ETV Bharat / state

ଭତ୍ତାରୁ ବଞ୍ଚିତ ମାର୍ଥାଗୁଡାବାସୀ, ତେଜିଲା ଅସନ୍ତୋଷ - ବିକଳାଙ୍ଗ ଭତ୍ତା

ମିଳୁନି ବିଧବା, ବାର୍ଦ୍ଧକ୍ୟ ଓ ବିକଳାଙ୍ଗ ଭତ୍ତା । ଅସନ୍ତୋଷ ପ୍ରକାଶ କଲେ ମାର୍ଥାଗୁଡା ଗାଁର ହିତାଧିକାରୀ । ଅଧିକ ପଢନ୍ତୁ...

ମାର୍ଥାଗୁଡା ଗାଁରେ ହିତାଧିକାରୀଙ୍କୁ ମିଳୁନି ବିଧବା, ବାର୍ଦ୍ଧକ୍ୟ ଓ ବିକଳାଙ୍ଗ ଭତ୍ତା

author img

By

Published : Nov 7, 2021, 7:35 AM IST

ରାୟଗଡା: ସରକାରୀ ଯୋଜନାରୁ ବଞ୍ଚିତ ଜିଲ୍ଲାର ଚାଟିକଣା ପଞ୍ଚାୟତର ମାର୍ଥାଗୁଡା ଓ ମଟକ ଵାଡି ଗାଁର ଅନେକ ଲୋକେ । ଗ୍ରାମର ଅନେକ ବିଧବା ମହିଳା, ବୃଦ୍ଧା ବୃଦ୍ଧ ଓ ଦିବ୍ୟାଙ୍ଗ ବ୍ୟକ୍ତି ବିଶେଷଙ୍କୁ ଭତ୍ତା ମିଳୁନଥିବା ଅଭିଯୋଗ ହୋଇଛି । ଏନେଇ ସରପଞ୍ଚ ଠାରୁ ଆରମ୍ଭ କରି ଗୋଷ୍ଠୀ ଉନ୍ନୟନ ଅଧିକାରୀଙ୍କୁ ବହୁବାର ଆବେଦନ କରିଥିଲେ ମଧ୍ୟ କୌଣସି ସୁଫଳ ମିଳିନାହିଁ ।

ମାର୍ଥାଗୁଡା ଗାଁରେ ହିତାଧିକାରୀଙ୍କୁ ମିଳୁନି ବିଧବା, ବାର୍ଦ୍ଧକ୍ୟ ଓ ବିକଳାଙ୍ଗ ଭତ୍ତା

ଏନେଇ ଗତକାଲି ଗୋଷ୍ଠି ଉନ୍ନୟନ ଅଧିକାରୀଙ୍କୁ ମାର୍ଥାଗୁଡାର କିଛି ବିଧବା, ବୃଦ୍ଧବୃଦ୍ଧା ଓ ଦିବ୍ୟାଙ୍ଗ ବ୍ୟକ୍ତି ଆସି ସାକ୍ଷାତ କରି ନିଜ ସମସ୍ୟା କହିଥିଲେ ମଧ୍ୟ ସମାଧାନ କରିବା ତ ଦୂରର କଥା ବରଂ ଗୋଷ୍ଠୀ ଉନ୍ନୟନ ଅଧିକାରୀ ସେମାନଙ୍କୁ ଅନଲାଇନ ଆବେଦନର ରାସ୍ତା ଦେଖାଇ ସେଠାରୁ ଚମ୍ପଟ ମାରିଥିଲେ । ଫଳରେ ହିତାଧିକାରୀଙ୍କ ମଧ୍ୟରେ ଅସନ୍ତୋଷ ଦେଖିବାକୁ ମିଳିଥିଲା ।

ତେବେ ପୂର୍ବରୁ ଅନେକ ଥର ଅନଲାଇନରେ ଟଙ୍କା ଖର୍ଚ୍ଚ କରିସାରିଥିଲେ ମଧ୍ୟ ବାରମ୍ବାର ଠକାମୀର ଶିକାର ମଧ୍ୟ ହୋଇଛନ୍ତି। ତେଣୁ ପ୍ରଶାସନ ତରଫରୁ ଉକ୍ତ ଗ୍ରାମ ଗୁଡିକୁ ସ୍ବତନ୍ତ୍ର ଅଫିସର ପଠାଇ ସରକାରୀ ସହାୟତା ପାଇଁ ଉପଯୁକ୍ତ ଚୟନ ହେଲେ ପ୍ରକୃତ ହିତାଧିକାରୀ ସୁବିଧା ପାଇପାରନ୍ତେ ବୋଲି ମତ ରଖିଛନ୍ତି ଭତ୍ତାରୁ ବଞ୍ଚିତ ହେଉଥିବା ହିତାଧିକାରୀ । ଖାଲି ଦେଖିବାକୁ ବାକିରହିଲା ପ୍ରଶାସନିକ ଅଧିକାରୀ ଏ ନେଇ କଣ ପଦକ୍ଷପ ଗ୍ରହଣ କରୁଛନ୍ତି ଏବଂ କେବେ ମାର୍ଥାଗୁଡା ବାସୀଙ୍କୁ ମୌଳିକ ସୁବିଧା ଯୋଗାଇ ଦିଆଯାଉଛି ।

ରାୟଗଡାରୁ ରଞ୍ଜନ ରଥ,ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.