ETV Bharat / state

ରାୟଗଡାରେ ରେଳ ପ୍ରକଳ୍ପକୁ ଅଣଦେଖା; ପ୍ରଧାନମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ସ୍ମାରକପତ୍ର ପ୍ରଦାନ - neglecting rail project

ଗୁଣୁପୁର ଠାରୁ ଥେରୁବାଲି ଯାଏଁ ରେଳପଥର ସମ୍ପ୍ରସାରଣ କାର୍ଯ୍ୟ ଅଟକି ରହିଛି । 2017ରୁ ଆଜି ପର୍ଯ୍ୟନ୍ତ କାମ ଆଗେଇ ନ ଥିବାରୁ ଏହାକୁ ପ୍ରତିବାଦ କରି ପ୍ରଧାନମନ୍ତ୍ରୀଙ୍କୁ ସ୍ମାରକପତ୍ର ଦେଇଛନ୍ତି ଗୁଣୁପୁର ଓକିଲ ସଂଘ । ଅଧିକ ପଢନ୍ତୁ...

ପ୍ରତିବାଦ ପ୍ରଧାନମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ସ୍ମାରକପତ୍ର
ପ୍ରତିବାଦ ପ୍ରଧାନ ପ୍ରତିବାଦ ପ୍ରଧାନମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ସ୍ମାରକପତ୍ରମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ସ୍ମାରକପତ୍ର
author img

By

Published : Feb 13, 2021, 8:39 AM IST

ରାୟଗଡା: ଜିଲ୍ଲାରେ ରେଳ ପ୍ରକଳ୍ପକୁ ଅଣଦେଖା ପ୍ରତିବାଦରେ ପ୍ରଧାନମନ୍ତ୍ରୀଙ୍କୁ ସ୍ମାରକପତ୍ର । ଗୁଣୁପୁର ଠାରୁ ଥେରୁବାଲି ଯାଏଁ ରେଳପଥର ସମ୍ପ୍ରସାରଣ କାର୍ଯ୍ୟ ଅଟକି ରହିଥିବାରୁ ଗୁଣୁପୁର ଓକିଲ ସଂଘ, ନାଗରିକ ମଞ୍ଚ ରେଳମନ୍ତ୍ରୀ ଓ ମୁଖ୍ୟମନ୍ତ୍ରୀ, ପ୍ରଧାନମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଉପଜିଲ୍ଲାପାଳଙ୍କୁ ସ୍ମାରକପତ୍ର ଦିଆଯାଇଛି ।

ପ୍ରତିବାଦ ପ୍ରଧାନମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ସ୍ମାରକପତ୍ର

1900 ମସିହାରେ ମହାରାଜ କୃଷ୍ଣଚନ୍ଦ୍ର ଗଜପତି ନାରାୟଣ ଦେବ ନିଜସ୍ବ ଉଦ୍ୟମରେ ନୌପଡା ଗୁଣୁପୁର ରେଳପଥ ନିର୍ମାଣ କାର୍ଯ୍ୟ ସମ୍ପାଦନ କରିଥିଲେ । ଏକ ଶତାବ୍ଦୀ ଧରି ଏହା ନେରଗେଜରେ ରହିଥିଲା । ବିଂଶ ଶତାବ୍ଦୀରେ ସରକାର ଏହି ରେଳପଥକୁ ବ୍ରଡ୍ଗେଜ ରେ ରୂପାନ୍ତରିତ କଲେ । ହେଲେ ଦୁର୍ଭାଗ୍ୟବଶତଃ ଉପାନ୍ତ ଅଞ୍ଚଳ ହୋଇଥିବାରୁ ଏହି ରେଳପଥର ବିକାଶ ପାଇଁ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର କୌଣସି ପଦକ୍ଷେପ ନାହାଁନ୍ତି ନେଉନଥିଲେ । କିନ୍ତୁ 2017ରେ ଗୁଣୁପୁର ଠାରୁ ଥେରୁବାଲି ଯାଏଁ ରେଳପଥର ସମ୍ପ୍ରସାରଣ ପାଇଁ କେନ୍ଦ୍ର ସରକାର ସବୁଜ ସଙ୍କେତ ଦେଇଥିଲେ । ହେଲେ ରାଜ୍ୟ ସରକାର ଏହି ପ୍ରକଳ୍ପ ନିମନ୍ତେ ଆବଶ୍ୟକୀୟ ଜମି ଅଧିଗ୍ରହଣ କାର୍ଯ୍ୟ ସହ 50 ପ୍ରତିଶତ ଖର୍ଚ୍ଚ ବହନ କରିବା ପାଇଁ କେନ୍ଦ୍ର ସରକାର କହିଥିଲେ । ଯାହା ଆଜି ପର୍ଯ୍ୟନ୍ତ କାଗଜ କଲମରେ ସୀମିତ ରହିଛି ।

ସେପଟେ, ଯଦି ଆଗାମୀ ଦିନ 15 ଦିନ ମଧ୍ୟରେ କିଛି ପଦକ୍ଷେପ ନ ନିଆଯାଏ, ତେବେ ବଡ଼ ଧରଣର ଆନ୍ଦୋଳନ ଆରମ୍ଭ କରାଯିବାକୁ ଚେତାବନୀ ଦିଆଯାଇଛି ।

ରାୟଗଡାରୁ ରଞ୍ଜନ ରଥ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.