ETV Bharat / state

ବିଜେଡିର ପ୍ରତିଷ୍ଠା ଦିବସ: ଦଳକୁ ମଜବୁତ କରିବା ପାଇଁ ବରିଷ୍ଠ ନେତାଙ୍କ ଗୁରୁମନ୍ତ୍ର - ବିଜେଡିର ପ୍ରତିଷ୍ଠା ଦିବସ ପାଳିତ

ରାୟଗଡ଼ାରେ ବିଜୁ ଜନତା ଦଳ ୨୪ତମ ପ୍ରତିଷ୍ଠା ଦିବସ ପାଳିତ ହୋଇଯାଇଛି । ଆୟୋଜିତ ସାଧାରଣ ସଭାରେ ଦଳୀୟ କର୍ମକର୍ତ୍ତାଙ୍କ ସହ ବହୁ ମାନ୍ୟଗନ୍ୟ ବ୍ୟକ୍ତି ହେଲେ ସାମିଲ । ଅଧିକ ପଢନ୍ତୁ...

bjd foundation day celebrated in rayagada
ବିଜେଡିର ପ୍ରତିଷ୍ଠା ଦିବସ ପାଳିତ: ଦଳକୁ ମଜବୁତ କରିବା ପାଇଁ ବରିଷ୍ଠ ନେତା ଦେଲେ ଗୁରୁମନ୍ତ୍ର
author img

By

Published : Dec 26, 2020, 10:23 PM IST

ରାୟଗଡ଼ା : ଜିଲ୍ଲାରେ ବିଜୁ ଜନତା ଦଳର ୨୪ତମ ପ୍ରତିଷ୍ଠା ଦିବସ ପାଳନ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ପ୍ରଥମେ ସ୍ଥାନୀୟ ନୂଆ ବସଷ୍ଟାଣ୍ଡରେ ଥିବା ବିଜୁ ପଟ୍ଟନାୟକଙ୍କ ପ୍ରତିମୂର୍ତ୍ତୀରେ ରାଜ୍ୟସଭା ସାଂସଦ ଏନ. ଭାସ୍କର ରାଓ , ଜିଲ୍ଲା ଯୁବ ଜନତା ସଭାପତି ଦେବାଶିଷ ଖଡଙ୍ଗା, ଜିଲ୍ଲା ପରିଷଦ ଅଧ୍ୟକ୍ଷ ଗଙ୍ଗାଧର ପୁଆଲା ଓ ପୂର୍ବତନ ମନ୍ତ୍ରୀ ଲାଲବିହାରୀ ପୁଷ୍ପ ମାଲ୍ୟାର୍ପଣ କରିଥିଲେ ।

ବିଜେଡିର ପ୍ରତିଷ୍ଠା ଦିବସ ପାଳିତ: ଦଳକୁ ମଜବୁତ କରିବା ପାଇଁ ବରିଷ୍ଠ ନେତା ଦେଲେ ଗୁରୁମନ୍ତ୍ର

ପରେ ଏକ ବିରାଟ ମୋଟରସାଇକେଲ ରାଲିରେ ସହର ପରିକ୍ରମା କରି ବଇଁଶି କ୍ରୀଷ୍ଣା ଫଙ୍କସନ ହଲ ଠାରେ ପହଞ୍ଚି ଥିଲେ । ସେଠାରେ କର୍ମୀମାନଙ୍କୁ ନେଇ ଏକ ସାଧାରଣ ସଭା ଅନୁଷ୍ଠିତ ହୋଇଥିଲା । ତେବେ 24 ବର୍ଷ ମଧ୍ୟରେ ବିଜୁ ଜନତା ଦଳ ଦ୍ଵାରା ହୋଇଥିବା ବିଭିନ୍ନ ଉନ୍ନତି ମୂଳକ କାର୍ଯ୍ୟକ୍ରମକୁ ନେଇ ଆଲୋଚନା ହୋଇଥିଲା। ଆଗକୁ ଥିବା ପୌର ନିର୍ବାଚନରେ କିଭଳି ବିଜେଡି ସରକାରଙ୍କ ଉନ୍ନତି ମୂଳକ କାର୍ଯ୍ୟକ୍ରମ ଲୋକଙ୍କ ନିକଟରେ ପହଞ୍ଚିବ । ଏବଂ ପୌର ନିର୍ବାଚନରେ କିଭଳି ବିଜେଡି ନିଜ ସ୍ଥିତି ସୁଦୃଢ କରିପାରିବ, ସେ ନେଇ ସମସ୍ତ ଉପସ୍ଥିତ କର୍ମକର୍ତ୍ତାମାନେ ମତବ୍ୟକ୍ତ କରିଥିଲେ । ଆୟୋଜିତ କାର୍ଯ୍ୟକ୍ରମରେ ବହୁ ମାନ୍ୟଗନ୍ୟ ବ୍ୟକ୍ତି ଯୋଗ ଦେଇଥିଲେ ।

ରାୟଗଡାରୁ ରଞ୍ଜନ ରଥ,ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.