ରାୟଗଡା: ରାୟଗଡା ଜିଲ୍ଲାର ବିଭିନ୍ନ ପ୍ରାନ୍ତରେ ଅନ୍ତର୍ଜାତୀୟ ଯୋଗ ଦିବସ ପାଳିତ ହୋଇଯାଇଛି । 68 ସୀମା ସୁରକ୍ଷା ବଳ ପକ୍ଷରୁ କମାଣ୍ଡେଣ୍ଟ ଯୋଗେନ୍ଦର ଅଗ୍ରୱାଲଙ୍କ ନେତୃତ୍ବରେ ବିଏସଏଫ କ୍ୟାମ୍ପରେ ଯୋଗ ଦିବସ ପାଳିତ ହୋଇଯାଇଛି ।
ସେହିଭଳି ଅନ୍ତର୍ଜାତୀୟ ଯୋଗ ଦିବସ ଅବସରରେ ରାୟଗଡ ଜୁପିଟର -ଅନ୍ତର୍ଜାତୀୟ ବିଦ୍ୟାଳୟ ତରଫରୁ ମଧ୍ୟ ଏକ ଯୋଗ ଶିବିର ଅନୁଷ୍ଠିତ ହୋଇଯାଇଛି । ଅନଲାଇନ ମାଧ୍ୟମରେ ବିଦ୍ୟାଳୟର ଛାତ୍ରୀ ଅନୁରାଧା ପାଣିଗ୍ରାହୀ, ସହଜ ଯୋଗ ଶିକ୍ଷାର ଉପକାରିତା ଏବଂ କିଛି ଯୋଗାସନ ପ୍ରଦର୍ଶନ କରିଥିଲେ ।
୨୦୦ରୁ ଊର୍ଦ୍ଧ୍ଵ ଛାତ୍ରଛାତ୍ରୀ ଏହି ଅନଲାଇକ ପ୍ରଶିକ୍ଷଣରେ ଅଂଶ ଗ୍ରହଣ କରି ନିଜ ନିଜ ଘରେ ଯୋଗାଭ୍ୟାସ କରିଥିଲେ । ଏହି କାର୍ଯ୍ୟକ୍ରମରେ ବିଦ୍ୟାଳୟର ନିର୍ଦ୍ଦେଶକ ଗୋବିନ୍ଦ ପ୍ରସାଦ ରଥ ଉପସ୍ଥିତ ରହି ଛାତ୍ରଛାତ୍ରୀଙ୍କର ଉତ୍ତମ ସ୍ବାସ୍ଥ୍ୟ କାମନା କରିଥିଲେ। ପରେ ଜିଲ୍ଲା ପ୍ରଶାସନ ସହ ମିଶି ଛାତ୍ରଛାତ୍ରୀ ସହରର କପିଳାସ ଛକ, ସାରଳା ଛକ ଏବଂ ମୁଖ୍ୟ ବଜାର ଅଞ୍ଚଳରେ କୋରୋନାକୁ ନେଇ ସଚେତନ କରିଥିଲେ ।
ରାୟଗଡାରୁ ରଞ୍ଜନ ରଥ, ଇଟିଭି ଭାରତ