ରାୟଗଡା: ଜନ ସଚେତନତା ପାଇଁ ତୃଣମୂଳ ସ୍ତରରେ ସଚେତନତାର ବାର୍ତ୍ତା ବାଣ୍ଟିଲେ ପ୍ରଧାନମନ୍ତ୍ରୀ । ଉଜ୍ବଳା ହେଉ କିମ୍ବା ସାଧାରଣ ଉପଭୋକ୍ତାଙ୍କ ପାଇଁ ଉଦ୍ଦିଷ୍ଟ ଗ୍ୟାସ ସେବା ହେଉ । ଏଥିପାଇଁ ଲୋକଙ୍କ ମଧ୍ୟରେ ସଚେତନ କରିବା ପାଇଁ କେନ୍ଦ୍ର ଆରମ୍ଭ କରିଛି ସେରା ସପ୍ତାହ ।
ଗ୍ୟାସ ବିତରଣକୁ ସରଳୀକରଣ କରିବା ପାଇଁ ଦେଶର ବିଭିନ୍ନ ଜାଗାରେ ତୈଳ ମନ୍ତ୍ରଣାଳୟ ତରଫରୁ ବଟଲିଙ୍ଗ ପ୍ଳାଣ୍ଟ ନିର୍ମାଣ କରାଯାଇ ସିଲିଣ୍ଡର ସାଙ୍ଗକୁ ପାଇପ ଯୋଗେ ଘରକୁ ଘର କିପରି ଗ୍ୟାସ ଯୋଗାଇଦେବାର ବ୍ୟବସ୍ଥା କରାଯାଇଛି ସେନେଇ ଶୁକ୍ରବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଭିଡିଓ କନଫରେନ୍ସ ମାଧ୍ୟମରେ ଲୋକଙ୍କୁ ସମ୍ବୋଧନ କରିଥିଲେ ।
ରାୟଗଡା ବିଜେପି ତରଫରୁ ସ୍ଥାନୀୟ କପିଳାସ ଛକ ଠାରେ ଏନେଇ ଏକ ସିଧା ପ୍ରସାରଣ ଆୟୋଜିତ ହୋଇଥିଲା । ଏହି ସମାବେଶରେ ବିଜେପି କର୍ମୀଙ୍କ ସହ ସାଧାରଣ ଜନତା ଯୋଗ ଦେଇଥିଲେ । ଜନ ସଚେତନତା ପାଇଁ ତୃଣମୂଳ ସ୍ତରରେ ସଚେତନତାର ବାର୍ତ୍ତା ବାଣ୍ଟିଥିଲେ ପ୍ରଧାନମନ୍ତ୍ରୀ ।
ଏଠାରେ କହି ରଖୁଛୁ ଯେ, CERA week Global Energy & Environment Leadership ପୁରସ୍କାରରେ ସମ୍ମାନିତ ହୋଇଛନ୍ତି ପ୍ରଧାନମନ୍ତ୍ରୀ ମୋଦି । ପୁରସ୍କାରକୁ ଦେଶବାସୀଙ୍କ ଉଦ୍ଦେଶ୍ୟରେ ସମର୍ପିତ କରିଛନ୍ତି ପ୍ରଧାନମନ୍ତ୍ରୀ । ଏହାସହ ପରିବେଶର ରକ୍ଷାଣାବେକ୍ଷଣ ପାଇଁ ବାଟ ଦେଖାଉଥିବା ଦେଶର ଗୌରବମୟ ପରମ୍ପରା ପ୍ରତି ମଧ୍ୟ ପୁରସ୍କାର ଉତ୍ସର୍ଗ କରିଛନ୍ତି ।
ସେରାୱିକ 2021 କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀଙ୍କ ଉଦବୋଧନ । ଆଜି ସାରା ବିଶ୍ବ ଫିଟନେସ ଓ ସୁସ୍ଥତା ଉପରେ ଧ୍ୟାନ ଦେଉଛି । ସୁସ୍ଥ ଓ ଅର୍ଗାନିକ ଖାଦ୍ୟର ଚାହିଦା ବଢ଼ିଛି । ଭାରତ ନିଜର ମସଲା, ଆୟୁର୍ବେଦିକ ଉତ୍ପାଦ ଦ୍ବାରା ଏହି ପରିବର୍ତ୍ତନକୁ ଆଗେଇ ନେବ କହିଲେ ମୋଦି
ରାୟଗଡାରୁ ରଞ୍ଜନ ରଥ, ଇଟିଭି ଭାରତ