ETV Bharat / state

କ୍ଲୋରୋକୁଇନ ବଟିକା ଖାଇ ସହାୟକ ଜିଲ୍ଲାପାଳଙ୍କ ଆତ୍ମହତ୍ୟା

ରାୟଗଡା ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟର ସହାୟକ ଜିଲ୍ଲାପାଳ ଭାବେ ନିୟୋଜିତ ଥିଲେ ଶିବପ୍ରସାଦ ପାଣିଗ୍ରାହୀ ।

ଫଟୋ ସୌଜନ୍ୟ: ସମ୍ବାଦଦାତା, ରାୟଗଡା
author img

By

Published : Mar 24, 2019, 6:03 PM IST

ରାୟଗଡା: କ୍ଲୋରୋକୁଇନ ବଟିକା ଖାଇ ସହାୟକ ଜିଲ୍ଲାପାଳଙ୍କ ମୃତ୍ୟୁ ଅଭିଯୋଗ । ମାତ୍ରାଧିକ କ୍ଲୋରୋକୁଇନ ବଟିକା ଖାଇ ସହାୟକ ଜିଲ୍ଲାପାଳ ଶିବପ୍ରସାଦ ପାଣିଗ୍ରାହୀଙ୍କ ମୃତ୍ୟୁ ଘଟିଛି । ରାୟଗଡା ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟର ସହାୟକ ଜିଲ୍ଲାପାଳ ଭାବେ ନିୟୋଜିତ ଥିଲେ ଶିବପ୍ରସାଦ ପାଣିଗ୍ରାହୀ ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ରାୟଗଡା

ରବିବାର ସକାଳେ ସେ କୌଣସି କାରଣରୁ ମାତ୍ରାଧିକ କ୍ଲୋରୋକୁଇନ ବଟିକା ଖାଇଦେଇଥିଲେ । ତାଙ୍କୁ ଗୁରୁତର ଅବସ୍ଥାରେ ପରିବାରବର୍ଗଙ୍କ ପକ୍ଷରୁ ରାୟଗଡା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା । ସେଠାରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ଘଟିଛି ।

ଗତ କିଛିଦିନ ହେଲା ଅଫିସ କାର୍ଯ୍ୟ ଭାର ନେଇ ସହାୟକ ଜିଲ୍ଲାପାଳ ପାଣିଗ୍ରାହୀ ଚିନ୍ତାରେ ରହୁଥିଲେ । ଏହି କାରଣରୁ ଅତିଷ୍ଠ ହୋଇ ଏଭଳି ପଦକ୍ଷେପ ଉଠାଇଥିବା ପରିବାରବର୍ଗ ଅଭିଯୋଗ କରିଛନ୍ତି ।

ଅନ୍ୟପଟେ ମୃତଦେହ ବ୍ୟବଚ୍ଛେଦ ହେବା ପରେ ମୃତ୍ୟୁର ପ୍ରକୃତ କାରଣ ଜଣାପଡିବ ବୋଲି ସିଡିଏମଓ ଡ଼ ଶିବପ୍ରସାଦ ପାଢୀ କହିଛନ୍ତି ।

ରାୟଗଡାରୁ ରଞ୍ଜନ ରଥ, ଇଟିଭି ଭାରତ

Intro:Body:Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.