ETV Bharat / state

ତେଜୁଛି ଝୋଡିଆଙ୍କୁ ଆଦିବାସୀ ମାନ୍ୟତା ଦାବି, ଦିଲ୍ଲୀରେ ଉଠିବ ସ୍ବର

author img

By

Published : Feb 11, 2021, 9:02 PM IST

ଭୟଙ୍କର ହେଉଛି ଝୋଡିଆଙ୍କୁ ଆଦିବାସୀ ମାନ୍ୟତା ଦାବିର ଝଡ । ଦଶନ୍ଧି ଦଶନ୍ଧିର ସଂଘର୍ଷ ପରେ ବି ଏହି ସମ୍ପ୍ରଦାୟକୁ ମିଳୁନି ଜନଜାତିର ପ୍ରମାଣପତ୍ର । ଏଣୁ ଏଥର ବି ଦିଲ୍ଲୀ ଦରବାରରେ ଦାବି ଦୋହରାଇବାକୁ ତେଜିଛି ସ୍ବର । ଅଧିକ ପଢନ୍ତୁ..

ଭୟଙ୍କର ହେଉଛି ଝୋଡିଆଙ୍କୁ ଆଦିବାସୀ ମାନ୍ୟତା ଦାବିର ଝଡ

ରାୟଗଡା: ନିର୍ବାଚନ ପୁର୍ବରୁ ଝୋଡ଼ିଆଙ୍କୁ ଆଦିବାସୀ ମାନ୍ୟତା ନେଇ ରାଜନେତାଙ୍କ କୁମ୍ଭୀର କାନ୍ଦଣାକୁ ପଦାରେ ପକାଇଛି । ଏବେ ଆଗକୁ ରାଜ୍ୟରେ ପୌରନିର୍ବାଚନ । ପୁଣି ଥରେ ବିଭିନ୍ନ ଦଳ ଝୋଡ଼ିଆ ଭୋଟକୁ ହାତେଇବା ପାଇଁ ସେମାନଙ୍କୁ ଆଦିବାସୀ ମାନ୍ୟତା ଦାବି ଦୋହରାଇଛନ୍ତି । ଫଳରେ ଏବେ ପୁଣି ଦାବୀ ପହଞ୍ଚିଛି ଦିଲ୍ଲୀ ଦରବାରରେ ।

ଭୟଙ୍କର ହେଉଛି ଝୋଡିଆଙ୍କୁ ଆଦିବାସୀ ମାନ୍ୟତା ଦାବିର ଝଡ .

ଏପଟେ ପରଜା ସମାଜର ସଭାନେତ୍ରୀ ତଥା ବିଶିଷ୍ଟ ସମାଜ ସେବୀ ସୁମନୀ ଝୋଡ଼ିଆ ସ୍ପଷ୍ଟ କରିଛନ୍ତି କି ଆଦିବାସୀ ମାନ୍ୟତା ନାହିଁ ତ ଭୋଟ ନାହିଁ । ଏନେଇ ଏବେ ରାଜନୈତିକ ନେତାଙ୍କ ମଧ୍ୟରେ କାଦୁଅ ଫିଙ୍ଗା ରାଜନୀତି ଆରମ୍ଭ ହେଲାଣି ।

ଅବିଭକ୍ତ କୋରାପୁଟ ଏବଂ କଳାହାଣ୍ଡି ଜିଲ୍ଲାରେ ଏକ ଲକ୍ଷ ଝୋଡ଼ିଆ ବସବାସ କରୁଥିବା ବେଳେ ୧୯୯୭ ମସିହା ପୁର୍ବରୁ ଏମାନେ ଆଦିବାସୀ ଭାବେ ମାନ୍ୟତା ପାଇ ଆସୁଥିଲେ । କିନ୍ତୁ କୈଣସି କାରଣ ବସତଃ ୧୯୯୭ ପରେ ଆଦିବାସୀ ତାଲିକାରୁ ବାଦ ଦିଆଯାଇ ସାଧାରଣ ବର୍ଗରେ ତାଲିକା ଭୁକ୍ତ ହୋଇଛନ୍ତି ଏମାନେ । ଏପରିକି ଝୋଡ଼ିଆ ମାନେ ସମସ୍ତେ ପରଜା ସମ୍ପ୍ରଦାୟର ହୋଇଥିଲେ ମଧ୍ୟ ୨୪ ବର୍ଷର ସଂଘର୍ଷ ପରେ ମଧ୍ୟ ଏହି ସମ୍ପ୍ରଦାୟ ଆଦିବାସୀ ମାନ୍ୟତା ପାଇପାରି ନାହାଁନ୍ତି । କିନ୍ତୁ ଝୋଡ଼ିଆ ପରଜା , ବାରଙ୍ଗ ଝୋଡ଼ିଆ ପରଜା , କନ୍ଧପରଜା , ପରଜା , ପଙ୍ଗା ପରଜା , ସାନ ପରଜାଙ୍କୁ ଆଦିବାସୀ ମାନ୍ୟତା ଦିଆଯାଇଛି । ଏ ଆଧାରରେ ୧୯୬୪ ମସିହା ପୂର୍ବରୁ କାଶୀପୁର ବ୍ଳକ କଳାହାଣ୍ଡି ଜଲ୍ଲାରେ ରହିଥିଲା ।

ପୁନଃ ସୀମା ନିର୍ଦ୍ଧାରଣ ପରେ କାଶୀପୁର ବ୍ଲକଟି ଅବିଭକ୍ତ କୋରାପୁଟ ଜିଲ୍ଲାର ରାୟଗଡ଼ା ଉପଖଣ୍ଡ ଅଧିନକୁ ଆସିଥିଲା । ଅବିଭକ୍ତ କୋରାପୁଟ ଏବଂ କଳାହାଣ୍ଡିରେ ବସବାସ କରୁଥିବା ଅନ୍ୟ ଆଦିବାସୀ ସମ୍ପ୍ରଦାୟର ଆଚାର , ବ୍ୟବହାର , ଚାଲିଚଳଣୀ , ଯାନିଯାତ୍ରା ସାଙ୍ଗକୁ ଖାଦ୍ୟ , ପୋଷାକ ଏବଂ ଭାଷା ମଧ୍ୟରେ ସାମଞ୍ଜସ୍ୟ ରହିଛି । ଏପରିକି ଝୋଡ଼ିଆ ସମ୍ପ୍ରଦାୟର ଯୁବକ ଯୁବତୀମାନେ ଝୋଡ଼ିଆ ପରଜା , ବାରଙ୍ଗଝୋଡ଼ିଆ ପରଜା , କନ୍ଧପରଜା , ପରଜା , ପଙ୍ଗା ପରଜା , ସାନ ପରଜା ସମ୍ପ୍ରଦାୟର ଯୁବକ ଯୁବତୀ ମଧ୍ୟରେ ବିବାହର ପରମ୍ପରା ରହିଛି । ଏତେ ସବୁ ସତ୍ତ୍ବେ ଝୋଡିଆଙ୍କୁ ମିଳିପାରୁନି ଆଦିବାସୀର ମାନ୍ୟତା ।

ତେବେ କଂଗ୍ରେସ ଅଭିଯୋଗ କରୁଛି ଯେ, ରାଜ୍ୟ ସରକାରଙ୍କ ଅବହେଳା ସାଙ୍ଗକୁ କେନ୍ଦ୍ର ଗୃହ ବିଭାଗର ରେଜିଷ୍ଟାରଙ୍କ ସୁପାରିସ ମିଳିନଥିବା ଯୋଗୁଁ ଝୋଡ଼ିଆଙ୍କୁ ଆଦିବାସୀ ମାନ୍ୟତା ମାମଲା ଆଗକୁ ବଢୁନି । ସେପଟେ ବିଜେଡ଼ି କହୁଛି ବାରମ୍ବାର ରାଜ୍ୟ ସରକାର ଆବଶ୍ୟକୀୟ ତଥ୍ୟ ଯୋଗାଇଥିଲେ ସୁଧା କେନ୍ଦ୍ର ଜାଣିଶୁଣି ଝୋଡ଼ିଆଙ୍କୁ ଆଦିବାସୀ ମାନ୍ୟତା ଦେବାରେ ଟାଳଟୁଳ ନୀତି ଅବଲମ୍ବନ କରୁଛି । ତେବେ ଏନେଇ ଚଳିତ ପାର୍ଲାମେଣ୍ଟ ଅଧିବେଶନ ସମୟରେ ଉଭୟ ସଂସଦରେ ଝୋଡ଼ିଆଙ୍କୁ ଆଦିବାସୀ ମାନ୍ୟତା ଦାବି ଉଠେଇବା ପାଇଁ କୁହାଯାଇଛି ।

ନିର୍ବାଚନ ବୈତରଣୀ ପାର ହେବାକୁ ବର୍ଷ ବର୍ଷ ଧରି ମୋହରା ସଜୁଥିବା ଝୋଡିଆ ସମ୍ପ୍ରଦାୟକୁ ଯଦି ଆଦିବାସୀ ମାନ୍ୟତା ନ ମିଳେ ତେବେ ଆନ୍ଦୋଳନ ଉଗ୍ର ରୂପ ନେବା ବୋଲି ଦିଆଯାଇଛି ଚେତାବନୀ । ଦେଖାଯାଉ ଏହି ଚରମବାଣୀକୁ କେତେ ଗଭୀରତାର ସହ ନେଉଛନ୍ତି ସରକାର, ତାହା ଉପରେ ରହିଛି ନଜର ।

ରାୟଗଡାରୁ ରଞ୍ଜନ କୁମାର ରଥ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.