ETV Bharat / state

ଭୋଜିସାରି ଫେରୁଥିବା ବେଳେ ଚିଲିକାରେ ବୁଡ଼ିଲା ଡଙ୍ଗା, ୨ ମୃତ

author img

By

Published : Sep 4, 2022, 8:58 PM IST

Updated : Sep 5, 2022, 10:04 AM IST

କୃଷ୍ଣପ୍ରସାଦ ବ୍ଳକ ଗମ୍ଭାରୀ କାଳିଜାଇ କୁଦ ନିକଟରେ ବୁଡିଲା ଡଙ୍ଗା । 2ଜଣଙ୍କ ମୃତଦେହ ଉଦ୍ଧାର କଲା ଅଗ୍ନିଶମ ବିଭାଗ । ଅଧିକ ପଢନ୍ତୁ

ଚିଲିକାରେ ବୁଡ଼ିଲା ଡଙ୍ଗା, 2 ନିଖୋଜ
ଚିଲିକାରେ ବୁଡ଼ିଲା ଡଙ୍ଗା, 2 ନିଖୋଜ

ବ୍ରହ୍ମଗିରି: ପୁଣି ଚିଲିକାରେ ଅଘଟଣ । ଭୋଜିସାରି ଫେରୁଥିବାବେଳେ ଚିଲିକାରେ ବୁଡ଼ିଲା ଡଙ୍ଗା । କୃଷ୍ଣପ୍ରସାଦ ବ୍ଳକ ଗମ୍ଭାରୀ କାଳିଜାଇ କୁଦ ନିକଟରେ ଡଙ୍ଗା ବୁଡି 2ଜଣ ନିଖୋଜ ଥିବା ବେଳେ ସେମାନଙ୍କ ମୃତଦେହ ଉଦ୍ଧାର କରାଯାଇଛି ।

ଭୋଜିସାରି ଫେରୁଥିବାବେଳେ ଚିଲିକାରେ ବୁଡ଼ିଲା ଡଙ୍ଗା, ୨ ମୃତ

ମିଳିଥିବା ସୂଚନା ଅନୁଯାୟୀ, ରବିବାର ଗୋଟିଏ ଡଙ୍ଗାରେ ୧୫ ଜଣ ଭୋଜିସାରି ଫେରୁଥିବାବେଳେ ଡଙ୍ଗାଟି ଚିଲିକାରେ ବୁଡିଯାଇଥିଲା। ଫଳରେ 15 ଜଣଙ୍କ ମଧ୍ୟରୁ 2ଜଣ ନିଖୋଜ ହୋଇଯାଇଥିଲେ । ଏନେଇ ଖବର ପାଇଁ ଘଟଣା ସ୍ଥଳରେ ବ୍ରହ୍ମଗିରି ଅଗ୍ନିଶମ ବିଭାଗ ଏବଂ ସ୍ଥାନୀୟ ଲୋକ ପହଞ୍ଚି ଖୋଜା ଖୋଜି ଆରମ୍ଭ କରିଥିଲେ । ସର୍ଚ୍ଚ ଅପରେସନର କିଛି ସମୟ ପରେ ସ୍ଥାନୀୟ ଲୋକ ଓ ଅଗ୍ନିଶମ ବିଭାଗ ଦୁଇଜଣଙ୍କ ମୃତଦେହକୁ ପାଣିରୁ ଉଦ୍ଧାର କରିଥିଲେ । ତେବେ 2 ମୃତକ ପୁରୀର ବୋଲି ଜଣାପଡ଼ିଥିବା ବେଳେ ଜଣଙ୍କର ନାମ ଚିଣ୍ଟୁ ହୋଇଥିବା ସୂଚନା ମିଳିଛି ।

ଏହା ମଧ୍ୟ ପଢନ୍ତୁ-ଗଙ୍ଗାରେ ଡଙ୍ଗା ବୁଡି, 10 ନିଖୋଜ

ଗତ ଜୁନ୍ ୧୮ ତାରିଖରେ ଚିଲିକାରେ ଏକ ମାଛଧରା ଡଙ୍ଗା ବୁଡିଯାଇଥିଲା । କାଳୁପଡା ଏବଂ ଶୋରଣ ନିକଟ ଚିଲିକା ମଝିରେ ଏହି ଅଘଟଣ ଘଟିଥିବା ବେଳେ ଜାଲ, କିଳା, ମାଛ ଓ ମେସିନ ଆଦି ଭାସିଯାଇଥିଲା । କେହି ମୃତାହତ ହୋଇନଥିବା ସୂଚନା ମିଳିଥିଲା । ସେହିପରି ମେ ୫ ତାରିଖ ଦିନ ବାଲେଶ୍ୱର ରେମୁଣା ଅଞ୍ଚଳର ଗୋଟିଏ ପରିବାର ମା’ କାଳୀଜାଈଙ୍କ ଦର୍ଶନ ପାଇଁ ଯାଇଥିଲେ । ଫେରିବାବେଳେ ଚିଲିକାର ଚଢେଇଗୁହା ପାହାଡ଼ ନିକଟରେ କାଳବୈଶାଖୀ ପ୍ରଭାବରେ ଡଙ୍ଗାଟି ବୁଡି ଯାଇଥିଲା । ଫଳରେ ଚିଲିକାର ଗଭିର ଜଳରୁ ୧୦ ଜଣଙ୍କୁ ଉଦ୍ଧାର କରାଯାଇଥିଲା ।

ଇଟିଭି ଭାରତ, ବ୍ରହ୍ମଗିରି

Last Updated : Sep 5, 2022, 10:04 AM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.