ETV Bharat / state

କୋରୋନା ପାଇଁ ବନ୍ଦ ରହିଲା ପ୍ରସିଦ୍ଧ ମଝି ଘରିଆଣୀଙ୍କ ଚୈତ୍ର ଯାତ୍ରା - famous majhighariani jatra

କୋରୋନା ପାଇଁ ଚଳିତବର୍ଷ ବନ୍ଦ ରହିଛି ରାୟଗଡ଼ାର ପ୍ରସିଦ୍ଧ ମଝି ଘରିଆଣୀ ଯାତ୍ରା । ବିଧି ମୁତାବକ, ଗତ ୪ ରୁ ୮ ତାରିଖ ମଧ୍ୟରେ ରାୟଗଡ଼ାର ଅଧିଷ୍ଟାତ୍ରୀ ଦେବୀ ମା' ମଝି ଘରିଆଣୀଙ୍କ ଚୈତ୍ର ଯାତ୍ରା ହେବାକୁ ଥିଲା ।

famous majhighariani jatra
ଚଳିତବର୍ଷ ମଝିଘରିଆଣୀ ଯାତ୍ରା ବନ୍ଦ
author img

By

Published : Apr 7, 2020, 7:25 PM IST

ରାୟଗଡା: ପ୍ରସିଦ୍ଧ ମଝି ଘରିଆଣୀଙ୍କ ପୀଠରେ ଚଳିତବର୍ଷ ଶୁଭୁନାହିଁ ବାଜା କି ବାସୁନାହିଁ ଝୁଣାର ବାସ୍ନା । ସବୁଠି ରାଜୁତି କରୁଛି ନିସ୍ତବ୍ଧତା । ମନ୍ଦିର ଇତିହାସରେ କେବେ ବି ବନ୍ଦ ହୋଇନି ଚୈତ୍ର ଯାତ୍ରା । ହେଲେ ଚଳିତ ବର୍ଷ କୋରୋନା ନିସଙ୍ଗ କରି ଦେଇଛି ଦେବାଦେବୀଙ୍କୁ । ଏଭଳି ଚିତ୍ର ଦେଖିବାକୁ ମିଳିଛି ରାୟଗଡ଼ା ଜିଲ୍ଲା ସଦର ମହକୁମାରେ ଥିବା ମଝି ଘରିଆଣିଙ୍କ ମନ୍ଦିରରେ ।

famous majhighariani jatra
ବନ୍ଦ ରହିଲା ପ୍ରସିଦ୍ଧ ମଝିଘରିଆଣୀ ଯାତ୍ରା
famous majhighariani jatra
ଶୁଭୁନାହିଁ ବାଜା କି ବାସୁନାହିଁ ଝୁଣାର ବାସ୍ନା

ଚଳିତବର୍ଷ ବନ୍ଦ ରହିଛି ରାୟଗଡ଼ାର ପ୍ରସିଦ୍ଧ ମଝି ଘରିଆଣୀ ଯାତ୍ରା । ବିଧି ମୁତାବକ, ଗତ ୪ ରୁ ୮ ତାରିଖ ମଧ୍ୟରେ ରାୟଗଡ଼ାର ଅଧିଷ୍ଟାତ୍ରୀ ଦେବୀ ମା' ମଝି ଘରିଆଣୀଙ୍କ ଚୈତ୍ର ଯାତ୍ରା ହେବାକୁ ଥିଲା । କିନ୍ତୁ ସାରା ଦେଶରେ ମହାମାରୀ କୋରୋନାର ତାଣ୍ଡବ ଆଗରେ ହାର ମାନିଛି ମଣିଷ ସମାଜ ।

famous majhighariani jatra
ଚଳିତବର୍ଷ ମଝିଘରିଆଣୀ ଯାତ୍ରା ବନ୍ଦ
ଚଳିତବର୍ଷ ମଝିଘରିଆଣୀ ଯାତ୍ରା ବନ୍ଦ

ଏହି ମହାମାରୀ ସଂକ୍ରମଣରୁ ରକ୍ଷା ପାଇବା ପାଇଁ ଏକମାତ୍ର ବିକଳ୍ପ ହେଲା ମନୁଷ୍ୟ ମନୁଷ୍ୟ ମଧ୍ୟରେ ସାମାଜିକ ଦୂରତା ରକ୍ଷା କରିବା । ଯେଉଁଥିପାଇଁ ସଙ୍ଗରୋଧ ପରିବେଶ ପାଇଁ ଆପ୍ରାଣ ଚେଷ୍ଟା କରିଛି ଜିଲ୍ଲାପ୍ରଶାସନ । ମାତ୍ର ଚୈତ୍ର ଯାତ୍ରା ପାଇଁ ଉଭୟ ଆନ୍ଧ୍ର ଏବଂ ଓଡ଼ିଶାର ହଜାର ହଜାର ଭକ୍ତଙ୍କ ଭିଡ଼ରେ ଜମୁଥିବା ମା'ଙ୍କ ଦାଣ୍ଡ, ଆଜି ଶୁନଶାନ ପାଲଟିଛି । କୋରୋନା ମୁକାବିଲା ପାଇଁ ଚଳିତବର୍ଷ ରାୟଗଡ଼ାର ପ୍ରସିଦ୍ଧ ମଝି ଘରିଆଣୀ ଯାତ୍ରାକୁ ବନ୍ଦ ରଖାଯାଇଛି ।

ରାୟଗଡାରୁ ରଞ୍ଜନ ରଥ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.