୍ଜନ କୁମାର ରଥ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.