ETV Bharat / state

ରାୟଗଡ଼ାରେ ମୋ ଘର ଯୋଜନା ଶୁଭାରମ୍ଭ, ପ୍ରଥମ ପର୍ଯ୍ୟାୟରେ ଚିହ୍ନଟ ହୋଇଛନ୍ତି ୨୩୪୯ ଜଣ ହିତାଧିକାରୀ

author img

By

Published : Jul 16, 2023, 9:11 PM IST

ରାୟଗଡ଼ା ଜିଲ୍ଲାରେ ମୋ ଘର ଯୋଜନା ଶୁଭାରମ୍ଭ । ପ୍ରଥମ ପର୍ଯ୍ୟାୟରେ ୨୩୪୯ ଜଣ ହିତାଧିକାରୀଙ୍କୁ ଚିହ୍ନଟ ହୋଇଥିବା ବେଳେ ହିତାଧିକାରୀଙ୍କୁ ଋଣ ପ୍ରଦାନ କରାଯାଇଛି । ଅଧିକ ପଢ଼ନ୍ତୁ

mo ghara housing scheme
ମୋ ଘର ଯୋଜନା
ମୋ ଘର ଯୋଜନା

ରାୟଗଡ଼ା: ଜିଲ୍ଲାରେ ରାଜ୍ୟ ସରକାରଙ୍କ ମୋ ଘର ଯୋଜନାର ଶୁଭାରମ୍ଭ ହୋଇଛି । ଜିଲ୍ଲା ପରିଷଦ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ଜିଲ୍ଲାର ପ୍ରଥମ ହିତାଧିକାରୀଙ୍କୁ ଋଣ ପ୍ରଦାନ କରାଯାଇଛି । ଏହି ଅବସରରେ ରାମନାଗୁଡା, ମୁନିଗୁଡା ଓ କାଶୀପୁର ବ୍ଲକ୍‌ର ହିତାଧିକାରୀଙ୍କୁ ଏସ୍‌ବିଆଇ ପକ୍ଷରୁ ୩ଲକ୍ଷ ଟଙ୍କାର ଋଣ ଦିଆଯାଇଛି । ରାୟଗଡ଼ା ଜିଲ୍ଲା ପରିଷଦ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଅତିରିକ୍ତ ଜିଲ୍ଲାପାଳ ସୋମନାଥ ପ୍ରଧାନ ଯୋଗଦେଇ ହିତାଧିକାରୀଙ୍କୁ ଋଣ ପ୍ରଦାନ କରିଥିଲେ ।

ମୋ ଘର ଯୋଜନା ଅଧିନରେ ରାମନାଗୁଡ଼ା ବ୍ଲକର 5 ଜଣ ହିତାଧିକାରୀଙ୍କୁ ଋଣ ପ୍ରଦାନ କରାଯାଇଥିବା ବେଳେ ମୁନିଗୁଡା ଓ କାଶୀପୁର ବ୍ଲକର ୩ ଜଣ ହିତାଧିକାରୀଙ୍କୁ ଋଣ ଦିଆଯାଇଛି । ଜିଲ୍ଲା ପରିଷଦ ମୁଖ୍ୟ ଉନ୍ନୟନ ତଥା ନିର୍ବାହୀ ଅଧିକାରୀ ରବି ନାରାୟଣ ତ୍ରିପାଠୀ, ଏସ୍‌ବିଆଇ ଆଞ୍ଚଳିକ ପ୍ରବନ୍ଧକ ଭବାନୀ ଶଙ୍କର ମହାକୁଡ, ରାମନାଗୁଡ଼ା ବିଡିଓ ଗୌରଚନ୍ଦ୍ର ପଟ୍ଟନାୟକ, କାଶୀପୁର ବିଡିଓ ମନୀଷା ଦାସ, ମୁନିଗୁଡା ବିଡିଓ ପ୍ରୀତମ କୁମାର ତନ୍ତ, ଏପିଡି ପ୍ରଭାତ ଲେଙ୍କାଙ୍କ ସମେତ ଅନ୍ୟମାନେ ଉପସ୍ଥିତ ଥିଲେ । ଏହି ଯୋଜନାରେ ନିମ୍ନ ଓ ନିମ୍ନ ମଧ୍ୟବିତ୍ତ ପରିବାରକୁ ଘର ନିର୍ମାଣ, ମରାମତି ଓ ସଂପ୍ରସାରଣ ପାଇଁ ମଧ୍ୟ ମୋ ଘର ଯୋଜନାରେ ୩ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଋଣ ଯୋଗାଇ ଦିଆଯିବାର ନିୟମ ରହିଛି ଯାହାଦ୍ୱାରା ଯୋଗ୍ୟ ହିତାଧିକାରୀ ଋଣ ନେଇ ନିଜ ଘର ନିର୍ମାଣ କରିପାରିବେ । ଜିଲ୍ଲାରେ ୨୩୪୯ ଜଣ ହିତାଧିକାରୀ ପଞ୍ଜୀକରଣ କରିଥିବା ବେଳେ ୧୨୭୦ ଜଣ ଆବେଦନ କରିଛନ୍ତି । ସେଥିରୁ ୩୨୦ ଜଣ ହିତାଧିକାରୀଙ୍କୁ ବ୍ୟାଙ୍କ ଋଣ ପ୍ରଦାନ ପାଇଁ ପ୍ରକ୍ରିୟା ଆରମ୍ଭ ହୋଇଛି ।

ଏହା ମଧ୍ୟ ପଢ଼ନ୍ତୁ: Cabinet Meeting: ନୂଆ ଆବାସ ଯୋଜନା ‘ମୋ ଘର’; ଋଣ ନେଲେ ମିଳିବ ସବସିଡି, ଉପକୃତ ହେବେ ନିମ୍ନ ମଧ୍ୟବିତ୍ତ ପରିବାର

ଯୋଗ୍ୟ ହିତାଧିକାରୀ ଋଣ ନେଇ ନିଜ ଘର ନିର୍ମାଣ କରିପାରିବେ । ପରିବାର ପିଛା ୩ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଋଣ ଯୋଗାଇ ଦିଆଯିବ । ନିମ୍ନ ଓ ନିମ୍ନ ମଧ୍ୟବିତ୍ତ ପରିବାରକୁ ଘର ନିର୍ମାଣ, ମରାମତି ଓ ସଂପ୍ରସାରଣ ପାଇଁ ମଧ୍ୟ ମୋ ଘର ଯୋଜନାରେ ଆର୍ଥିକ ସହାୟତା ମିଳିବ । ଏଥିରେ ହିତାଧିକାରୀଙ୍କୁ ୪୦ରୁ ୭୦ ହଜାର ଟଙ୍କା ପର୍ଯ୍ୟନ୍ତ ରିହାତି ଦିଆଯିବ । ଏନେଇ ଜିଲ୍ଲା ପରିଷଦ ମୁଖ୍ୟ ଉନ୍ନୟନ ଅଧିକାରୀ କହିଛନ୍ତି ରାଜ୍ୟ ସରକାରଙ୍କ ମୋ ଘର ଯୋଜନା ଦ୍ବାରା ଗରିବ ଶ୍ରେଣୀକ ଲୋକ ତଥା ବାସହୀନ ଲୋକେ ଋଣ ନେଇ ସହଜରେ ଘର କରିପାରିବ । ୧୦ ବର୍ଷ ମଧ୍ୟରେ ହିତାଧିକାରୀ ଋଣ ପରିଶୋଧ କରିବେ ।" ଋଣ ପାଇ ହିତାଧିକାରୀମାନେ ରାଜ୍ୟ ସରକାରଙ୍କୁ ଧନ୍ୟବାଦ ଜଣାଇଛନ୍ତି ।

ଇଟିଭି ଭାରତ, ରାୟଗଡ଼ା

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.