ETV Bharat / state

ରାୟଗଡାରେ ୨ କୋଟିରୁ ଉର୍ଦ୍ଧ୍ବ ଟଙ୍କାର ଗଞ୍ଜେଇ ଜବତ, ଟ୍ରେନ ସିଟ ତଳେ ହେଉଥିଲା ଚାଲାଣ - ରାୟଗଡାରେ ଗଞ୍ଜେଇ ଜବତ

ପଣ୍ଡ ହେଲା ଗଞ୍ଜେଇ ଚୋରା ଚାଲଣା । କୋଟି କୋଟି ଟଙ୍କାର ଗଞ୍ଜେଇ ଜବତ କରିବା ସହ ମାଫିଆଙ୍କୁ କାବୁ କରିବାରେ ସଫଳ ହୋଇଛି ଅବକାରୀ ବିଭାଗ । ଅଧିକ ପଢନ୍ତୁ

excise department seized ganja
ରାୟଗଡାରେ ୨ କୋଟିରୁ ଉର୍ଦ୍ଧ୍ବ ଟଙ୍କାର ଗଞ୍ଜେଇ ଜବତ
author img

By

Published : Jul 13, 2023, 9:45 AM IST

ରାୟଗଡାରେ ୨ କୋଟିରୁ ଉର୍ଦ୍ଧ୍ବ ଟଙ୍କାର ଗଞ୍ଜେଇ ଜବତ

ରାୟଗଡା: ଅବକାରୀ ବିଭାଗ ଓ ପୋଲିସକୁ ବଡ ସଫଳତା । କୋଟି କୋଟି ଟଙ୍କାର ଗଞ୍ଜେଇ ଜବତ କରିବା ସହ ମାଫିଆଙ୍କୁ କାବୁ କରିବାରେ ସଫଳ ହୋଇଛି ଅବକାରୀ ବିଭାଗ । ରାୟଗଡାର ବିଭିନ୍ନ ଜାଗାରୁ ପ୍ରାୟ ୨ କୋଟିରୁ ଉର୍ଦ୍ଧ୍ବ ଟଙ୍କାର ଗଞ୍ଜେଇ ଜବତ ହୋଇଛି । ଅବକାରୀ ବିଭାଗ 5ଜଣଙ୍କୁ ଗିରଫ କରିଥିବା ବେଳେ ପୋଲିସ 2 ଜଣଙ୍କୁ ଗିରଫ କରିଛି । ଗଞ୍ଜେଇ ଚାଲାଣ କାରବାରରେ ଗିରଫଦାରୀ ସଂଖ୍ୟା ବଢିପାରେ ବୋଲି ଅନୁମାନ କରାଯାଉଛି ।

ରାୟଗଡ଼ା ପୋଲିସ ଏବଂ ଅବକାରୀ ବିଭାଗ ବିଭିନ୍ନ ସ୍ଥାନରେ ଚଢାଉ କରି ୧୦୩୨ କେଜି ଗଞ୍ଜେଇ ସହ ୭ ଜଣକୁ ଗିରଫ କରିବାରେ ସକ୍ଷମ ହୋଇଛନ୍ତି । ରାୟଗଡ଼ା ରେଳ ଷ୍ଟେସନରେ ଏକ ଏକ୍ସପ୍ରେସ ଟ୍ରେନ୍‌ରୁ ୮୦ ଲକ୍ଷରୁ ଅଧିକ ଟଙ୍କାର ଗଞ୍ଜେଇ ଜବତ କରାଯାଇଛି । ଏହି କାରବାରରେ ସମ୍ପୃକ୍ତ ୫ ଜଣ ଚାଲାଣକାରୀଙ୍କୁ ରେଳବାଇ ପୋଲିସ ଗିରଫ କରି ଜିଲ୍ଲା ଅବକାରୀ ବିଭାଗକୁ ହସ୍ତାନ୍ତର କରିଛି । ରେଳବାଇ ପୋଲିସ ବିଶାଖାପାଟଣା-ଦୁର୍ଗ ଟ୍ରେନର ଏସି ବଗିର ବିଭିନ୍ନ ସିଟ୍ ତଳେ ୧୪ଟି ବ୍ୟାଗରେ ଚତୁରତାର ସହ 406 କେଜି ଗଞ୍ଜେଇ ଚାଲାଣ ହେଉଥିବା ବେଳେ ମାଡ଼ି ବସିଥିଲା । ଏହି ଗଞ୍ଜେଇ ଆନ୍ଧ୍ରର ପାର୍ବତୀପୁରମ ଷ୍ଟେସନଠାରେ ଲୋଡ୍ କରାଯାଇ ଛତିଶଗଡ଼ର ରାୟପୁରକୁ ଚାଲାଣ କରାଯାଉଥିବା ଜଣାପଡିଛି ।

ଏହା ବି ପଢନ୍ତୁ...କୋଟି କୋଟି ଟଙ୍କାର ଗଞ୍ଜେଇ ଜବତ, ତିନି ମାଫିଆ ଗିରଫ

ଚାଲାଣ କରୁଥିବା ୫ଜଣ ବ୍ୟକ୍ତିଙ୍କୁ ଗିରଫ କରିଛି ପୋଲିସ । ସମସ୍ତଙ୍କୁ କୋର୍ଟ ଚାଲାଣ କାରାଯିବା ବୋଲି ସୂଚନା ଦେଇଛନ୍ତି ଅବକାରୀ ଅଧିକ୍ଷକ ଅଭିରାମ ବେହେରା । ଅପର ପକ୍ଷେ ଜିଲ୍ଲାରେ ହେଉଥିବା ଗଞ୍ଜେଇ ଚାଷକୁ ଜଙ୍ଗଲ ବିଭାଗ, ଓଡ଼ିଶା ପୋଲିସଙ୍କ ମିଳିତ ଭାବେ ଅବକାରୀ ବିଭାଗ ତରଫରୁ ନଷ୍ଟ କରାଯାଉଥିବା ବେଳେ ଜୁନ 22ରୁ ଆଜି ପର୍ଯ୍ୟନ୍ତ 8 ହଜାର କେଜି ଗଞ୍ଜେଇ ଜବତ ହୋଇଥିବା ଏବଂ ତାର ଆନୁମାନିକ ମୂଲ୍ୟ ୧୦ କୋଟିରୁ ଊର୍ଦ୍ଧ୍ୱ ଟଙ୍କା ହେବ ବୋଲି ସୂଚନା ମିଳିଛି । ଏଥିରେ 35 ଜଣ ଗିରଫ ହୋଇ କୋର୍ଟ ଚାଲାଣ ହୋଇଛନ୍ତି ।

ସେହିପରି ପଦ୍ମପୁର ଥାନା ଅନ୍ତର୍ଗତ କେନ୍ଦୁଗୁଡା ନିକଟରୁ ପଦ୍ମପୁର ପୋଲିସ ଏକ ଚାଉଳ ବୋଝେଇ ଟ୍ରକରୁ ୬୨୬ କେଜି ଗଞ୍ଜେଇ ଜବତ କରିଥିଲା । ବିଶେଷ ସୂତ୍ରରୁ ଖବର ପାଇ ପଦ୍ମପୁର ପୋଲିସର ଏକ ସ୍ଵତନ୍ତ୍ର ଟିମ୍‌ କେନ୍ଦୁଗୁଡା ନିକଟରେ ଏକ ଚାଉଳ ବୋଝେଇ ଟ୍ରକକୁ ଅଟକାଇ ଥିଲେ । ସେଥିରୁ ୬୨୬ କେଜିର ଗଞ୍ଜେଇ ବାହାରି ଥିଲା । ଯାହାର ଆନୁମାନିକ ମୂଲ୍ୟ ଦେଢ଼ କୋଟି ହେବ । ଏହି ମାମଲାରେ ପୋଲିସ ଦୁଇ ଜଣକୁ ଗିରଫ କରିଥିବା ବେଳେ 3 ଜଣ ଫେରାର ଅଛନ୍ତି । ଏସପି ବିବେକାନନ୍ଦ ଶର୍ମାଙ୍କ ତତ୍ବାବଧାନରେ ୧୦୫୦ କେଜି ଗଞ୍ଜେଇକୁ ଇମ୍ଫା କାରଖାନାର ବ୍ଳାଷ୍ଟଫରନେସରେ ପକାଇ ନଷ୍ଟ କରାଯାଇଛି ।

ଇଟିଭି ଭାରତ, ରାୟଗଡା

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.