ETV Bharat / state

କନିଆଁ ଝିକାକୁ ରୋକୁଛି ‘ଅଦ୍ବିକା’ - cwc

ବାଲ୍ୟ ବିବାହ ରୋକୁଛି ‘ଅଦ୍ବିକା’ । ରାୟଗଡା ଜିଲ୍ଲାର ୫୫୯ ଖଣ୍ଡ ଗାଁ ଏବେ ବାଲ୍ୟବିବାହରୁ ମୁକ୍ତ ଘୋଷଣା ହୋଇଛି । ଏହାକୁ ନେଇ ଦେଖନ୍ତୁ ଇଟିଭି ଭାରତର ସ୍ପେସିଆଲ ରିପୋର୍ଟ...

କନିଆଁ ଝିକାକୁ ରୋକୁଛି ‘ଆଦ୍ବିକା’
କନିଆଁ ଝିକାକୁ ରୋକୁଛି ‘ଆଦ୍ବିକା’
author img

By

Published : Feb 25, 2021, 1:51 PM IST

Updated : Feb 25, 2021, 2:23 PM IST

ରାୟଗଡ଼ା: ବାଲ୍ୟ ବିବାହ ରୋକୁଛି ‘ଅଦ୍ବିକା’ । ରାୟଗଡା ଜିଲ୍ଲାର ୫୫୯ ଖଣ୍ଡ ଗାଁ ଏବେ ବାଲ୍ୟବିବାହରୁ ମୁକ୍ତ ଘୋଷଣା ହୋଇଛି । ଦିନ ଥିଲା ବାଲ୍ୟ ବିବାହ କ୍ଷେତ୍ରରେ ରାଜ୍ୟରେ ୫ମ ସ୍ଥାନରେ ଥିଲା ରାୟଗଡା । ଆଉ ଏବେ ଜିଲ୍ଲାରେ ବାଲ୍ୟ ବିବାହ ରୋକୁଛି ସରକାରଙ୍କ ସ୍ବତନ୍ତ୍ର ଯୋଜନା ‘ଅଦ୍ବିକା’ । ଏହି କାର୍ଯ୍ୟକ୍ରମ ମାଧ୍ୟମରେ ଜିଲ୍ଲାର ସମସ୍ତ ଗାଁ ଓ ପଞ୍ଚାୟତକୁ ବାଲ୍ୟ ବିବାହ ମୁକ୍ତ କରିବାକୁ ଆରମ୍ଭ ହୋଇଛି ପଦକ୍ଷେପ । ଅଙ୍ଗନବାଡ଼ି ସ୍ତରରେ କିଶୋରୀ ମଣ୍ଡଳ ଗଠନ କରି ପ୍ରତି ଶନିବାର ୧୧ରୁ ୧୯ ବର୍ଷର ଝିଅଙ୍କୁ ନେଇ ସଚେତନତା କାର୍ଯ୍ୟକ୍ରମ ସହ ବାଲ୍ୟ ବିବାହର କୁପରିଣତି ସଂପର୍କରେ ଅବଗତ କରାଯାଉଛି। ଫଳରେ ବର୍ତ୍ତମାନ ସୁଦ୍ଧା ଜିଲ୍ଲାର ୫୫୯ ଗାଁ ବାଲ୍ୟ ବିବାହ ମୁକ୍ତ ଘୋଷିତ ହୋଇଛି। ୨୦୨୧ ଜାନୁଆରୀରୁ ଆରମ୍ଭ ହୋଇଥିବା ଅଦ୍ବିକା କାର୍ଯ୍ୟକ୍ରମ ମାଧ୍ୟମରେ ଏହି ଗାଁର ଗ୍ରାମବାସୀ, ସରପଞ୍ଚ, ୱାର୍ଡ ମେମ୍ବର, ଅଙ୍ଗନବାଡ଼ି କର୍ମୀ, କିଶୋରୀ ବାଳିକା ଗାଁକୁ ବାଲ୍ୟ ବିବାହ ମୁକ୍ତ କରିବାକୁ ଶପଥ ନେଇଛନ୍ତି।

କନିଆଁ ଝିକାକୁ ରୋକୁଛି ‘ଆଦ୍ବିକା’

ସେପଟେ ବାଲ୍ୟ ବିବାହ ରୋକିବାରେ ପ୍ରଶାସନ ପାଇଁ କଣ୍ଟା ସାଜିଛି କନିଆଁ ଝିକା ପ୍ରଥା । ଏବେବି ଜିଲ୍ଲାର ଅଧିକାଶଂ ଗାଁର ଲୋକେ ଏହି ପ୍ରଥାରୁ ମୁକୁଳି ପାରିନାହାନ୍ତି । ଫଳରେ ଜିଲ୍ଲାରେ ଡ୍ରପ୍ ଆଉଟ୍ ଛାତ୍ରୀଙ୍କ ସଂଖ୍ୟା ବଢୁଛି । ଏହାସହ ଖୁବ କମ୍ ବୟସରେ ଗର୍ଭଧାରଣ କରୁଥିବାରୁ ସ୍ବାସ୍ଥ୍ୟବସ୍ଥାରେ ଅବନତି ଦେଖା ଦେଉଛି। ମାତୃ ଓ ଶିଶୁ ହାର ମଧ୍ୟ ବୃଦ୍ଧି ପାଉଛି। ସରକାରୀ ସୂଚନା ଅନୁସାରେ... ୨୦୨୦ ମସିହାରେ ଜିଲ୍ଲାରେ ୯୭ ବାଲ୍ୟ ବିବାହ ହୋଇଥିଲା। ବିଶେଷ କରି ଲକଡାଉନ୍ ସମୟରେ ଆଦିବାସୀ ଗାଁ ଗୁଡ଼ିକରେ ପ୍ରତ୍ୟେହ ବାଲ୍ୟ ବିବାହ ଚାଲିଥିବା ବେଳେ ଏହାକୁ ରୋକିବାରେ ସଫଳ ହୋଇଛି ପ୍ରଶାସନ ।

ରାୟଗଡ଼ା ବ୍ଲକର ୯୭, କୋଲନରାର ୨, କଲ୍ୟାଣସିଂହପୁରର ୨୯, ମୁନିଗୁଡ଼ାର ୧୫, ପଦ୍ମପୁରର ୧୮, ବିଷମକଟକର ୧୫୨, ଗୁଣପୁରର ୨, ଗୁଡ଼ାରିର ୧୦, ଚନ୍ଦ୍ରପୁରର ୨୪, ରାମନାଗୁଡ଼ାର ୭୬ଟି ଗାଁ ବାଲ୍ୟ ବିବାହ ମୁକ୍ତ ଘୋଷିତ ହୋଇଛି।

ରାୟଗଡାରୁ ରଞ୍ଜନ ରଥ, ଇଟିଭି ଭାରତ

Last Updated : Feb 25, 2021, 2:23 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.