ETV Bharat / state

କୋଣ୍ଡାବାରିଡି ଅପହଞ୍ଚ ଇଲାକାର ସ୍ଥିତି ପରଖିଲେ ଗୁଣୁପୁର ଉପଜିଲ୍ଲାପାଳ - Gunupur Sub Collector

ଅପହଞ୍ଚ ଇଲାକାର ବିଭିନ୍ନ ସମସ୍ୟାକୁ ନେଇ ପ୍ରଶାସନିକ ଅଧିକାରୀ ମାନେ ଅଞ୍ଚଳ ଗୁଡିକ ଗସ୍ତ କରି ବିଭିନ୍ନ ସମସ୍ୟାର ଆଲୋଚନା କରିବା ସହ ପଞ୍ଚାୟତର ଲୋକମାନଙ୍କୁ କିପରି ସ୍ୱାବଲମ୍ବୀ କରାଯାଇପାରିବ ସେନେଇ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଛନ୍ତି । ଅଧିକ ପଢନ୍ତୁ...

କୋଣ୍ଡାବାରିଡି ଅପହଞ୍ଚ ଇଲାକାର ସ୍ଥିତି ପରଖିଲେ ଗୁଣୁପୁର ଉପଜିଲ୍ଲାପାଳ

author img

By

Published : Jul 17, 2021, 9:22 AM IST

ରାୟଗଡା: ଜିଲ୍ଲାର ଅପହଞ୍ଚ ଇଲାକାରେ ପରିକ୍ଷିତ ଗ୍ରାମପଞ୍ଚାୟତର କୋଣ୍ଡାବାରିଡି ଗାଁରେ ପହଁଞ୍ଚି ସେଠାକାର ସ୍ଥିତି ପରଖିଛନ୍ତି ଗୁଣୁପୁର ଉପଜିଲ୍ଲାପାଳ ତଥା ଯୁବ ଭାରତୀୟ ପ୍ରଶାସନିକ ଅଧିକାରୀ ଜେ ସୋନାଲ ସେଠି । ଉଭୟ କେନ୍ଦ୍ର ଏବଂ ରାଜ୍ୟ ସରକାରଙ୍କ ବିଭିନ୍ନ ଯୋଜନାକୁ ଲୋକେ ବିଶେଷ କରି ରାସ୍ତା, ସ୍ୱଚ୍ଛ ପାନୀୟ ଜଳ, ପୁଷ୍ଟିକର ଖାଦ୍ୟ, ଜଙ୍ଗଲ ଜମି ପଟ୍ଟା, ଘର ଡିହ ପଟ୍ଟା ଆଦି ଉପରେ ବିଭାଗୀୟ ଅଧିକାରୀଙ୍କ ସହ ଆଲୋଚନା କରିଥିଲେ ।

କୋଣ୍ଡାବାରିଡି ଅପହଞ୍ଚ ଇଲାକାର ସ୍ଥିତି ପରଖିଲେ ଗୁଣୁପୁର ଉପଜିଲ୍ଲାପାଳ

ଏପରିକି ଦୁଇ ମାସ କାହିଁକି ଗର୍ଭବତୀ ମା’ ଓ ଛୁଆଙ୍କୁ ଛତୁଆ ଦିଆଗଲା ନାହିଁ ବୋଲି ବିଭାଗୀୟ ସିଡିପିଓ ଶାନ୍ତିଲତା ରଥଙ୍କୁ ପଚାରି ବୁଝିଥିଲେ ଏବଂ ତୁରନ୍ତ ବଣ୍ଟନ କରିବା ପାଇଁ ନିର୍ଦ୍ଦେଶ ମଧ୍ୟ ଦେଇଥିଲେ । ଏହି ବ୍ଲକ ଅଧିନ ଡାଙ୍ଗୁବାଡ଼ି ଗ୍ରାମର 40 ବର୍ଷ ତଳେ 25 ଜଣ ଗରିବ ଆଦିବାସୀଙ୍କୁ ଯୋଗାଇ ଦିଆଯାଇଥିବା ଜମିର ପଟ୍ଟା ଏଯାଏଁ ମିଳି ନ ଥିବାରୁ ତୁରନ୍ତ ଯୋଗାଇ ଦେବାକୁ ତହସିଲଦାରଙ୍କୁ ତାଗିଦ ମଧ୍ୟ କରିଛନ୍ତି । ସେପଟେ ଉକ୍ତ ପଞ୍ଚାୟତର ଲୋକଙ୍କୁ ସ୍ୱାବଲମ୍ବୀ ଏବଂ ଆତ୍ମ ନିର୍ଭରଶୀଳ କରିବା ପାଇଁ ଛତୁ, କୁକୁଡ଼ା ଏବଂ ଛେଳି ଚାଷ କିପରି କରାଯାଇପାରିବ ସେନେଇ ବିଭାଗୀୟ କୃଷି ଅଧିକାରୀଙ୍କୁ ତାଗିଦ କରିଥିଲେ ।

ଗାଁକୁ ପକ୍କା ରାସ୍ତା ସହ ସ୍ୱଚ୍ଛ ପାନୀୟ ଜଳ ଯୋଗାଣ ଉପରେ ଗୁରୁତ୍ୱ ଦେବାକୁ ନିର୍ଦ୍ଦେଶ ଦେଇଥିଲେ ଓ ତା ସହିତ ଅପହଞ୍ଚ ଇଲାକା କୋଣ୍ଡାବାରିଡିର ସ୍ଥିତି ପରଖିଥିଲେ ଗୁଣୁପୁର ଉପଜିଲ୍ଲାପାଳ ।

ରାୟଗଡାରୁ ରଞ୍ଜନ କୁମାର ନାଥ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.