ବ୍ରହ୍ମଗିରି: ବ୍ରହ୍ମଗିରିରେ ମୃତ ଚାଷୀଙ୍କୁ ଦିଆଯାଇଛି ଶ୍ରଦ୍ଧାଞ୍ଜଳି । କେନ୍ଦ୍ର ସରକାରଙ୍କ କୃଷି ଆଇନ ପ୍ରତ୍ୟାହାର ଦାବିରେ ଦିଲ୍ଲୀରେ ଚାଲିଥିବା କୃଷକ ଆନ୍ଦୋଳନରେ ମୁତ୍ୟୁ ବରଣ କରିଥିବା ଚାଷୀଙ୍କ ଉଦ୍ଦେଶ୍ୟରେ ବ୍ରହ୍ମଗିରି ବସଷ୍ଟାଣ୍ଡଠାରେ ଶ୍ରଦ୍ଧାଞ୍ଜଳି ସଭା ଅନୁଷ୍ଠିତ ହୋଇଥିଲା ।
ପୁରୀ ଜିଲ୍ଲା ପ୍ରାକୃତିକ ବିପର୍ଯ୍ୟୟ ପ୍ରତିକାର କ୍ରିୟାନୁଷ୍ଠାନ କମିଟି, ପୁରୀ ଜିଲ୍ଲା ଜନ ସମ୍ମିଳନୀ ଓ ବ୍ରହ୍ମଗିରି କୃଷିଜୀବୀ ସମିଳନୀ ମିଳିତ ଭାବେ ଏହି ସଭା ଆୟୋଜନ କରିଥିଲେ । ତେବେ ଶହିଦ କୃଷକଙ୍କୁ ଶ୍ରଦ୍ଧାଞ୍ଜଳି ଦେବା ସହ କୃଷି ଆଇନକୁ ସଂଶୋଧନ କରିବା ପାଇଁ ଦାବି କରାଯାଇଥିଲା ।
ବ୍ରହ୍ମଗିରିରୁ ଦେବାଶିଷ ଦାସ, ଇଟିଭି ଭାରତ