ETV Bharat / state

ବିଭିନ୍ନ ଦୋକାନରୁ ଚୋରି ଅଭିଯୋଗରେ ଆନ୍ତ ରାଜ୍ୟ ଚୋର ଗିରଫ - ଆନ୍ତ ରାଜ୍ୟ ଚୋର ଗିରଫ

ଗୁଣୁପୁର ଉପଖଣ୍ଡର ପଦ୍ମପୁର, ଗୁଡାରୀ, ଦୁର୍ଗୀ, ଗୁଣୁପୁର, ମୁକୁନ୍ଦପୁର୍, ବିଷମ କଟକ ଏବଂ ପୋଡ଼ସି ଆନ୍ଧ୍ରର ବାତୀଲି ଥାନା ଅଞ୍ଚଳରେ ବିଭିନ୍ନ ସ୍ଥାନରେ ଚୋରୀ ଘଟଣାର ପର୍ଦ୍ଦାଫାସ ହୋଇଛି । ଅଧିକ ପଢନ୍ତୁ...

ବିଭିନ୍ନ ଦୋକାନରୁ ଚୋରି ଅଭିଯୋଗରେ ଆନ୍ତ ରାଜ୍ୟ ଚୋର ଗିରଫ

author img

By

Published : Oct 9, 2021, 10:40 PM IST

ରାୟଗଡା: ଗୁଣୁପୁର ଉପଖଣ୍ଡର ପଦ୍ମପୁର, ଗୁଡାରୀ, ଦୁର୍ଗୀ, ଗୁଣୁପୁର, ମୁକୁନ୍ଦପୁର୍, ବିଷମ କଟକ ଏବଂ ପୋଡ଼ସି ଆନ୍ଧ୍ରର ବାତୀଲି ଥାନା ଅଞ୍ଚଳରେ ବିଭିନ୍ନ ସ୍ଥାନରେ ଚୋରୀ ଘଟଣାର ପର୍ଦ୍ଦାଫାସ ହୋଇଛି । ଆଜି(ଶନିବାର) ଗୁଣୁପୁର ଆଦର୍ଶ ଥାନାରେ ଏସମ୍ପର୍କରେ ଏକ ସାମ୍ବାଦିକ ସମ୍ମିଳନୀର ଆୟୋଜନ ହୋଇଥିଲା ।

ବିଭିନ୍ନ ଦୋକାନରୁ ଚୋରି ଅଭିଯୋଗରେ ଆନ୍ତ ରାଜ୍ୟ ଚୋର ଗିରଫ

ସୂଚନା ଅନୁଯାୟୀ ଗୁଡ଼ାରୀ ଥାନାରେ ୭/୧୦ /୨୧ ତାରିଖରେ କେ. ଶ୍ରୀନିବାସ ରାଓ ତାଙ୍କ ଦୋକାନରେ ଚୋରୀ ହୋଇଥିବା ନେଇ ଏତଲା ଦେଇଥିଲେ। ଏତଲାକୁ ଆଧାର କରି ପୋଲିସ ତଦନ୍ତ ଜାରି ରଖିଥିଲା । ଏକ ସି.ସି ଟିଭି ଫୁଟେଜ ଆଧାରରେ ଅନୁସନ୍ଧାନ କରି ପଦ୍ମପୁରର ରାଜୁ ସାହୁକୁ ଧରିବାରେ ପୋଲିସ ସଫଳ ହୋଇଛି ।

ରାଜୁ ପାଖରୁ ୧ ଲକ୍ଷ ୬୦ ହଜାର ଟଙ୍କା, ୬ଟି ମୋବାଇଲ ଫୋନ, ୨ଟି ମୋଟର ସାଇକେଲ ଏବଂ ଗୋଟିଏ ଲ୍ୟାପଟପ୍ ଯବତ୍ କରାଯାଇଛି । ଏଥିସହିତ ଚୋରୀ କରିବା ପାଇଁ ବ୍ୟବହୃତ ହେଉଥିବା ୨ଟି ଲୁହା କଟା ମେସିନ୍ ଯବତ୍ କରାଯାଇଛି। ରାଜୁ ନାଁରେ ରାୟଗଡା, ଗଜପତି ଏବଂ ଆନ୍ଧ୍ର ପ୍ରଦେଶର ଶ୍ରୀକାକୁଲମ, ବିଜୟନଗରମ ଜିଲ୍ଲାରେ ଅନେକ ମାମଲା ରହିଛି ।

ରାୟଗଡାରୁ ରଞ୍ଜନ କୁମାର ରଥ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.