ରାୟଗଡା: ଛୋଟିଆ ଗାଁରୁ ରାଜନୀତିର ଯାତ୍ରା। ଶୁଣିବାକୁ ଯେତିକି ସଂଘର୍ଷମୟ ଲାଗୁଛି ବାସ୍ତବରେ ମଧ୍ୟ ଯାତ୍ରା ସେତିକି ଜଟିଳ ଓ କଷ୍ଟଦାୟକ ଥିଲା । ହେଲେ ସମସ୍ତ ସଂଘର୍ଷ ସତ୍ତ୍ବେ ଜିଲ୍ଲାର ପ୍ରଥମ ମହିଳା ଭାବେ ଆଜି ବିଧାୟକ ହେବା ସହ ହସ୍ତତନ୍ତ ଓ ବୟନଶିଳ୍ପ ମନ୍ତ୍ରୀ ହୋଇପାରିଛନ୍ତି ପଦ୍ମିନୀ ଦିଆନ । ତେବେ କେମିତି ଥିଲା ତାଙ୍କ ରାଜନୀତିର ଯାତ୍ରା ଓ ବିଧାୟକ ହେବା ପରେ କ’ଣ ରହିଛି ତାଙ୍କର ପ୍ରାଥମିକତା ତାହା ପଚାରି ବୁଝିଥିଲା ଇଟିଭି ଭାରତ ଟିମ୍ ।
ଜିଲ୍ଲାରେ ବୁଣାକାରମାନେ ଅନେକ ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ନା ସେମାନଙ୍କୁ ପ୍ରକୃତ ସମ୍ମାନ ମିଳୁଛି ନା ସେମାନଙ୍କ ହାତ ତିଆରିକୁ ମିଳୁଛି ବିଶ୍ବ ଦରବାରରେ ନାମ । ଏସମସ୍ୟାକୁ ନେଇ ଉଭୟ ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ଦୃଷ୍ଟି ଆକର୍ଷଣ କରିବାକୁ ପ୍ରତିଶୃତି ଦେଇଛନ୍ତି ପଦ୍ମିନୀ ।
କେବଳ ସେତିକି ନୁହେଁ ଆଗକୁ ଯାଇ ଡୋଙ୍ଗରୀ ଆଦିବାସୀମାନଙ୍କ ହାତ ବୁଣା କପଡା ଗୁନ୍ଦା ବା ସାଲକୁ କିପରି ବିଶ୍ବ ଦରବାରରେ ଖ୍ୟାତି ମିଳିପାରିବ ସେନେଇ ସେ ଚେଷ୍ଟା କରିବେ ବୋଲି ପ୍ରକାଶ କରିଛନ୍ତି । ଏଥିସହ ଏହି ସାଲକୁ ଜିଆଇ ଟ୍ୟାଗ ମାନ୍ୟତା ଦେବା ପାଇଁ ମଧ୍ୟ ସେ ଉଦ୍ୟମ ଜାରି ରଖିଛନ୍ତି ବୋଲି କହିଛନ୍ତି ।
ରାଯଗଡାରୁ ରଞ୍ଜନ ରଥ, ଇଟିଭି ଭାରତ