ETV Bharat / state

ସହକାରୀ ଯନ୍ତ୍ରୀଙ୍କ ଘରୁ ତାଲା ଭାଙ୍ଗି ଲୁଟ୍‌ - ତାଲା ଭାଙ୍ଗି ଲୁଟ

ସହକାରୀ ଯନ୍ତ୍ରୀଙ୍କ ଘରେ କେହି ନଥିବାରୁ ଦୁର୍ବୃତ୍ତ ଘରର ତାଲା ଭାଙ୍ଗି ୩ ଲକ୍ଷ ଟଙ୍କା ସହିତ ୫୦ ଭରି ସୁନା ଲୁଟି ନେଇଛନ୍ତି । ଅଧିକ ପଢନ୍ତୁ

ସହକାରୀ ଯନ୍ତ୍ରୀଙ୍କ ଘରୁ ଲୁଟ
ସହକାରୀ ଯନ୍ତ୍ରୀଙ୍କ ଘରୁ ଲୁଟ
author img

By

Published : Oct 4, 2022, 10:18 AM IST

ରାୟଗଡା: ସହକାରୀ ଯନ୍ତ୍ରୀଙ୍କ ଘରୁ ତାଲା ଭାଙ୍ଗି ଲୁଟ୍‌ । ଦୁର୍ବୃତ୍ତମାନେ ବିଳମ୍ବିତ ରାତିରେ ତାଲା ଭାଙ୍ଗି ୩ ଲକ୍ଷ ଟଙ୍କା ସହିତ ୫୦ ଭରି ସୁନା ଲୁଟି ନେଇଛନ୍ତି । ଖବରପାଇ ଘଟଣାସ୍ଥଳରେ ପୋଲିସ ପହଞ୍ଚିବା ପରେ ତଦନ୍ତ ଜାରି ରଖିଛି । ରାତିରେ ରାୟଗଡା ସହରର କସ୍ତୁରୀ ନଗର ଅଞ୍ଚଳରେ ଏକ ବଡ ଧରଣର ଚୋରି ହୋଇଥିବାର ଦେଖିବାକୁ ମିଳିଛି ।

ସୂଚନା ଅନୁଯାୟୀ, କସ୍ତୁରୀ ନଗର ପଞ୍ଚମ ଧାଡିରେ ରହୁଥିବା କୋଲନରା ବ୍ଲକ ସହକାରୀ ଯନ୍ତ୍ରୀଙ୍କ ଘରୁ କଳା କନା ବୁଲାଇ ଦେଉଛନ୍ତି ଲୁଟେରା । ଗତ ୬ ଦିନ ହେବ କୌଣସି କାମରେ ପରିବର ସହିତ କୋଲକାତା ଯାଇଛନ୍ତି ସହକାରୀ ଯନ୍ତ୍ରୀ । ତେବେ ଗତ କିଛି ଦିନ ହେବ ସହକାରୀ ଯନ୍ତ୍ରୀଙ୍କ ଘରେ ତାଲା ପଡିଥିବାର ଦୁର୍ବୃତ୍ତମାନେ ଦେଖିବାକୁ ପାଇଥିଲେ । ଘରେ କେହି ନଥିବାରୁ ଏହାର ସୁଯୋଗ ନେଇ ଘରର ତାଲା ଭାଙ୍ଗି ନଗଦ ୩ ଲକ୍ଷ ଟଙ୍କା ସହିତ ୫୦ ଭରି ସୁନା ଅଳଙ୍କାର ଲୁଟିନେଇଥିବା ଜଣାପଡିଛି ।

ଏନେଇ ସହକାରୀ ଯନ୍ତ୍ରୀଙ୍କ ପଡୋଶୀମାନେ ଜାଣିବା ପରେ ପୋଲିସକୁ ଖବର ଦେଇଥିଲେ । ଖବର ପାଇ ଘଟଣା ସ୍ଥଳରେ ପହଞ୍ଚିଥିଲା ଟାଉନ ଥାନା ପୋଲିସ । ସହିତ ସନ୍ଧାନୀ କୁକୁର ସହିତ ଫରେନ୍ସିକ ଟିମ ପହଞ୍ଚି ଘଟଣା ସ୍ଥଳରେ ତଦନ୍ତ ଆରମ୍ଭ କରିଥିଲା ।

ଇଟିଭି ଭାରତ, ରାୟଗଡା

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.