ETV Bharat / state

ମାନିଲାନି ଭକ୍ତ ମନ, ଘରେ କଲେ ମହାପ୍ରଭୁଙ୍କ ନାଗାର୍ଜୁନ ବେଶ

ମହାପ୍ରଭୁଙ୍କ ନାଗାର୍ଜୁନ ବେଶ କଲେ ଭକ୍ତ ପୂର୍ଣ୍ଣଚନ୍ଦ୍ର । ଏହି ଘଟଣା ଦେଖିବାକୁ ମିଳିଛି ରାୟଗଡା ଜିଲ୍ଲାରେ । କୋରୋନା କଟକଣା ଯୋଗୁଁ ସରକାର ଭକ୍ତଙ୍କ ଦର୍ଶନ ପାଇଁ କଟକଣା କରିଛନ୍ତି । ମହାପ୍ରଭୁଙ୍କ ନାଗାର୍ଜୁନ ବେଶ କରି ନିଜ ଘରେ ପାଳନ କରିଛନ୍ତି । ଅଧିକ ପଢନ୍ତୁ...

ଭାବରେ ବନ୍ଧା କାଳିଆ ଠାକୁରଙ୍କୁ ନାଗାର୍ଜୁନ ବେଶ କଲେ ଭକ୍ତ ପୂର୍ଣ୍ଣଚନ୍ଦ୍ର

author img

By

Published : Nov 29, 2020, 6:59 AM IST

Updated : Nov 29, 2020, 9:54 AM IST

ରାୟଗଡା: ବୁଝିଲାନି ଭକ୍ତଙ୍କ ଅବୁଝା ମନ । ଶେଷରେ ନିଜ ଘରେ ପୂଜା ପାଉଥିବା ଶ୍ରୀଜୀଉଙ୍କୁ ନିଜ ହାତରେ ନାଗାର୍ଜୁନ ବେଶରେ ସୁସଜ୍ଜିତ କରିଛନ୍ତି । ଭାବରେ ବନ୍ଧା କାଳିଆ ଠାକୁରଙ୍କୁ ନାଗାର୍ଜୁନ ବେଶ କଲେ ଭକ୍ତ ପୂର୍ଣ୍ଣଚନ୍ଦ୍ର । ଏଭଳି ଘଟଣା ଦେଖିବାକୁ ମିଳିଛି ରାୟଗଡା ଜିଲ୍ଲାରେ ।

ଭାବରେ ବନ୍ଧା କାଳିଆ ଠାକୁରଙ୍କୁ ନାଗାର୍ଜୁନ ବେଶ କଲେ ଭକ୍ତ ପୂର୍ଣ୍ଣଚନ୍ଦ୍ର

ଦୀର୍ଘ 26 ବର୍ଷ ପରେ ଦୁର୍ଲ୍ଲଭ ନାଗାର୍ଜୁନ ବେଶ ପଡିଥିବା ବେଳେ କୋରୋନା କଟକଣା ଯୋଗୁଁ ଏହି ଦୁର୍ଲ୍ଲଭ ବେଶ ଦର୍ଶନରୁ ଭକ୍ତଙ୍କୁ ବାରଣ କରାଯାଇଛି । ଡିଜିଟାଲ ପ୍ଲାଟଫର୍ମରେ ବି ଭକ୍ତଙ୍କ ଦର୍ଶନ ପାଇଁ କୌଣସି ବ୍ୟବସ୍ଥା କରାଯାଇନାହିଁ । ଏଣୁ ଏଥିରେ ବ୍ୟଥିତ ହୋଇ ନିଜେ ନିଜ ଘରେ ପୂଜା ପାଉଥିବା ବେଶ ପ୍ରିୟ କଳାଠାକୁରଙ୍କୁ ନିଜେ ବେଶକରି ଅତି ସୁନ୍ଦର ଭାବେ ସଜ୍ଜିତ କରିଛନ୍ତି ରାୟଗଡା ଜିଲ୍ଲା ଗୁଣୁପୁର ବାବୁଲି ନଗରରେ ରହୁଥିବା ଭକ୍ତ ପୂର୍ଣ୍ଣଚନ୍ଦ୍ର ପାଣିଗ୍ରାହୀ । ପୂର୍ଣ୍ଣଚନ୍ଦ୍ର ପେଷାରେ ଜଣେ ଶିକ୍ଷକ । ଏକଦା ପକ୍ଷାଘାତରେ ପୀଡିତ ଥିବା ପୂର୍ଣ୍ଣଚନ୍ଦ୍ର ରାଜ୍ୟ ତଥା ରାଜ୍ୟ ବାହାର ବିଭିନ୍ନ ବଡ ବଡ ଚିକିତ୍ସାଳୟରୁ ନିରାଶ ହୋଇ ଶେଷରେ ଜଗନ୍ନାଥଙ୍କ କୃପାରୁ ଆରୋଗ୍ୟ ଲାଭ କରିଥିଲେ । ସେହିଦିନୁ ସେ ନିଜ ଘରକୁ ଶ୍ରୀମନ୍ଦିର କରି ଦେଇଛନ୍ତି । ଶ୍ରୀମନ୍ଦିରରେ ଯାହା ନୀତିକାନ୍ତି ସେ ଘରେ ସେଭଳି କରନ୍ତି । ଏପରିକି ପ୍ରତିବର୍ଷ ସେ ନିଜ ହାତରେ କୁନିରଥ ତିଆରି କରି ଗୁଣୁପୁର ବଡଦାଣ୍ଡରେ ରଥଯାତ୍ରାରେ ଗଡାନ୍ତି । ନବକଳେବରରେ ଦାରୁ ବିଗ୍ରହଙ୍କୁ ପାତଳୀ କରି ନୂତନ କଳେବର ଠାକୁରଙ୍କ ପୂଜାର୍ଚ୍ଚନା କରିଥାନ୍ତି ।

ତେବେ ପବିତ୍ର ନାଗାର୍ଜୁନ ଅବସରରେ ମହାପ୍ରଭୁଙ୍କ ବେଶ କରି ଖୁସି ବ୍ୟକ୍ତ କରିଛନ୍ତି ପୂର୍ଣ୍ଣଚନ୍ଦ୍ରଙ୍କ ପରିବାର ଓ ବନ୍ଧୁ ପରିଜନ । ପାଖ ପଡୋଶୀ ବି ନିକଟରେ ପରଂବ୍ରହ୍ମଙ୍କ ଏହି ଦୁର୍ଲ୍ଲଭ ବେଶ ଦର୍ଶନ କରି ବେଶ ଆନନ୍ଦିତ । ଦାରୁବ୍ରହ୍ମଙ୍କ ଅପୂର୍ବ ଲୀଳା । ଭାବର ଭକ୍ତିରେ ବନ୍ଧା ସେ କାଳିଆ ଠାକୁର ପୂର୍ଣ୍ଣଚନ୍ଦ୍ରଙ୍କୁ ନିରାଶ କରିବେ ବା କେମିତି ।

ରାୟଗଡାରୁ ରଞ୍ଜନ କୁମାର ରଥ,ଇଟିଭି ଭାରତ

Last Updated : Nov 29, 2020, 9:54 AM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.