ETV Bharat / state

ରାୟଗଡାରେ ‘ଗାଁ ଆମ୍ବ ପସରା’, ଉପକୃତ ହେବେ ଚାଷୀ

ରାୟଗଡାରେ ଆମ୍ବର ଅଭାବୀ ବିକ୍ରି ପାଇଁ ଆରମ୍ଭ ହୋଇଛି ‘ଗାଁ ଆମ୍ବ ପସରା’ କାର୍ଯ୍ୟକ୍ରମ । ଏଣିକି ଜିଲ୍ଲାର ଚାଷୀଙ୍କ ଆମ୍ବ ବିକ୍ରି କରିବା ନେଇ ବଜାର ଯିବାକୁ ପଡିବନି । ଅଧିକ ପଢନନ୍ତୁ।

author img

By

Published : Jun 3, 2021, 1:38 PM IST

ରାୟଗଡାରେ ‘ଗାଁ ଆମ୍ବ ପସରା’ ଆରମ୍ଭ, ଉରକୃତ ହେବେ ଚାଷୀ

ରାୟଗଡା: ଜିଲ୍ଲାରେ ଆମ୍ବର ଅଭାବୀ ବିକ୍ରି ପାଇଁ ଆରମ୍ଭ ହୋଇଛି ‘ଗାଁ ଆମ୍ବ ପସରା’ କାର୍ଯ୍ୟକ୍ରମ । ଫଳରେ ଏବେ ମିଳୁଛି ଭେଳିକି ଭେଳି ଆମ୍ବ । କୋରୋନା ସଂକ୍ରମଣ ଯୋଗୁଁ ଚିନ୍ତାରେ ଥିବା ଚାଷୀମାନଙ୍କୁ ରାୟଗଡା ଜିଲ୍ଲାପ୍ରଶାସନ ସହାୟତାର ହାତ ବଢାଇଛି । ଏନେଇ ଜିଲ୍ଲା ପ୍ରଶାସନ ପକ୍ଷରୁ ଖୋଲାଯାଇଛି ଆମ୍ବ ବଜାର ।

ସହରର ତେଜସ୍ବୀ ହୋଟେଲ ପଡିଆରେ ଏକ ଆମ୍ବ ବଜାରକୁ ରାୟଗଡା ଜିଲ୍ଲାପାଳ ଉଦଘାଟନ କରିଛନ୍ତି । ଆଜି(ଗୁରୁବାର) ଠାରୁ ଆରମ୍ଭ ହୋଇଥିବା ଜିଲ୍ଲାସ୍ତରୀୟ ଆମ୍ବ ମହୋତ୍ସବ ‘ଗାଁ ଆମ୍ବ ପସରା’ ଆସନ୍ତା ୧୦ ତାରିଖ ପର୍ଯ୍ୟନ୍ତ ଚାଲୁ ରହିବ । ଜିଲ୍ଳା ପ୍ରଶାସନ ଦ୍ୱାରା ଆୟୋଜିତ ଏହି ମହୋତ୍ସବକୁ ଜିଲ୍ଳାପାଳ ସରୋଜ କୁମାର ମିଶ୍ର ମୁଖ୍ୟ ଅତିଥି ଭାବେ ଯୋଗଦେଇ ଫିତାକାଟି ଶୁଭାରମ୍ଭ କରି ଥିବାବେଳେ ଜିଲ୍ଳାରେ ଥିବା ଆମ୍ବ ଚାଷୀଙ୍କୁ ପ୍ରୋତ୍ସାହିତ କରିବା ସହ ସେମାନଙ୍କର ଉତ୍ପାଦିତ ଆମ୍ବର ବଜାରୀକରଣ ବ୍ୟବସ୍ଥା ଏବଂ ଦଲାଲର ଠକାମୀରୁ ବଞ୍ଚିତ କରି ଉଚିତ୍ ମୂଲ୍ୟ ଯୋଗାଇବା ଏହି ଆମ୍ବ ମହୋତ୍ସବର ମୂଳ ଉଦ୍ଦେଶ୍ୟ ବୋଲି ମିଶ୍ର ପ୍ରକାଶ କରିଛନ୍ତି ।

ଗାଁ ଆମ୍ବ ପସରା ମହୋତ୍ସବରେ ଆମ୍ବଚାଷୀଙ୍କ ଠାରୁ ଆରମ୍ଭ କରି ସ୍ୱଂୟ ସହାୟିକା ଗୋଷ୍ଠୀ ଓ ଉତ୍ପାଦକ ଗୋଷ୍ଠୀଙ୍କ ଦ୍ୱାରା ସଂଗୃହିତ ସ୍ଥାନୀୟ କାଶିପୁର, କଲ୍ୟାଣସିଂହପୁର, ମୁନିଗୁଡା, ବିଷମକଟକ ସହ ଅନ୍ୟ ଅଞ୍ଚଳର ବିଭିନ୍ନ କିସମର ସୁଆଦିଆ ଆମ୍ବକୁ ପ୍ରଦର୍ଶିତ କରିବା ସହ ବିକ୍ରି କରାଯାଇ ଗ୍ରାହକଙ୍କୁ ସୁଲଭ ମୂଲ୍ୟ ଏବଂ ଚାଷୀଙ୍କୁ ଉଚିତ ମୂଲ୍ୟ ମିଳିବାର ପ୍ରୟାସ କରାଯାଇଛି । କେବଳ ରାୟଗଡାରେ ନୁହେଁ ଦିଲ୍ଲୀ, ରାୟପୁର ଓ ବିଶାଖପାଟଣାରେ ରାୟଗଡା ଆମ୍ବର ଚାହିଦା ରହିଥିବାରୁ ରାଜ୍ୟ ବାହାରକୁ ଆମ୍ବ ପଠାଯିବାର ବନ୍ଦୋବସ୍ତ ଜିଲ୍ଲାପ୍ରଶାସନ ଦ୍ବାରା କରାଯାଉଥିବା ଜିଲ୍ଲାପାଳ କହିଛନ୍ତି ।

ରାୟଗଡାରୁ ରଞ୍ଜନ କୁମାର ରଥ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.