ETV Bharat / state

ନିଆରା ଢଙ୍ଗରେ ପାଳିତ ହେଲା ରାୟଗଡାରେ ସପ୍ତପୁରୀ ଅମାବାସ୍ୟା - ରାୟଗଡାରେ ସପ୍ତପୁରୀ ଅମାବାସ୍ୟା

କୁହାଯାଏ ଏହି ଅମାବାସ୍ୟା ଦିନ ପ୍ରଭୁ ଶ୍ରୀକୃଷ୍ଣ ଗିରିଗୋବର୍ଦ୍ଧନକୁ ଉଠାଇ ଗୋପପୁରକୁ ରକ୍ଷା କରିଥିଲେ । ଏନେଇ ଇନ୍ଦ୍ର ଦେବଙ୍କ ଉଦ୍ଦେଶ୍ୟରେ ଏହି ପୂଜା କରାଯାଏ । ଅଧିକ ପଢନ୍ତୁ...

ନିଆରା ଢଙ୍ଗରେ ପାଳିତ ହୋଇଛି ରାୟଗଡାରେ ସପ୍ତପୁରୀ ଅମାବାସ୍ୟା

author img

By

Published : Aug 19, 2020, 7:31 AM IST

ରାୟଗଡା: ନିଆରା ଢଙ୍ଗରେ ପାଳନ ହେଲା ରାୟଗଡାରେ ସପ୍ତପୁରୀ ଅମାବାସ୍ୟା । କୃଷିଭିତ୍ତିକ ପର୍ବକୁ ବେଶ ନିରାଡମ୍ବରରେ ପାଳିତ ହୋଇଛି । ଏଥିପାଇଁ ରାୟଗଡା ଜିଲ୍ଲାର ପୁରପଲ୍ଲୀ ଚଳଚଞ୍ଚଳ ହୋଇ ଉଠିଥିଲା । ପୁରାତନ ପରମ୍ପରାକୁ ମନେ ପକାଇ ଘରେ ଘରେ ଚାଲିଥିଲା ପୂଜାର୍ଚ୍ଚନା ।

ନିଆରା ଢଙ୍ଗରେ ପାଳିତ ହୋଇଛି ରାୟଗଡାରେ ସପ୍ତପୁରୀ ଅମାବାସ୍ୟା
ନିଆରା ଢଙ୍ଗରେ ପାଳିତ ହୋଇଛି ରାୟଗଡାରେ ସପ୍ତପୁରୀ ଅମାବାସ୍ୟା

ପୌରାଣିକ କଥାବସ୍ତୁ ଅନୁଯାଇ ସପ୍ତପୁରୀ ଅମାବାସ୍ୟାରେ ଗିରିଗୋବର୍ଦ୍ଧନ ଉଠାଇ ଶ୍ରୀକୃଷ୍ଣ ଗୋପପୁରକୁ ରକ୍ଷା କରିଥିବା ବେଳେ ଇନ୍ଦ୍ରଙ୍କ ଉଦ୍ଦେଶ୍ୟରେ ଏହି ପୂଜା କରାଯାଏ । ଏହି ଉତ୍ସବର ବିଶେଷ ମହତ୍ୱ ରହିଛି ଛୋଟ ଛୋଟ ପିଲାମାନଙ୍କର ମାଟି ବଳଦ ସହ କଣ୍ଢେଇ ଖେଳ । ପରମ୍ପରା ଅନୁଯାୟୀ ପ୍ରତ୍ୟେକଙ୍କ ଘରେ ପୂଜା ପାଇଥାନ୍ତି ମାଟି ତିଆରି ଛୋଟ ଛୋଟ ଖେଳନା ମାଟିହାଣ୍ଡି ଓ ତା ସାଙ୍ଗକୁ ମାଟି ବଳଦ । ବିଭିନ୍ନ ପ୍ରକାର ପିଠାପଣା ସାଙ୍ଗକୁ ଲିଆ, ଉଖୁଡା ଆଦିକୁ ମାଟି ପାତ୍ରରେ ଭରି ଇନ୍ଦ୍ରଙ୍କ ନିକଟରେ ପୂଜାର୍ଚ୍ଚନା କରାଯିବା ପରେ ପିଲାମାନଙ୍କୁ ଖେଳିବାକୁ ଦିଆଯାଇଥାଏ ।

ଝିଅମାନେ ସାଧାରଣତଃ ମାଟି ହାଣ୍ଡିର ବାସନ କୁସନରେ ଖେଳୁଥିବା ବେଳେ ପୁଅମାନେ ବଳଦଗାଡି ଧରି ଗାଁ ଦାଣ୍ଡରେ ଖେଳିଥାନ୍ତି ।

ରାୟଗଡାରୁ ରଞ୍ଜନ ରଥ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.