ETV Bharat / state

କେରଳରେ ବନ୍ଦୀ 50 ଡଙ୍ଗରିଆ, ଉଦ୍ଧାର ପାଇଁ ସିଏମଙ୍କୁ ଟ୍ବିଟରେ ନିବେଦନ - କେରଳରେ ବନ୍ଦୀ ଡଙ୍ଗରିଆ

ଏହେଉଛି କେରଳ ଏର୍ଣ୍ଣାକୁଲମ୍ ଜିଲ୍ଲା ପେରୁମବାରିୟର ସହରରେ ଫସିଥିବା 50 ଡଙ୍ଗରିଆଙ୍କ ସହ 200ରୁ ଉର୍ଦ୍ଧ୍ବ ଶ୍ରମିକଙ୍କ କରୁଣ କାହାଣୀ । ଏହି ଶ୍ରମିକମାନେ ବର୍ଷ ବର୍ଷ ଧରି ବିଭିନ୍ନ ହୋଟେଲ, ଲଜ, ପ୍ଲାଏଉଡ କମ୍ପାନୀ, ବାର ଓ ନିର୍ମାଣଧୀନ କୋଠାରେ ମିସ୍ତ୍ରୀ ଓ ହେଲପର ଭାବେ କାମ କରି ଆସୁଛନ୍ତି । ହେଲେ ଏବେ ଲକଡାଉନ ପାଇଁ ଘରକୁ ଫେରିନପାରି କେରଳର ବିଭିନ୍ନ ଜିଲ୍ଲାରେ ଫଶି ଯାଇଛନ୍ତି ଏହି ଶ୍ରମିକ । ଅଧିକ ପଢ଼ନ୍ତୁ...

odia migrants stuck in kerala, dongaria stuck in kerala, rayagada latest news, କେରଳରେ ଫସିଛନ୍ତି ଓଡିଆ ଶ୍ରମିକ, କେରଳରେ ବନ୍ଦୀ ଡଙ୍ଗରିଆ, ରାୟଗଡା ଲାଟେଷ୍ଟ ନ୍ୟୁଜ୍‌
କେରଳରେ ବନ୍ଦୀ 50 ଡଙ୍ଗରିଆ, ଉଦ୍ଧାର ପାଇଁ ସିଏମଙ୍କୁ ଟ୍ବିଟରେ ନିବେଦନ
author img

By

Published : May 15, 2020, 12:21 AM IST

ରାୟଗଡା: ଲକଡାଉନ ହେବା ପରଠାରୁ ରୋଜଗାରରେ ଝୁଲୁଛି ତାଲା । ପାଖରେ ଥିବା ଟଙ୍କା ମଧ୍ୟ ସରିବାକୁ ବସିଲାଣି । ମାଲିକଙ୍କ ସାହାଯ୍ୟରେ ବିତୁଛି ଦିନ । ଏବେ ଭିଟାମାଟିକୁ ଫେରିବାକୁ ଆକୁଳ ନିବେଦନ ସତ୍ତ୍ବେ କେରଳ ପୋଲିସ ଓ ପ୍ରଶାସନ ସାହାଯ୍ୟ କରୁନି । ଏ ଥାନାରୁ ସେ ଥାନା ଆଉ ଏ ଅଫିସରୁ ସେ ଅଫିସକୁ ଘୁରିବୁଲି ପଞ୍ଜୀକରଣ କରିବା ପରେ ବି ଦିନ ବିତୁଛି ସତ ହେଲେ ଘରକୁ ଫେରିବାର ରାସ୍ତା ଫିଟୁନି । ଏହେଉଛି କେରଳ ଏର୍ଣ୍ଣାକୁଲମ୍ ଜିଲ୍ଲା ପେରୁମବାରିୟର ସହରରେ ଫସିଥିବା 50 ଡଙ୍ଗରିଆଙ୍କ ସହ 200ରୁ ଉର୍ଦ୍ଧ୍ବ ଶ୍ରମିକଙ୍କ କରୁଣ କାହାଣୀ ।

କେରଳରେ ବନ୍ଦୀ 50 ଡଙ୍ଗରିଆ, ଉଦ୍ଧାର ପାଇଁ ସିଏମଙ୍କୁ ଟ୍ବିଟରେ ନିବେଦନ

ଏହି ଶ୍ରମିକମାନେ ବର୍ଷ ବର୍ଷ ଧରି ବିଭିନ୍ନ ହୋଟେଲ, ଲଜ, ପ୍ଲାଏଉଡ କମ୍ପାନୀ, ବାର ଓ ନିର୍ମାଣଧୀନ କୋଠାରେ ମିସ୍ତ୍ରୀ ଓ ହେଲପର ଭାବେ କାମ କରି ଆସୁଛନ୍ତି । ହେଲେ ଏବେ ଲକଡାଉନ ପାଇଁ ଘରକୁ ଫେରିନପାରି କେରଳର ବିଭିନ୍ନ ଜିଲ୍ଲାରେ ଫଶି ଯାଇଛନ୍ତି ଏହି ଶ୍ରମିକ । ମାର୍ଚ୍ଚ ମାସରେ ଲକଡାଉନ ପରଠାରୁ ଏହି ଯୁବକମାନେ ନାହିଁ ନଥିବା ଅସୁବିଧା ଭିତରେ କେରଳରେ ପଡ଼ି ରହିଥିବାରୁ ଫସିଥିବା ଯୁବକଙ୍କୁ ତୁରନ୍ତ ଉଦ୍ଧାର ପାଇଁ କୁର୍ଲି ସରପଞ୍ଚ ଡିଞ୍ଜ ଜାକେସିକା ମୁଖ୍ୟମନ୍ତ୍ରୀଙ୍କୁ ଟ୍ବିଟ କରି ନିବେଦନ କରିଛନ୍ତି।

ତେବେ ତୁରନ୍ତ ରାଜ୍ୟ ସରକାର ଏ ଦିଗରେ ପଦକ୍ଷେପ ନେଇ ସୁରକ୍ଷିତ ଭାବେ ସମସ୍ତ ଯୁବକଙ୍କୁ ନିଜ ଗାଁରେ ପହଞ୍ଚାଇବାକୁ ସରପଞ୍ଚ ଡିଞ୍ଜ ଜାକେସିକା ଅନୁରୋଧ କରିଛନ୍ତି ।

ରାୟଗଡାରୁ ରଞ୍ଜନ ରଥ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.