ETV Bharat / state

ରାୟଗଡାରେ ମାଓବାଦୀଙ୍କ ଲଙ୍କାକାଣ୍ଡ: ଜାଳିଲେ ଟ୍ରକ, ଲଗାଇଲେ ପୋଷ୍ଟର - ରାୟଗଡାରେ ମାଓବାଦୀଙ୍କ ଆକ୍ରମଣ

ରାୟଗଡାରେ ମାଓବାଦୀଙ୍କ ଲଙ୍କାକାଣ୍ଡ । ଠିକା କମ୍ପାନୀ କ୍ୟାମ୍ପ ଉପରେ ଆକ୍ରମଣ କଲେ ମାଓବାଦୀ । ଅଧିକ ପଢନ୍ତୁ

ରାୟଗଡାରେ ମାଓବାଦୀଙ୍କ ଲଙ୍କାକାଣ୍ଡ
ରାୟଗଡାରେ ମାଓବାଦୀଙ୍କ ଲଙ୍କାକାଣ୍ଡ
author img

By

Published : Jan 22, 2022, 9:53 AM IST

Updated : Jan 22, 2022, 3:28 PM IST

ରାୟଗଡା: ଜିଲ୍ଲା କଲ୍ୟାଣସିଂହପୁର ବ୍ଲକ ବୁଡ଼ାଗୁଡ଼ା ଗ୍ରାମରେ ମାଓବାଦୀଙ୍କ ଲଙ୍କାକାଣ୍ଡ । ବୁଡାଗୁଡା ଗ୍ରାମରେ ଥିବା SVSMC ନାମକ ଏକ ଠିକା କମ୍ପାନୀ କ୍ୟାମ୍ପରେ ଆକ୍ରମଣ କରିଛନ୍ତି ମାଓବାଦୀ । ରାସ୍ତା ନିର୍ମାଣ ନିମନ୍ତେ ରହିଥିବା ଗୋଟିଏ ଟ୍ରଲି ଓ ଟ୍ରକ୍ ସମେତ ଅନ୍ୟ ସାମଗ୍ରୀ ମାଓବାଦୀ ପୋଡ଼ି ଦେଇଥିବା ସୂଚନା ମିଳିଛି । ଏଥିସହ କ୍ୟାମ୍ପ ଗେଟ୍ ଠାରେ ଏକ ମାଓବାଦୀଙ୍କ ପୋଷ୍ଟର ଲାଗିଥିବା ମଧ୍ୟ ଦେଖିବାକୁ ମିଳିଛି l ଉକ୍ତ ପୋଷ୍ଟରରେ ସିପିଆଇ(ମାଓବାଦୀ) ଉଲ୍ଲେଖ ରହିଛି । ଗତକାଲି(ଶୁକ୍ରବାର) ବିଳମ୍ବିତ ରାତିରେ ପ୍ରାୟ ୨୦ରୁ ଉର୍ଦ୍ଧ ସଶସ୍ତ୍ର ମାଓବାଦୀ କ୍ୟାମ୍ପ ଆସି ଏହି ଲଙ୍କାକାଣ୍ଡ ଭିଆଇଥିବା ସୂଚନା ମିଳିଛି।

ରାୟଗଡାରେ ମାଓବାଦୀଙ୍କ ଲଙ୍କାକାଣ୍ଡ: ଜାଳିଲେ ଟ୍ରକ, ଲଗାଇଲେ ପୋଷ୍ଟର

ସେହିଭଳି କଲ୍ୟାଣସିଂହପୁର ତହସିଲ କାର୍ଯ୍ୟାଳୟ ଓ ନିକଟସ୍ଥ ଏକ ପେଟ୍ରୋଲ ପମ୍ପରେ ମଧ୍ୟ ମାଓବାଦୀଙ୍କ ବ୍ୟାନର ଲାଗିଛି। ଏଥିରେ ନିର୍ବାଚନ ନେଇ ଚେତାବନୀ ଉଲ୍ଲେଖ ରହିଛି। ଉକ୍ତ ପୋଷ୍ଟରରେ ସିପିଆଇ(ମାଓବାଦୀ) ଲିଖିତ ଅଛି। ଆଜି ସକାଳୁ ଏହି ଘଟଣା ଲୋକଲୋଚନକୁ ଆସିଛି। ତେବେ ପୁଲିସ ଘଟଣାସ୍ଥଳକୁ ପହଞ୍ଚି ତଦନ୍ତ କରୁଛି। ପ୍ରାଥମିକ ତଦନ୍ତରୁ ଏହା ମାଓବାଦୀଙ୍କ ସମ୍ପୃକ୍ତି ନଥିଲା ଭଳି ଲାଗୁଛି ବୋଲି ଅତିରିକ୍ତ ଏସପି କହିଛନ୍ତି।

ରାୟଗଡାରୁ ରଞ୍ଜନ କୁମାର ରଥ, ଇଟିଭି ଭାରତ

Last Updated : Jan 22, 2022, 3:28 PM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.