ETV Bharat / state

ରୂପ ବଦଳାଉଛି କଲେରା ଜୀବାଣୁ: ଇ-କଲାଏ ଓ ସିଜେଲାକୁ ନେଇ ବଢିଲା ଟେନସନ - ରାୟଗଡା ଖବର

ରୂପ ବଦଳାଉଛି କଲେରା ଜୀବାଣୁ । ଭିବ୍ରିଓ କଲେରା ଚିହ୍ନଟ ପରେ ଏବେ ଇ-କଲାଏ ଏବଂ ସିଜେଲାକୁ ନେଇ ସ୍ବାସ୍ଥ୍ୟ ବିଭାଗର ଚିନ୍ତା ବଢିଲା । ଅଧିକ ପଢନ୍ତୁ

ରୂପ ବଦଳାଉଛି କଲେରା ଯିବାଣୁ :ଇ-କଲାଏ ଓ ସିଜେଲାକୁ ନେଇ ବଢିଲା ସ୍ବାସ୍ଥ୍ୟ ବିଭାଗର ଚିନ୍ତା

author img

By

Published : Jul 22, 2022, 9:39 PM IST

ରାୟଗଡା: ଜିଲ୍ଲାରେ ଭିବ୍ରିଓ କଲେରା ଚିହ୍ନଟ ପରେ ଏବେ ଇ-କଲାଏ ଏବଂ ସିଜେଲାକୁ ନେଇ ସ୍ବାସ୍ଥ୍ୟ ବିଭାଗର ଚିନ୍ତା ବଢିଲା । ରାୟଗଡା ଜିଲ୍ଲା କାଶୀପୁର ବ୍ଲକର ବିଭିନ୍ନ ଗାଁରେ ଆତଙ୍କ ଖେଳାଇ ଥିବା ହଇଜା ଯଦିଓ ସାମାନ୍ୟ ନିନ୍ତ୍ରଣକୁ ଆସିଛି ତଥାପି ରୂପ ବଦଳାଉଛି । ପ୍ରତିଦିନ ଭିନ୍ନ ରୂପରେ ନୂତନ ରୋଗୀ ଚିହ୍ନଟ ହେବା ପ୍ରଶାସନ ପାଇଁ ମୁଣ୍ତ ବିନ୍ଧାର କାରଣ ସାଜିଛି। ଆଜି ମଧ୍ୟ କିଛି ଗାଁରେ ଆକ୍ରାନ୍ତ ଚିହ୍ନଟ ହୋଇଥିବା ସୂଚନା ମିଳିଛି ।

ରୂପ ବଦଳାଉଛି କଲେରା ଯିବାଣୁ :ଇ-କଲାଏ ଓ ସିଜେଲାକୁ ନେଇ ବଢିଲା ସ୍ବାସ୍ଥ୍ୟ ବିଭାଗର ଚିନ୍ତା

ଡେଙ୍ଗାଗୁଡା ଗାଁର 6 ଜଣ ଝାଡାବାନ୍ତିରେ ଆକ୍ରାନ୍ତ ହୋଇ ଆଜି ଟିକିରି ସ୍ବାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି ହୋଇଛନ୍ତି । ସ୍ବାସ୍ଥ୍ୟ ବିଭାଗର ପରୀକ୍ଷଣରୁ ରିପୋର୍ଟରୁ ଜଣାପଡିଛି ଯେ ୮ ଟି ନମୁନାରୁ ଭିବ୍ରିଓ କଲେରା, ୨୨ ଟି ନମୁନାରୁ ଇ-କଲାଏ ଏବଂ ଗୋଟିଏ ନମୁନାରୁ ସିଜେଲା ଜୀବାଣୁ ଚିହ୍ନଟ ହୋଇଛି । ଯଦିଓ ଭିବ୍ରିଓ କଲେରାକୁ ଛାଡିଦେଲେ ଇ-କଲାଏ ଏବଂ ସିଜେଲା ପ୍ରକାର ଜୀବାଣୁ ସେତେଟା ବିପଦ ନୁହଁ । ହେଲେ ରୋଗୀଙ୍କୁ ଉପଯୁକ୍ତ ଚିକିତ୍ସା ନ ମିଳିଲେ ମୃତ୍ୟୁ ଘଟିବାର ସମ୍ଭାବନା ରହିଥିବା ସ୍ବାସ୍ଥ୍ୟବିଜ୍ଞାନୀ କହିଛନ୍ତି ।

ଭିନ୍ନଭିନ୍ନ ପ୍ରକାର ଜୀବାଣୁ ଜଳ ଓ ମଳ ନମୁନାରୁ ବାହାରିବା ଫଳରେ ଚିକିତ୍ସା ପ୍ରଣାଳୀକୁ ମଧ୍ୟ ବ୍ୟାପକ କରାଯାଇଛି । ଜଳ ଓ ମଳ ନମୁନାର ପରୀକ୍ଷଣ ରିପୋର୍ଟ ଆଧାରରେ ଚିକିତ୍ସା ଚାଲିଥିବା କହିଛନ୍ତି ସ୍ବାସ୍ଥ୍ୟ ବିଶେଷଜ୍ଞ । ବର୍ତ୍ତମାନ ସୁଧା ଆକ୍ରାନ୍ତଙ୍କ ମଳ ନମୁନା ପରୀକ୍ଷଣରୁ ୩୦ ପ୍ରତିଶତ ଭିବ୍ରିଓ କଲେରା ଚିହ୍ନଟ ଥିବାବେଳେ ବଳକା ୭୦ ପ୍ରତିଶତ ରୋଗୀଙ୍କ ଠାରେ ଇ-କଲାଏ ଏବଂ ସିଜେଲା ବାହାରୁଥିବା ଜଣାପଡିଛି । ଏହି ସୂଚନା ଦେଇଛନ୍ତି କାଶୀପୁର ଗସ୍ତରେ ଥିବା ଜନସ୍ବାସ୍ଥ୍ୟ ନିର୍ଦ୍ଦେଶକ ଡା. ନିରଞ୍ଜନ ମିଶ୍ର ।

ଏଥିପାଇଁ ଦୂଷିତ ଜଳ ଯୋଗୁଁ ହିଁ ହଇଜା ବ୍ୟାପିଥିବା ସ୍ପଷ୍ଟ ହେବା ପରେ ବିଶୋଧନ କାର୍ଯ୍ୟ ଜୋରଦାର କରାଯାଇଛି । ତେବେ ସବୁଠାରୁ ବଡ କଥା ସବୁବେଳେ କଲେରା ,ଡାଇରିଆର ଚର୍ଚ୍ଚା ରହି ଆସୁଥିବା କାଶୀପୁରରେ ସ୍ଥାନୀୟ ପ୍ରଶାସନର ବେପରୁଆ ମନୋଭାବ ଯୋଗୁଁ ପୁଣି କଲେରା ଫେରିଛି ବୋଲି ବୁଦ୍ଧିଜୀବୀ କହିଛନ୍ତି । ପ୍ରତ୍ୟେକ ପ୍ରଭାବିତ ଗାଁ ଗୁଡିକରେ ସମସ୍ତ ଜଳ ଉତ୍ସକୁ ବିଶୋଧିତ କରାଯାଉଛି । ନଦୀ,ନାଳ, ଝରଣା ଓ ଅନ୍ୟାନ୍ୟ ଜଳଉତ୍ସ ଗୁଡିକ ସଫା କରାଯିବା ସହିତ ପ୍ରଚୁର ପରିମାଣରେ ବ୍ଲିଚିଂ ପ୍ରୟୋଗ କରାଯାଇଛି ।

ଉପରମୁଣ୍ଡ ଠାରୁ ଆରମ୍ଭ କରି ତଳମୁଣ୍ଡ ପର୍ଯ୍ୟନ୍ତ ସବୁ ସ୍ଥାନରେ ବିଶୋଧ କାର୍ଯ୍ୟ ଯୁଦ୍ଧକାଳୀନ ଭିତିରେ ଚାଲିଥିବା ସୂଚନା ଦିଆଯାଇଛି । ଲଗାତାର ଭାବେ ସ୍ବାସ୍ଥ୍ୟ ବିଭାଗର ସ୍ବତନ୍ତ୍ର ଟିମ୍‌ ଶଙ୍କରଡା, ମଲ୍ଲିଝରଣ, ଖୁରିଗାଁ, ପଞ୍ଚାଳି, ଟିକିରି, ମାଇକଞ୍ଚ, ଦୁଡୁକାବାହାଲ ଓ କାଶୀପୁର ଯାଇ ଜଳ ନମୁନା ସଂଗ୍ରହ କରୁଛନ୍ତି । ଗତ ଚାରିଦିନ ହେବ ଯେଉଁ ବିଶୋଧନ ପ୍ରକ୍ରିୟା ଚାଲିଛି ତାହା କିଭଳି କାର୍ଯ୍ୟ କରୁଛି ଅନୁଧ୍ୟାନ କରିଛନ୍ତି । ତେବେ ବର୍ତ୍ତମାନ ଯେଉଁ ଜୀବାଣୁ ଚିହ୍ନଟ ହୋଇଛି ତାହା ମାରାତ୍ମକ ବୋଲି ସ୍ବାସ୍ଥ୍ୟ ବିଶେଷଜ୍ଞ କହିଛନ୍ତି ।

ଏଣେ ହଇଜା ବ୍ୟାପିବା ପରେ ସମସ୍ତ ଜଳ ଉତ୍ସରେ କଟକଣା ଜାରି ହୋଇଥିଲା ତାହାକୁ ବଳବତ୍ତର ରଖିଛି ପ୍ରଶାସନ । ଏଥି ସହିତ ନଦୀ, ନାଳ ଓ ଅନ୍ୟାନ୍ୟ ଜଳ ଉତ୍ସର ପାଣି ବ୍ୟବହାର ନ କରିବା ପାଇଁ ଘୋଷଣା କରାଯାଇଛି । ଭୂତାଣୁ ମୁକ୍ତ ହୋଇ ଆଗାମୀ ନିର୍ଦ୍ଦେଶନାମା ପର୍ଯ୍ୟନ୍ତ ଗ୍ରାମ୍ୟ ଜଳଯୋଗାଣ ବିଭାଗ ପାଇଁ ମଧ୍ୟ କଟକଣା ଜାରି ରହିଛି । ପ୍ରତ୍ୟେକ ଲୋକଙ୍କୁ ପ୍ରଶାସନ ପକ୍ଷରୁ ଟ୍ୟାଙ୍କର ମାଧ୍ୟମରେ ଜଳ ଯୋଗାଣ କରୁଛି ଜିଲ୍ଲା ପ୍ରଶାସନ । ସମସ୍ତ ଗ୍ରାମରେ ଶୁଦ୍ଧ ଜଳ ଯୋଗାଣ ହେଉଛି ।

ଏଣେ ବିଭିନ୍ନ ମେଡିକାଲରେ ୫୬ ଜଣ ରୋଗୀ ଭର୍ତ୍ତି ହୋଇ ଚିକିତ୍ସିତ ହେଉଛନ୍ତି । ସେଥିମଧ୍ୟରୁ ଉଷାପଡା ଉତ୍କଳ ହସ୍ପିଟାଲରେ ୮, ଟିକିରି ଉତ୍କଳ ହସ୍ପିଟାଲରେ ୨୦, କାଶୀପୁର ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ୧୧, ଟିକିରି ସ୍ବାସ୍ଥ୍ୟକେନ୍ଦ୍ରରେ ୧୭ ଜଣ ଚିକିତ୍ସିତ ହେଉଥିବା ଜଣାପଡିଛି । ସେହିଭଳି ଭ୍ରାମ୍ୟମାଣ ସ୍ବାସ୍ଥ୍ୟସେବା ଟିମ ଆଜି ପ୍ରାୟ ୪୦ ଜଣଙ୍କ ଚିକିତ୍ସା କରିଛନ୍ତି । ତେବେ ଗତ ଦୁଇଦିନ ଧରି ବର୍ଷା ଲାଗିଥିବା କାରଣରୁ ରୋଗ ଅଧିକ ବ୍ୟାପିବା ଆଶଙ୍କା ସୃଷ୍ଟି ହୋଇଛି । ତେଣୁ ସ୍ଥିତି ଚିନ୍ତାଜନକ ହେବାରେ ଲାଗିଛି ।

ଲୋକେ ଯେତେ ଅଧିକସଚେତନ ହେବେ ନିଶ୍ଚିତ ଭାବରେ ସେତେ ଶୀଘ୍ର ରୋଗ ନିୟନ୍ତ୍ରଣକୁ ଆସିବ ବୋଲି ସିଡିଏମଓ ଡାକ୍ତର ଲାଲମୋହନ ରାଉତରାୟ କହିଛନ୍ତି । ସଚେତନତା ପାଇଁ ଗାଁ ମାନଙ୍କରେ ମାଇକ ମାଧ୍ୟମରେ ପ୍ରଚାର ଜାରି ରହିଛି । ୮ ଟି ଭ୍ରାମ୍ୟମାଣ ସ୍ବାସ୍ଥ୍ୟସେବା ଟିମ ପ୍ରତ୍ୟେକ ପ୍ରଭାବିତ ଗାଁ ଯାଇ ଲୋକଙ୍କ ପରୀକ୍ଷା କରିବା ସହ ସ୍ବାସ୍ଥ୍ୟସେବା ପ୍ରଦାନ କରୁଥିବା ସେ ସୂଚନା ଦେଇଛନ୍ତି । ସ୍ବାସ୍ଥ୍ୟ ବିଭାଗ ଟିମ ଓ ଅନ୍ୟାନ୍ୟ ଅଧିକାରୀ ଲୋକଙ୍କୁ ସଚେତନ କରିବା ସହ ଔଷଧ ସେବନ ଓ ହାଲୋଜେନ ଟାବଲେଟ ପାଣିରେ ମିଶାଇ ବ୍ୟବହାର ପାଇଁ କୁହାଯାଉଛି । ସ୍ବାସ୍ଥ୍ୟକର୍ମୀ, ଅଙ୍ଗନବାଡି ଓ ଆଶାକର୍ମୀମାନେ ଘରକୁ ଘରବୁଲି ସଚେତନ କରୁଛନ୍ତି । ସଚେତନ ସାଙ୍ଗକୁ ଔଷଧ ସେବନ ପ୍ରତି ଗୁରୁତ ଦିଆଯିବ । ତେବେ ଆଗକୁ କାଶୀପୁର ସ୍ଥିତିରେ ସୁଧାର ଆସିବ ଏଥିରେ ସନ୍ଦେହ ନାହିଁ ।

ଇଟିଭି ଭାରତ, ରାୟଗଡା

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.