ETV Bharat / state

ରାୟଗଡାରେ ଜନତାକର୍ଫ୍ୟୁକୁ ଅଭୁତପୂର୍ବ ସମର୍ଥନ - ମୋଦିଙ୍କ ଜନତାକର୍ଫ୍ୟୁ ଆହ୍ବାନ

ମହାମାରୀ କୋରୋନା ଭାଇରସକୁ ହରାଇବା ପାଇଁ ପ୍ରଧାନମନ୍ତ୍ରୀ ମୋଦିଙ୍କ ଜନତାକର୍ଫ୍ୟୁ ଆହ୍ବାନକୁ ପାଳନ କରୁଛନ୍ତି ଦେଶବାସୀ। ଜନତା କର୍ଫ୍ୟୁର ଅଭୂତ ପୂର୍ବ ପ୍ରଭାବ ରାୟଗଡାରେ ଦେଖିବାକୁ ମିଳିଛି । ଅଧିକ ପଢନ୍ତୁ...

Janata curfew Imapact
ରାୟଗଡାରେ ଜନତାକର୍ଫ୍ୟୁକୁ ଅଭୁତପୂର୍ବ ସମର୍ଥନ
author img

By

Published : Mar 22, 2020, 4:31 PM IST

ରାୟଗଡା: ପଲ୍ଲୀରୁ ଦିଲ୍ଲୀ ଜନତା ପାଳୁଛନ୍ତି ଜନତା କର୍ଫ୍ୟୁ । ମହାମାରୀ କୋରୋନାକୁ ହରାଇବା ପାଇଁ ପ୍ରଧାନମନ୍ତ୍ରୀ ମୋଦିଙ୍କ ଜନତାକର୍ଫ୍ୟୁ ଆହ୍ବାନକୁ ପାଳନ କରୁଛନ୍ତି ଦେଶବାସୀ। ଜନତା କର୍ଫ୍ୟୁର ଅଭୂତ ପୂର୍ବ ପ୍ରଭାବ ରାୟଗଡାରେ ଦେଖିବାକୁ ମିଳିଛି । ସହରର ସମସ୍ତ ମୁଖ୍ୟ ରାସ୍ତା, ବସ୍‌ ଷ୍ଟାଣ୍ଡ, ରେଳ ଷ୍ଟେସନ ଓ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ଭଳି ସ୍ଥାନରେ ନୀରବତା ।

ରାୟଗଡାରେ ଜନତାକର୍ଫ୍ୟୁକୁ ଅଭୁତପୂର୍ବ ସମର୍ଥନ

ବସଷ୍ଟାଣ୍ଡ୍‌ରୁ କୌଣସି ବସ ଯାତାୟତ କରୁନଥିବା ବେଳେ ରେଳ ଷ୍ଟେସନ ଶୁନ୍‌ଶାନ ରହିଛି । ଯେଉଁଠାରେ ଅନ୍ୟ ଦିନ ମାନଙ୍କରେ ହଜାର ହଜାର ସଂଖ୍ୟାରେ ଯାତ୍ରୀଙ୍କ କୋଳାହଳରେ ଫାଟି ପଡେ ସେଠାରେ ଆଜି ନୀରବତା ଛାଇଯାଇଛି ।

ରାସ୍ତା ଘାଟ ଜନଶୂନ୍ୟ ହୋଇପଡିଥିବା ବେଳେ କୌଣସି ସ୍ଥାନରେ ଲୋକଙ୍କ ଦେଖା ମିଳୁ ନାହିଁ । ସମସ୍ତ ଦୋକାନ ବଜାର ଏପରିକି ଅତ୍ୟାବଶ୍ୟକ, ଓଷଧ ଦୋକାନ ମଧ୍ୟ ବନ୍ଦ ରହିଛି । ଯଦିଓ ପ୍ରକୃତ କର୍ଫ୍ୟୁ ଜାରି ହୋଇନାହିଁ ତଥାପି ଆଜିର ଜନତା କଫ୍ୟୁରେ ଜନତାଙ୍କ ସ୍ବତପ୍ରବୃତ ସମର୍ଥନ ରହିଛି । କୋରୋନା ଭାଇରସରୁ ବର୍ତ୍ତିବା ପାଇଁ ସମସ୍ତେ ନିଜ ଘରେ ରହି ଜନତା କର୍ଫ୍ୟୁ ପାଳନ କରିଛନ୍ତି ।

ରାୟଗଡାରୁ ରଞ୍ଜନ ରଥ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.