ETV Bharat / state

Andhra-Odisha ସୀମାନ୍ତ ପରଖିଲେ ରାୟଗଡା ଜିଲ୍ଲାପାଳ

ଆନ୍ଧ୍ର-ଓଡିଶା(Andhra-Odisha Border) ସୀମାନ୍ତ ଗ୍ରାମ ସାନ ଲୁକୁଟି ଓ ବଡ ଲୁକୁଟି ପରିଦର୍ଶନ କଲେ ରାୟଗଡା ଜିଲ୍ଲାପାଳ । ଅଧିକ ପଢନ୍ତୁ

ଆନ୍ଧ୍ର-ଓଡିଶା ସୀମାନ୍ତ ପରଖିଲେ ରାୟଗଡା ଜିଲ୍ଲାପାଳ

author img

By

Published : Dec 11, 2021, 9:16 AM IST

ରାୟଗଡା: ରାୟଗଡା ଜିଲ୍ଲାପାଳ ସରୋଜ କୁମାର ମିଶ୍ର ଆନ୍ଧ୍ର-ଓଡିଶା(Andhra-Odisha Border) ସୀମାନ୍ତ ଗ୍ରାମ ସାନ ଲୁକୁଟି ଓ ବଡ ଲୁକୁଟି ପରିଦର୍ଶନ କରିଛନ୍ତି । ସାନ ଲୁକୁଟି ନାଳ ଉପରେ ଆନ୍ଧ୍ର ପ୍ରଦେଶ ସରକାରଙ୍କ ତରଫରୁ ନିର୍ମାଣଧିନ କଲଭର୍ଟର କାମକୁ ରାୟଗଡା ଜିଲ୍ଲା ପ୍ରଶାସନର ଅଭିଯୋଗ କ୍ରମେ ବହୁତ ଦିନ ବନ୍ଦ ରହିଥିଲା ।

Andhra-Odisha ସୀମାନ୍ତ ପରଖିଲେ ରାୟଗଡା ଜିଲ୍ଲାପାଳ

ଏହାକୁ ଜିଲ୍ଲାପାଳ ଅନୁଧ୍ୟାନ କରିବା ସହ ଜମିମାଲିକଙ୍କୁ ଡାକି ଜମି ଦେବା ସମନ୍ଧରେ ଆଲୋଚନା କରିଥିଲେ । ତାଙ୍କ ଜମି କଲଭର୍ଟ କଲେ ଜମି ମାଲିକର କୌଣସି ଆପତ୍ତି ନାହିଁ ବୋଲି କହିବା ପରେ ଏହାକୁ ନେଇ କାଗଜ ପତ୍ର କରିବାକୁ ତହସିଦଲଦାରଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ଜିଲ୍ଲାପାଳ । ଏହାପରେ ବଡ ଲୁକୁଟି ଗ୍ରାମରେ ଶିଶୁ ବିକାଶ ବିଭାଗ ତରଫରୁ ଆୟୋଜିତ ଗର୍ଭବତି ଓ ପ୍ରସ୍ତୁତିମାନଙ୍କ ସ୍ୱାସ୍ଥ୍ୟ ପରୀକ୍ଷା କେନ୍ଦ୍ରରେ ଯୋଗଦେଇଥିଲେ ।

ଏଥିରେ ରାୟଗଡା ଅତିରିକ୍ତ ପ୍ରକଳ୍ପ ନିର୍ଦ୍ଦେଶକ ଭୀମସେନ ଶବର, ରାୟଗଡ ବ୍ଲକ ବିଡିଓ ଲକ୍ଷ୍ମୀ ନାରାୟଣ ସାବତ, ସହକାରୀ ଯନ୍ତ୍ରୀ, ତହସିଲଦାର ପ୍ରମୁଖ ଯୋଗ ଦେଇଥିଲେ ।

ରାୟଗଡାରୁ ରଞ୍ଜନ କୁମାର ରଥ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.