ETV Bharat / state

ହାର୍ଡୱେର ଦୋକାନରେ ଭୀଷଣ ଅଗ୍ନିକାଣ୍ଡ, ୨ କୋଟିର ସମ୍ପତ୍ତି ପୋଡି ପାଉଁଶ

author img

By

Published : Oct 29, 2022, 10:16 AM IST

Updated : Oct 29, 2022, 10:28 AM IST

ରାୟଗଡ ସହରରେ ଥିବା ଏକ ହାର୍ଡୱେର ଦୋକାନରେ ଭୀଷଣ ଅଗ୍ନିକାଣ୍ଡ ଘଟିଛି । ନିଆଁରେ ୨ କୋଟିର ସମ୍ପତ୍ତି ନଷ୍ଟ ହୋଇଯାଇଛି । ଅଧିକ ପଢନ୍ତୁ

ହାର୍ଡୱେର ଦୋକାନରେ ଭୀଷଣ ଅଗ୍ନିକାଣ୍ଡ, ଜଳିଗଲା ୨ କୋଟିର ସମ୍ପତ୍ତି

ରାୟଗଡା: ସର୍ଟ ସର୍କିଟରୁ ଦୋକାନରେ ଲାଗିଲା ନିଆଁ । ହୁତୁ ହୁତୁ ହୋଇ ଜଳିଗଲା ୨ କୋଟିର ସମ୍ପତ୍ତି । ଗତକାଲି ବିଳମ୍ବିତ ରାତିରେ ରାୟଗଡା ସହରର କପିଳାସ ରୋଡରେ ଥିବା ଏକ ହାର୍ଡୱେର ଦୋକାନରେ ଭୀଷଣ ଅଗ୍ନିକାଣ୍ଡ ଘଟିଛି(fire broke out in hardware store) । ଏଥିରେ ଦୁଇ କୋଟି ଟଙ୍କାର ସାମଗ୍ରୀ ପୋଡି ନଷ୍ଟ ହୋଇଯାଇଥିବା ସୂଚନା ମିଳିଛି । ୱାର୍ଡୱେର ଦୋକାନରୁ ନିଆଁ ବ୍ୟାପୀ ପାଖରେ ଥିବା ପରମଜୋତି ମେଡିକାଲ ଷ୍ଟୋରରେ ଅଗ୍ନିକାଣ୍ଡ ଘଟିବାରୁ ବ୍ୟାପକ କ୍ଷୟକ୍ଷତି ହୋଇଛି ।

ହାର୍ଡୱେର ଦୋକାନରେ ଭୀଷଣ ଅଗ୍ନିକାଣ୍ଡ, ୨ କୋଟିର ସମ୍ପତ୍ତି ନଷ୍ଟ

ସର୍ଟ ସର୍କିଟ ଯୋଗୁଁ ଦୋକାନରେ ନିଆଁ ଲାଗିଥିବା ସନ୍ଦେହ କରାଯାଉଛି । ରାୟଗଡା ଓ କୋଲନରା ଅଗ୍ନିଶମ ବିଭାଗର ଦୁଇଟି ୟୁନିଟ ଦୀର୍ଘ 4 ଘଣ୍ଟା ପରିଶ୍ରମ ପରେ ନିଆଁକୁ ଆୟତ୍ତ କରିଛନ୍ତି । ତେବେ ମଧ୍ୟରାତିରେ ଏହି ନିଆ ଲାଗିଥିବା ପ୍ରତ୍ୟକ୍ଷଦଦର୍ଶୀଙ୍କ ଠାରୁ ଶୁଣିବାକୁ ମିଳୁଛି । ସମ୍ପୃକ୍ତ ଦୋକାନରେ ପ୍ଲାଷ୍ଟିକ ଏବଂ ରାସାୟନିକ ସାମଗ୍ରୀ ଥିବାରୁ ନିଆଁକୁ ଆୟତ୍ତ କରିବାରେ ଅଗ୍ନିଶମ ବାହିନୀକୁ ନାକେଦମ ହେବାକୁ ପଡିଛି ।

ଏହାମଧ୍ୟ ପଢନ୍ତୁ: ଛଟ୍ ପୂଜା ପ୍ରସାଦ ତିଆରି ବେଳେ ଫାଟିଲା ସିଲିଣ୍ଡର, ୩୦ ଆହତ

ରାୟଗଡା ସହରର କେନ୍ଦ୍ରସ୍ଥଳ ମୁଖ୍ୟ ବଜାର ଅଞ୍ଚଳରେ ଏହି ଅଘଟଣ ଘଟିଥିବାରୁ ବ୍ୟବସାୟୀଙ୍କ ମଧ୍ୟରେ କୋକୁଆ ଭୟ ଦେଖାଦେଇଛି । ନିଆଁ ଆୟତ୍ତ କରିବାରେ ବିଳମ୍ବ ହେବାରୁ ହାର୍ଡୱେର ଦୋକାନ ସମେତ ଅନ୍ୟ ଦୋକାନ ଗୁଡ଼ିକୁ ଏହା ବ୍ୟାପି ଯାଇଥିଲା । ଖବରପାଇ ଦମକଳ ବାହିନୀ ଘଟଣାସ୍ଥଳରେ ପହଞ୍ଚି ନିଆଁ ଲିଭାଇବା କାର୍ଯ୍ୟ ଆରମ୍ଭ କରିଥିଲେ । ଆଜି(ଶନିବାର) ସକାଳ ପର୍ଯ୍ୟନ୍ତ ଏହି କାର୍ଯ୍ୟ ଜାରି ରହିଛି ।

ହାର୍ଡୱେର ଦୋକାନରେ ବିଭିନ୍ନ ପ୍ଲାଷ୍ଟିକ ପାଇପ ସମେତ ଅନ୍ୟାନ୍ୟ ଗୃହ ନିର୍ମାଣ ସାମଗ୍ରୀ ରହିଥିଲା । ସେହି ଦୋକାନ ନିକଟରେ ଏକ ଔଷଧ ଦୋକାନ ଓ ଅନ୍ୟ କିଛି ଦୋକାନ ରହିଛି । ସେହିସବୁ ଦୋକାନ ମଧ୍ୟ ଏହାଦ୍ବାରା ପ୍ରଭାବିତ ହୋଇଛି । ଦୁଇଟି ଦମକଳ ବାହିନୀ ଘଟଣାସ୍ଥଳରେ ପହଞ୍ଚି ନିଆଁ ଆୟତ୍ତ କରିଛନ୍ତି । ଘଟଣାସ୍ଥଳରେ ରାୟଗଡା ଏସପି ବିବେକାନନ୍ଦ ଶର୍ମା ପହଞ୍ଚି ସ୍ଥିତି ଅନୁଧ୍ୟାନ କରିଛନ୍ତି ।

ଇଟିଭି ଭାରତ, ରାୟଗଡା

Last Updated : Oct 29, 2022, 10:28 AM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.