ପୁରୀ : ପିଲାଚୋରକୁ ନେଇ ପୁରୀ ଜିଲ୍ଲାର କୋଣାର୍କ, ଗୋପ ବ୍ଲକ ଅଞ୍ଚଳରେ ଦେଖାଦେଇଛି ଆତଙ୍କ । ଜଣେ ଅଜଣା ବ୍ୟକ୍ତିଙ୍କୁ ଅଟକ ରଖି ପୋଲିସକୁ ଜିମା ଦେଇଛନ୍ତି ଗ୍ରାମବାସୀ । ପୋଲିସ ଏହି ଅଜଣା ଲୋକଙ୍କୁ ଅଟକ ରଖି ତଦନ୍ତ ଆରମ୍ଭ କରିଛି ।
ତେବେ, ଅଟକ ଥିବା ବ୍ୟକ୍ତି ଜଣକ ହିନ୍ଦୀ ଓ ଓଡ଼ିଆରେ କଥାବାର୍ତ୍ତା କରୁଥିବା ସୂଚନା ମିଳିଛି । ପୋଲିସ ଏପରି ଏକ ଗୁରୁତ୍ବପୂର୍ଣ୍ଣ ଘଟଣାକୁ ନେଇ ତଦନ୍ତ କରୁଥିବା ବେଳେ କୌଣସି ପ୍ରତିକ୍ରିୟା ଦେବାକୁ ମନା କରିଛି l
ପୁରୀରୁ ଶକ୍ତିପ୍ରସାଦ ମିଶ୍ର, ଇଟିଭି ଭାରତ