ETV Bharat / state

ଖାଁଖାଁ ସ୍ବର୍ଗଦ୍ବାର: ଜଳୁନି ଜୁଇ, ରୋଜଗାରରେ ବେଡି - puri swargadwara

ଜିଲ୍ଲା ପ୍ରଶାସନର କଟକଣା ପରେ ଖାଁ ଖାଁ ହୋଇପଡିଛି ସ୍ବର୍ଗଦ୍ବାର । ଏପଟେ ଶବଦାହ କରି ପରିବାର ପୋଷୁଥିବା ଲୋକେ ଏବେ କିପରି ଚଳିବେ ସେ ନେଇ ଉଠିଛି ପ୍ରଶ୍ନବାଚୀ ?

ଖାଁ ଖାଁ ସ୍ବର୍ଗଦ୍ବାର: ଜଳୁନି ଜୁଇ, ପୁରୁନି ପେଟ

author img

By

Published : Jul 8, 2020, 4:32 PM IST

ପୁରୀ: ଖାଁ ଖାଁ ସ୍ବର୍ଗଦ୍ବାର । ଯେଉଁ ସ୍ବର୍ଗଦ୍ବାରରେ ଦିନ ରାତି ଜୁଇ ଜଳୁଥିଲା ଆଜି ସେଥିରେ ବ୍ୟତିକ୍ରମ ଦେଖିବାକୁ ମିଳିଛି । ନାଁ ସ୍ବର୍ଗଦ୍ବାରରେ ଲାଗିଛି ଗହଳି, ନାଁ କେହି ଆସୁଛନ୍ତି ଅନ୍ତିମ ସଂସ୍କାର ପାଇଁ । ପୁରୀ ସ୍ବର୍ଗଦ୍ବାରରେ ଅନ୍ତିମ ସଂସ୍କାର ପାଇଁ ବାହାର ଜିଲ୍ଲାର ଲୋକଙ୍କ ଉପରେ ଜିଲ୍ଲା ପ୍ରଶାସନ ରୋକ ଲଗାଇବା ପରେ । ଏହା ଥିଲା ଆଜିର ଦୃଶ୍ୟ । ପୁରା ସ୍ବର୍ଗଦ୍ବାର ଥିଲା ଖାଁ ଖାଁ । 20ରୁ 25ଟା ଜୁଇ ଜଳିବା ପରିବର୍ତ୍ତେ ଜଳୁଥିଲା ମାତ୍ର ଗୋଟେ କି ଦୁଇଟା ।

ଖାଁ ଖାଁ ସ୍ବର୍ଗଦ୍ବାର: ଜଳୁନି ଜୁଇ, ପୁରୁନି ପେଟ

ମହାମାରୀ କୋରୋନା ସଂକ୍ରମଣ ଆଶଙ୍କାକୁ ନେଇ ପୁରୀ ସ୍ଵର୍ଗଦ୍ବାରରେ କଟକଣା ଜାରି କରାଯାଇଛି । ପୁରୀ ଜିଲ୍ଲା ବାହାରୁ କୌଣସି ମୃତଦେହ ଅନ୍ତିମ ସଂସ୍କାର ପାଇଁ ସ୍ଵର୍ଗଦ୍ବାର ଆସିବାକୁ ଅନୁମତି ଦିଆଯାଇନାହିଁ । ମଙ୍ଗଳବାର ଜିଲ୍ଲାପାଳ ବଲବନ୍ତ ସିଂଙ୍କ ନିର୍ଦ୍ଦେଶ କ୍ରମେ ଏହି କଟକଣା ଜାରି କରାଯାଇଛି ।

ଅନ୍ୟପଟେ ଜିଲ୍ଲାପ୍ରଶାସନ ଏପରି କଟକଣା ଅନ୍ତିମ ସଂସ୍କାର କରି ପେଟ ପୋଷୁଥିବା ଲୋକଙ୍କ ପାଇଁ ଦୁଃଖର କଳାବାଦଲ ଛାଇ ଯାଇଛି । କୋରୋନା କଟକଣା ବେଳେ କିପରି ଏମାନେ ଏବେ ଚଳିବେ ସେମାନଙ୍କ ପାଇଁ ପ୍ରଶ୍ନବାଚୀ ସୃଷ୍ଟି କରିଛି । ତୁରନ୍ତ ଜିଲ୍ଲା ପ୍ରଶାସନର ସାହାଯ୍ୟ ଲୋଡିଛନ୍ତି ଏମାନେ ।

ପୁରୀରୁ ଶକ୍ତି ପ୍ରସାଦ ମିଶ୍ର, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.