ETV Bharat / state

ରେଳପଥ ନିର୍ମାଣ ପାଇଁ ଯୁବକଙ୍କ ୮୦ କିମି ସାଇକେଲ ଯାତ୍ରା, ମନ୍ତ୍ରୀଙ୍କୁ ଭେଟି ଜଣାଇବେ ଦାବି

author img

By

Published : Aug 19, 2021, 8:08 PM IST

ଗୁଣପୁର-ଥେରୁବାଲି ରେଳପଥ ନିର୍ମାଣ ପାଇଁ କେନ୍ଦ୍ର ରେଳମନ୍ତ୍ରୀଙ୍କୁ ଦାବିପତ୍ର ଦେବେ ୨୦ ଯୁବକ । ଏଥିଲାଗି ସେ ୮୦ କିମି ସାଇକେଲ ଯାତ୍ରା କରିଛନ୍ତି । ଅଧିକ ପଢନ୍ତୁ...

ରେଳପଥ ନିର୍ମାଣ ପାଇଁ ଯୁବକଙ୍କ ୮୦ କିମି ସାଇକେଲ ଯାତ୍ରା, ମନ୍ତ୍ରୀଙ୍କୁ ଭେଟି ଜଣାଇବେ ଦାବି
ରେଳପଥ ନିର୍ମାଣ ପାଇଁ ଯୁବକଙ୍କ ୮୦ କିମି ସାଇକେଲ ଯାତ୍ରା, ମନ୍ତ୍ରୀଙ୍କୁ ଭେଟି ଜଣାଇବେ ଦାବି

ରାୟଗଡ଼ା: ଗୁଣପୁର-ଥେରୁବାଲି ରେଳପଥ ନିର୍ମାଣ ପାଇଁ ୮୦ କିମି ସାଇକଲ ଯାତ୍ରା କରିଛନ୍ତି ୨୦ ଯୁବକ । ଆସନ୍ତାକାଲି କେନ୍ଦ୍ର ରେଳମନ୍ତ୍ରୀ ଅଶ୍ବିନୀ ବୈଷ୍ଣବଙ୍କୁ ଏହି ରେଳପଥ ନିର୍ମାଣ ପାଇଁ ଦାବିପତ୍ର ଦେବେ ବୋଲି ଜଣାପଡିଛି ।

ଯୁବକ ଜଣକ ଅନୁମୋଦିତ ପ୍ରକଳ୍ପକୁ ତୁରନ୍ତ କାର୍ଯ୍ୟକାରୀ କରିବା ପାଇଁ ରେଳମନ୍ତ୍ରୀଙ୍କୁ ଜଣାଇବେ ଦାବି । ଆସନ୍ତାକାଲି ରାୟଗଡ଼ା ଆସୁଛନ୍ତି କେନ୍ଦ୍ର ରେଳମନ୍ତ୍ରୀ ଅଶ୍ବିନୀ ବୈଷ୍ଣବ । ରାୟଗଡ଼ା କାର୍ଯ୍ୟକ୍ରମ ପରେ ସେ କୋରାପୁଟ ଜିଲ୍ଲାକୁ ଗସ୍ତ କରିବେ। ତେବେ ଗତ ୨୦ ବର୍ଷରୁ ଅଧିକ ସମୟ ଧରି ରହିଥିବା ଗୁଣପୁର-ଥେରୁବାଲି ରେଳପଥ ସଂଯୋଗୀକରଣ ଦାବିକୁ ନେଇ ଗୁଣପୁରରୁ ବାହାରିଛନ୍ତି ୨୦ଜଣ ଯୁବକ। ପ୍ରତିବାଦ ସ୍ବରୁପ ଦୀର୍ଘ ୮୦ କିଲୋମିଟର ସାଇକଲରେ ଆସି ରାୟଗଡ଼ାଠାରେ ମନ୍ତ୍ରୀଙ୍କୁ ଭେଟିବେ । ରାୟଗଡ଼ା ଏକ ଶିଳ୍ପର ଜିଲ୍ଲା । କିନ୍ତୁ ରାୟଗଡ଼ାରୁ ରାଜଧାନୀକୁ ସିଧାସଳଖ କୌଣସି ରେଳପଥରେ ସଂଯୋଗ ନାହିଁ।

ଏଥିଲାଗି ଦିନ ତମାମ ଅପେକ୍ଷା ପରେ ରାତିରେ ଆନ୍ଧ୍ରପ୍ରଦେଶ ଦେଇ ଲୋକେ ଯିବା ଆସିବା କରୁଛନ୍ତି । ଏହି ଦାବିର ଆବଶ୍ୟକତାକୁ ଦୃଷ୍ଟିରେ ରଖି କେନ୍ଦ୍ର ରେଳ ମନ୍ତ୍ରଣାଳୟ ଗତ ତିନି ବର୍ଷ ତଳେ ରାୟଗଡା ଜିଲ୍ଲାର ଥେରୁବାଲି-ଗୁଣୁପୁର ରେଳପଥ ସଂଯୋଗୀକରଣକୁ ମଞ୍ଜୁର ଦେଇଥିବା ବେଳେ ବର୍ତ୍ତମାନ ପର୍ଯ୍ୟନ୍ତ ସର୍ଭେରେ ଅଟକି ରହିଛି । ଅନୁଦାନ ଦେଇ ନ ଥିବାରୁ ରେଳପଥ କାମ ଆଗେଇପାରୁନି । ଓଡିଶା ସାଂସଦ ରେଳମନ୍ତ୍ରୀ ହୋଇଥିବା ବେଳେ ରାୟଗଡା ଜିଲ୍ଲାବାସୀ ଆଶା ଓ ବିଶ୍ବାସ ବଢ଼ିଯାଇଛି ।

ଥେରୁବାଲି- ଠାରୁ ଗୁଣପୁର 79.15 କିଲୋମିଟର ରେଳପଥ ନିର୍ମାଣ ପାଇଁ 935.72 କୋଟି ଟଙ୍କାର ବ୍ୟୟ ଅଟକଳ ରଖାଯାଇଥିଲା । ବର୍ଷ ବର୍ଷ ଧରି ହୋଇଆସୁଥିବା ଦାବିକୁ ସାକାର ରୂପ ଦେବା ପାଇଁ ୨୦ ଜଣ ଯୁବକ ଗୁଣପୁରରୁ ସାଇକେଲରେ ବାହାରିଛନ୍ତି । ଲୋକଙ୍କ ସନ୍ଦେଶ ନେଇ ରାୟଗଡା ଆସି ମନ୍ତ୍ରୀ ଅଶ୍ବିନୀ ବୈଷ୍ଣବଙ୍କୁ ସାକ୍ଷାତ କରି ଲୋକଙ୍କ ସମସ୍ୟା, ଆବଶ୍ୟକତା ସମ୍ପର୍କରେ ଅବଗତ କରିବା ସକାଶେ ବାହାରିଥିବା ଯୁବକମାନେ କହିଛନ୍ତି ।

ରାୟଗଡ଼ାରୁ ରଞ୍ଜନ କୁମାର ରଥ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.