ETV Bharat / state

ପ୍ରେମିକକୁ ଗୁଳି କରି ହତ୍ୟା ପରେ ଗୁମ୍ଫାରେ ପୋତିଦେଲେ ପ୍ରେମିକାଙ୍କ ସମ୍ପର୍କୀୟ, ୩ ମାସ ପରେ ମିଳିଲା ନରକଙ୍କାଳ - rayagada sp

ପ୍ରେମିକକୁ ଗୁଳି କରି ହତ୍ୟା ପରେ ଗୁମ୍ଫାରେ ପୋତିଦେଲେ ମୃତଦେହ । ଜଣେ ଯୁବକଙ୍କୁ ହତ୍ୟା କରିବା ପରେ ଅଭିଯୁକ୍ତମାନେ ମୃତଦେହକୁ ପାହାଡ ଗୁମ୍ଫାରେ ପୋତି ଦେଇଥିଲେ। ହତ୍ୟାକାଣ୍ଡର ୩ ମାସ ପରେ ଚନ୍ଦ୍ରପୁର ପୋଲିସ୍ ମଙ୍ଗଳବାର ଗୁମ୍ଫା ଭିତରୁ ମୃତ ବ୍ୟକ୍ତିଙ୍କ ନରକଙ୍କାଳକୁ ଉଦ୍ଧାର କରିଛି । ଅଧିକ ପଢନ୍ତୁ...

ପ୍ରେମିକକୁ ଗୁଳି କରି ହତ୍ୟା ପରେ ଗୁମ୍ଫାରେ ପୋତିଦେଲେ ମୃତଦେହ , ୩ ମାସ ପରେ ମିଳିଲା ନରକଙ୍କାଳ

author img

By

Published : Sep 22, 2020, 10:17 PM IST

ରାୟଗଡା: ପ୍ରେମ ବ୍ୟାପାରକୁ ନେଇ ହତ୍ୟାକାଣ୍ଡ । ଏଭଳି ଘଟଣା ଘଟିଛି ରାୟଗଡ଼ା ଜିଲ୍ଲା ଚନ୍ଦ୍ରପୁର ଥାନା ଅନ୍ଧାଲିମା ଜଙ୍ଗଲରେ । ଗୁଳି କରି ପ୍ରେମିକକୁ ପ୍ରେମିକାର ସମ୍ପର୍କୀୟମାନେ ହତ୍ୟା ଘଟଣା ଏବେ ଜିଲ୍ଲାରେ ଚର୍ଚ୍ଚା ଜୋର ଧରିଛି । ମନୋରଂଜନ ବଳିଆରସିଂ ନାମକ ଜଣେ ଯୁବକଙ୍କୁ ହତ୍ୟା କରିବା ପରେ ଅଭିଯୁକ୍ତମାନେ ମୃତଦେହକୁ ପାହାଡ ଗୁମ୍ଫାରେ ପୋତି ଦେଇଥିଲେ । ହତ୍ୟାକାଣ୍ଡର ୩ ମାସ ପରେ ଚନ୍ଦ୍ରପୁର ପୋଲିସ୍ ମଙ୍ଗଳବାର ଗୁମ୍ଫା ଭିତରୁ ମନୋରଂଜନଙ୍କ ନରକଙ୍କାଳକୁ ଉଦ୍ଧାର କରିଛି । ଏନେଇ ରାୟଗଡା ଏସପି ଡ. ଶର୍ବଣା ବିବେକ ଏମ ସୂଚନା ଦେଇଛନ୍ତି ।

ପ୍ରେମିକକୁ ଗୁଳି କରି ହତ୍ୟା ପରେ ଗୁମ୍ଫାରେ ପୋତିଦେଲେ ମୃତଦେହ , ୩ ମାସ ପରେ ମିଳିଲା ନରକଙ୍କାଳ

ସୂଚନା ମୁତାବକ, ବିଷମକଟକ ବ୍ଲକ୍ ସିନ୍ଧିପଙ୍କା ଗ୍ରାମର ନକୁଳ ଦଣ୍ଡସେନାଙ୍କ ଭଉଣୀକୁ କନ୍ଧମାଳ ଜିଲ୍ଲା କୋଟଗଡର ମନୋରଂଜନ ବଳିଆରସିଂ ପ୍ରେମ କରୁଥିଲେ । ଉଭୟଙ୍କ ମଧ୍ୟରେ ପ୍ରେମ ସଂପର୍କ ନିବିଡ ହେବା ପରେ ପରିବାର ଲୋକ ଜାଣିବା ସହ ଏହାକୁ ବିରୋଧ କରି ଆସୁଥିଲେ । କିନ୍ତୁ ମନୋରଂଜନ ବାରମ୍ବାର ଗାଁକୁ ଆସି ନିଜ ପ୍ରେମିକାକୁ ଦେଖା କରୁଥିବାରୁ ନକୁଳ ନିଜ ଜ୍ବାଇଁ ଓ ଜଣେ ସହଯୋଗୀଙ୍କ ସହ ମିଶି ମନୋରଂଜନଙ୍କୁ ସବୁ ଦିନ ପାଇଁ ରାସ୍ତାରୁ ହଟାଇବାକୁ ଯୋଜନା କରିଥିଲ। । ଯୋଜନା ମୁତାବକ ଜୁନ୍ ମାସରେ ନକୁଳ ନିଜ ଜ୍ବାଇଁ ରଘୁନାଥ ଓ ଗଣେଶ୍ବର ମିଶି ମନୋରଂଜନଙ୍କୁ ଚନ୍ଦ୍ରପୁରରୁ ୩୦ କିମି ଦୂରରେ ଥିବା ଅନ୍ଧାଲିମା ଜଙ୍ଗଲକୁ ଡାକି ନେଇଥିଲେ।

ସେଠାରେ ଶିକାରୀ ବନ୍ଧୁକରୁ ଗୁଳି କରି ମନୋରଂଜନଙ୍କୁ ହତ୍ୟା କରିବା ପରେ ଧାରୁଆ ଅସ୍ତ୍ରରେ ଶରୀରକୁ କାଟି ଦେଇଥିଲେ। ପରେ ସଭିଁଏ ମିଶି ମନୋରଂଜନଙ୍କୁ ଜଙ୍ଗଲର ଏକ ପାହାଡ ଗୁମ୍ଫାରେ ପୋତି ଦେଇଥିଲେ। ଦୀର୍ଘ ଦିନ ଧରି ମନୋରଂଜନ ନିଜ ଘର କୋଟଗଡକୁ ନ ଫେରିବା ପରେ ମ‌ନୋରଂଜନଙ୍କ ଭାଇ ଚିତ୍ତରଂଜନ ବଳିଆରସିଂ ଗତ ୧୮ ତାରିଖରେ ବିଷମକଟକ ଥାନାରେ ନିଖୋଜ ଥିବା ନେଇ ଅଭିଯୋଗ କରିଥିଲେ। ବିଷମକଟକ ଥାନା ଏସଆଇ ଏମ୍. ଏସ୍. ଶର୍ମା ଅଭିଯୋଗକୁ ଗୁରୁତର ସହ ନେଇ ତଦନ୍ତ କରିବା ସହ ମନୋରଂଜନ କେଉଁ କେଉଁ ଅଞ୍ଚଳରେ ରହୁଥିଲେ, କାହା ସହ ମିଳାମିଶା କରୁଥିଲେ ସେ ନେଇ ଚିତ୍ତରଂଜନଙ୍କ ନିକଟରୁ ତଥ୍ୟ ସଂଗ୍ରହ କରିଥିଲେ । ଚିତ୍ତରଂଜନ ନକୁଳଙ୍କ ଉପରେ ସନ୍ଦେହ କରୁଥିବା ନେଇ ପୁଲିସକୁ ସୂଚନା ଦେବା ପରେ ବିଷମକଟକ ଏସଡିପିଓ ଆକାଶ ନାୟକଙ୍କ ନେତୃତ୍ବରେ ଆରମ୍ଭ ହୋଇଥିଲା ଘଟଣାର ତଦନ୍ତ। ନକୁଳକୁ ପୁଲିସ୍ ଉଠାଇ ଆଣି ଥାନାରେ ଅଟକ ରଖି ପଚରା ଉଚରା କରିବା ପରେ ହତ୍ୟାକାଣ୍ଡ ସଂପର୍କରେ ସୁରାକ୍ ପାଇଥିଲା ପୁଲିସ୍ । ନିଜ ଭଉଣୀକୁ ପ୍ରେମ କରୁଥିବାରୁ ମନୋରଂଜନଙ୍କୁ ମାରିବାକୁ ଯୋଜନା କରିଥିବା ନକୁଳ ପୁଲିସ୍ ନିକଟରେ ସ୍ବୀକାର କରିବା ପରେ ହତ୍ୟାକାଣ୍ଡରେ ସଂପୃକ୍ତ ନକୁଳଙ୍କ ଜ୍ବାଇଁ ରଘୁନାଥ ଭଟ୍ଟ ଓ ଗଣେଶ୍ବର ସାହୁକୁ ପୁଲିସ୍ ଗିରଫ କରିଥିଲା।

ସମସ୍ତ ଅଭିଯୁକ୍ତକୁ ନେଇ ପୁଲିସ୍ ଅନ୍ଧାଲିମା ଜଙ୍ଗଲକୁ ଯିବା ସହ ଗୁମ୍ଫା ଭିତରୁ ମନୋରଂଜନଙ୍କ ମୃତଦେହକୁ ଉଦ୍ଧାର କରିଛି । ୩ ମାସ ପୂର୍ବରୁ ହତ୍ୟାକାଣ୍ଡ ଘଟିଥିବାରୁ ପୁଲିସ୍ କେବଳ ନରକଙ୍କାଳକୁ ଉଦ୍ଧାର କରିଛି। ହତ୍ୟାକାଣ୍ଡରେ ବ୍ୟବହୃତ ବନ୍ଧୁକ, ମାରାଣାସ୍ତ୍ର ଜବତ ପାଇଁ ପୁଲିସ୍ ଉଦ୍ୟମ ଜାରି ରଖିଥିବା ଏସପି ଡା. ଶର୍ବଣା ବିବେକ ଏମ୍ ସୂଚନା ଦେଇଛନ୍ତି। ଏଥି ସହ ହତ୍ୟାକାଣ୍ଡରେ ସଂପୃକ୍ତ ଗୁଡାରି ଥାନା ପନକାବାଡିର ରଘୁନାଥ ଭଟ୍ଟ, ବିଷମକଟକ ଥାନା ସିନ୍ଧିପଙ୍କା ଗ୍ରାମର ନକୁଳ ଦଣ୍ଡସେନା ଓ ଚନ୍ଦ୍ରପୁର ଥାନା ହନୁମନ୍ତପୁରର ଗଣେଶ୍ବର ସାହୁକୁ ଗିରଫ କରି କୋର୍ଟ ଚାଲାଣ କରିଛି । ଅନ୍ୟପକ୍ଷରେ ଏହି ହତ୍ୟାକାଣ୍ଡରେ ଆଉ କାହାର ସଂପୃକ୍ତି ଅଛି ନା ନାହିଁ ସେ ଦିଗରେ ଅଧିକ ତଦନ୍ତ ଜାରି ରହିଥିବା କହିଛନ୍ତି ରାୟଗଡା ଏସପି ଡ. ଶର୍ବଣା ବିବେକ ଏମ ।

ରାୟଗଡାରୁ ରଞ୍ଜନ କୁମାର ରଥ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.