ETV Bharat / state

ଚାନ୍ଦିଲି ପୋଲିସ ଭ୍ୟାନ ଉଡାଇବା ମାମଲା, ନିର୍ଦ୍ଦୋଷରେ ମାଓନେତା ସବ୍ୟସାଚୀ ଖଲାସ - court acquits mao leader

ରାୟଗଡ଼ା ଚାନ୍ଦିଲିରେ ପୋଲିସ ଭ୍ୟାନ ଉଡ଼ାଇବା ମାମଲାରେ ନିର୍ଦ୍ଦୋଷରେ ଖଲାସ ହେଲେ ମାଓନେତା ସବ୍ୟସାଚୀ ପଣ୍ଡା ।

ଫଟୋ ସୌଜନ୍ୟ: ସମ୍ବାଦଦାତା, ରାୟଗଡା
author img

By

Published : Sep 27, 2019, 10:23 PM IST

ରାୟଗଡା: ରାୟଗଡା ଚାନ୍ଦିଲିରେ ପୋଲିସ ଭ୍ୟାନ ଉଡାଇବା ମାମଲା । ପ୍ରମାଣ ଅଭାବରୁ ନିର୍ଦ୍ଦୋଷରେ ଖଲାସ ହେଲେ ମାଓନେତା ସବ୍ୟସାଚୀ ପଣ୍ଡା । ଏହା ସହ ପୂର୍ବରୁ ଅନ୍ୟ 3ଟି ମାମଲାରେ ମଧ୍ୟ ପ୍ରମାଣ ଅଭାବରୁ ସବ୍ୟସାଚୀଙ୍କୁ ଖଲାସ ହୋଇଛନ୍ତି ।

୨୦୦୨ରେ ଚାନ୍ଦିଲି ପୋଲିସ ଭ୍ୟାନ ଉଡାଇବା ମାମଲାରେ କୋର୍ଟ 17ଜଣ ସାକ୍ଷ୍ୟ ଗ୍ରହଣ କରିଥିଲେ । ହେଲେ ଉପଯୁକ୍ତ ପ୍ରମାଣ ଅଭାବରୁ କୋର୍ଟ ତାଙ୍କୁ ଖଲାସ କରିଛନ୍ତି । ତେବେ ଶୁକ୍ରବାର କଡା ସୁରକ୍ଷା ମଧ୍ୟରେ ସବ୍ୟସାଚୀଙ୍କୁ କୋର୍ଟରେ ହାଜର କରାଯାଇଥିଲା । ମାମଲାର ଶୁଣାଣି ପରେ ତାଙ୍କୁ ପୁଣି ଥରେ ବ୍ରହ୍ମପୁର ମଣ୍ଡଳ କାରଗାରକୁ ପଠେଇ ଦିଆଯାଇଛି ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ରାୟଗଡା

ତେବେ ପୂର୍ବରୁ ଶଶି ମାଝୀ ହତ୍ୟାକାଣ୍ଡ ମାମଲା, ୨୦୧୨ରେ ଚାନ୍ଦିଲି ଥାନା ଅନ୍ତର୍ଗତ ବଡ଼ଚମ୍ପିଆ ଗାଁରେ ଦିନବନ୍ଧୁ ତୁଳଙ୍କ ଘର ଉପରେ ଆକ୍ରମଣ କରି ଟ୍ରାକ୍ଟରପୋଡ଼ି ସାଙ୍ଗକୁ ଟଙ୍କା ସୁନା ଅଳଙ୍କାର ଲୁଟ ମାମଲା ଓ ଲିଙ୍ଗାଗୁଡ଼ା ନିକଟରେ ପୁଲିସ ସହିତ ଗୁଳି ବିନିମୟ ମାମଲାରେ ନିର୍ଦ୍ଦୋଷରେ ଖଲାସ ହୋଇଛନ୍ତି ।

ରାୟଗଡାରୁ ରଞ୍ଜନ ରଥ, ଇଟିଭି ଭାରତ

Intro:ରାୟଗଡ଼ା ଜିଲ୍ଲା କୋର୍ଟରେ ଥିବା ସବ୍ୟସାଚୀଙ୍କ ସମସ୍ତ ୪ଟି ମାମଲାରେ ସଖ୍ୟ ପ୍ରମାଣ ଅଭାବରୁ ଖଲାସ ।Body:ମାଓନେତା ସବ୍ୟସାଚୀ ପଣ୍ଡାଙ୍କ ବିରୁଦ୍ଧରେ ରାୟଗଡ଼ା ଜିଲ୍ଲା କୋର୍ଟରେ ଥିବା ୪ ଟି ମାମଲାରେ ସାଖ୍ୟ ପ୍ରମାଣ ଅଭାବରୁ ଖଲାସ ହୋଇଛନ୍ତି । ଆଜି ୨୦୦୨ ଡ଼ିସେମ୍ବର ୫ ତାରିଖରେ ଚାନ୍ଦିଲି ଥାନା ଅନ୍ତର୍ଗତ ଭୁଜବଳ ନିକଟରେ ପୁଲିସ ଭେନକୁ ଲେଣ୍ଡମାଇନ ଲଗାଇ ବ୍ଲାଷ୍ଟ ମାମଲାର ସୁଣାଣିକରି ୧୭ ଜଣଙ୍କ ସାଖ୍ୟ ପ୍ରମାଣ ଭତିରେ ସିଜିଏମ ଗ୍ୟାନେନ୍ଦ୍ର ବାରିକଙ୍କ କୋର୍ଟ ମାଓ ନେତା ସବ୍ୟସାଚି ପଣ୍ଡାଙ୍କୁ ନିଦେ୍ଧାଶରେ ଖଲାସ କରିଛନ୍ତି । କାଶିପୁର ଥାନାର ଶଶି ମାଝି ହତ୍ୟାକାଣ୍ଡ ୨୦୧୨ ମସିହା ମାର୍ଚ୍ଚ ୨୩ ତାରିଖରେ ଚାନ୍ଦିଲି ଥାନା ଅନ୍ତର୍ଗତ ବଡ଼ଚମ୍ପିଆ ଗାଁରେ ଦିନବନ୍ଧୁ ତୁଳଙ୍କ ଘର ଉପରେ ଆକ୍ରମଣ କରି ଟ୍ରାକ୍ଟରପୋଡ଼ି ସାଙ୍ଗକୁ ଟଙ୍କା ସୁନା ଅଳଙ୍କାର ଲୁଟ ଅଭିଯୋଗ ଏବଂ ସେହିରାତି ଲୁଟ ସାମଗ୍ରି ନେବା ବାଟରେ ଲିଙ୍ଗାଗୁଡ଼ା ନିକଟରେ ପୁଲିସ ସହିତ ଗୁଳି ବିନିମୟ ମାମଲାରେ ସେ ପୁର୍ବରୁ ନିଦେ୍ଧାଶରେ ଖଲାସ ହୋଇଥିଲେ । ଆଜି କଡ଼ା ସୁରକ୍ଷା ମଧ୍ୟରେ ବ୍ରହ୍ମପୁର କେନ୍ଦ୍ରିୟ କାରାଗାରରୁ ସବ୍ୟସାଚି ପଣ୍ଡାଙ୍କୁ ରାୟଗଡ଼ା ସିଜିଏମଙ୍କ କୋର୍ଟରେ ହାଜର କରାଯାଇଥିଲା । ତେବେ ରାଜ୍ୟର ଅନ୍ୟ ଜିଲ୍ଲାରେ ଆହୁରି ଅନେକ ମାମଲା ତାଙ୍କ ବିରୁଦ୍ଧରେ ବିଚାରଣା ପାଇଁ ଥିବାରୁ ପୁଣି ଥରେ ତାଙ୍କୁ କଡ଼ା ସୁରକ୍ଷା ମଧ୍ୟରେ ବ୍ରହ୍ମପୁର ମଣ୍ଡଳ କାରାଗାରକୁ ପଠେଇ ଦିଆଯାଇଛି । Conclusion:ରାୟଗଡ଼ା ଜିଲ୍ଲା କୋର୍ଟରେ ଥିବା ସବ୍ୟସାଚୀଙ୍କ ସମସ୍ତ ୪ଟି ମାମଲାରେ ସଖ୍ୟ ପ୍ରମାଣ ଅଭାବରୁ ଖଲାସ ।
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.