ETV Bharat / state

ଜ୍ବରରେ ଶ୍ରୀଜୀଉ: ଚାଲିଛି ଔଷଧୀୟ ଉପଚାର - puri

ସ୍ନାନ ପରେ ଜ୍ୱରରେ ପଡିଛନ୍ତି ଦାରୁଦିଅଁ । ଅଣସର ଘରେ ଜ୍ବରରେ ଥରୁଛନ୍ତି ଶ୍ରୀବିଗ୍ରହ । ଆଉ ଜ୍ବର ଉପଶମ ପାଇଁ ଚାଲିଛି ଗୁପ୍ତବିଧି, ଔଷଧୀୟ ଚିକିତ୍ସା ।

ଫାଇଲ ଫଟୋ
author img

By

Published : Jun 23, 2019, 2:08 PM IST

ପୁରୀ: ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଅପୂର୍ବ ମାନବଲୀଳା । ଲୋକ ଜୀବନର ମହାଦେବତା ମହାପ୍ରଭୁ । ତାଙ୍କର ପୂଜା ବିଧାନ ଓ ଉପଚାରରେ ଲୋକଙ୍କ ଜୀବନର ପ୍ରଭାବ ପରିଲକ୍ଷିତ ହୋଇଥାଏ । ସେଥିପାଇଁ ସ୍ନାନ ପରେ ଜ୍ୱରରେ ପଡିଛନ୍ତି ଦାରୁଦିଅଁ । ଅଣସର ଘରେ ଜ୍ବରରେ ଥରୁଛନ୍ତି ଶ୍ରୀବିଗ୍ରହ । ଆଉ ଜ୍ବର ଉପଶମ ପାଇଁ ଚାଲିଛି ଗୁପ୍ତବିଧି, ଔଷଧୀୟ ଚିକିତ୍ସା ।

ଅଣସର ଘରେ ଅବସ୍ଥାନ କରିଥିବା ମହାପ୍ରଭୁଙ୍କ ଶ୍ରୀଅଙ୍ଗରେ ଗତକାଲି କୃଷ୍ଣ ପଞ୍ଚମୀ ତିଥିରେ ଜଡିବୁଟିଯୁକ୍ତ ଔଷଧୀୟ ଫୁଲୁରୀ ତେଲ ଲାଗି ହୋଇଛି । ରବିବାର ଠାରୁ ବିଭିନ୍ନ ଔଷଧୀୟ ଉପଚାର ଲାଗୁ କରାଯିବ । ମଧ୍ୟାହ୍ନ ଧୂପ ପରେ ବିଭିନ୍ନ ଚେର ମୂଳିରେ ପ୍ରସ୍ତୁତ ଔଷଧକୁ ଦଇତାପତି ସେବକମାନେ ଶ୍ରୀଜୀଉଙ୍କ ଅଙ୍ଗରେ ଲଗାଇବେ । ଷଷ୍ଠୀ ତିଥୀ ରୁ ନବମୀ ତିଥି ପର୍ଯ୍ୟନ୍ତ ଏହି ଔଷଧ ଲାଗି କରାଯିବ । ଫଳରେ କିଛି ମାତ୍ରାରେ ଶ୍ରୀଜୀଉ ଜ୍ବରରୁ ଉପଶମ ପାଇବେ ।

ସେହିପରି ପରମ୍ପରା ଅନୁଯାୟୀ ଦଶମୀ ଦିନ ରାଜବୈଦ୍ୟଙ୍କ ଦ୍ବାରା ପ୍ରସ୍ତୁତ ଦଶମୂଳ ମୋଦକ ଖାଇବା ପରେ ମହାପ୍ରଭୁ ସମ୍ପୂର୍ଣ୍ଣ ଉପଶମ ହେବେ ।

ଚତୁର୍ଦ୍ଦଶୀ ରାତ୍ରରେ ଚତୁର୍ଦ୍ଧା ମୂର୍ତ୍ତି ନବ ଯୌବନ ବେଶ ଧାରଣ କରି ନେତ୍ରୋତ୍ସବ ଲାଗି ବିଜେ ହୁଅନ୍ତି । ଏହାସହ ଗତ ପନ୍ଦର ଦିନ ଧରି ରତ୍ନ ସିଂହାସନରେ ପୂଜା ପାଉଥିବା ପଟି ଦିଅଁ ଓ ଦଶାବତାର ଠାକୁରମାନେ ନିଜ ନିଜ ସ୍ଥାନକୁ ଫେରିଆସନ୍ତି । ରଥଯାତ୍ରା ପୂର୍ବରୁ ଅଣସର ପରେ ଏହାକୁ ନବଯୌବନ ଦର୍ଶନ ବା ନେତ୍ରୋତ୍ସବ ବୋଲି କୁହାଯାଏ ।

ପୁରୀରୁ ଶକ୍ତି ପ୍ରସାଦ ମିଶ୍ର, ଇଟିଭି ଭାରତ

Intro:ଆରମ୍ଭ ହେଲା ମହାପ୍ରଭୁଙ୍କ ପାଇଁ ଔଷଧୀୟ ଉପଚାରBody:ଅନବସର ରେ ମହାପ୍ରଭୁ । ଜ୍ୱର ଉପଶମ ପାଇଁ ଗୁପ୍ତ ସେବା ଚାଲିଛି। ଅଣସର ଘରେ ଅବସ୍ଥାନ କରିଥିବା ମହାପ୍ରଭୁଙ୍କ ଶ୍ରୀଅଙ୍ଗରେ ଗତକାଲି ଫୁଲୁରୀ ତେଲ ଲାଗି ହୋଇଛି।ଆଜିଠୁ ବିଭିନ୍ନ ଔଷଧୀୟ ଉପଚାର ଲାଗୁ କରାଯିବ। ମଧ୍ୟାହ୍ନ ଧୂପ ପରେ ବିଭିନ୍ନ ଚେର ମୂଳିରେ ପ୍ରସ୍ତୁତ ଔଷଧକୁ ଦଇତାପତି ସେବକମାନେ ଶ୍ରୀଜିଉଙ୍କ ଅଙ୍ଗରେ ଲଗାଇବେ। ଷଷ୍ଠୀ ତିଥୀ ରୁ ନବମୀ ତିଥି ପର୍ଯ୍ୟନ୍ତ ଏହି ଔଷଧ ଲାଗି କରାଯିବ। ଫଳରେ କିଛି ମାତ୍ରାରେ ଶ୍ରୀଜିଉ ଜ୍ୱରରୁ ଉପଶମ ପାଇବେ।
ସେହିପରି ପରମ୍ପରା ଅନୁଯାୟୀ ଦଶମୀ ଦିନ ରାଜବୈଦ୍ୟଙ୍କ ଦ୍ୱାରା ପ୍ରସ୍ତୁତ ଦଶମୂଳ ମୋଦକ ଖାଇବା ପରେ ମହାପ୍ରଭୁ ସମ୍ପୂର୍ଣ୍ଣ ଉପଶମ ହେବେ। ଏହାପରେ ଜୁଲାଇ ୨ତାରିଖରେ ଶ୍ରୀଜୀଉ ଭକ୍ତଙ୍କୁ ନବଯୌବନ ବେଶରେ ଦର୍ଶନ ଦେବେ।Conclusion:ପୂରି ରୁ ଶକ୍ତି ପ୍ରସାଦ ମିଶ୍ର

ଶ୍ରୀମନ୍ଦିର ଫାଇଲ ଭିଯୁଆଲ ଲାଗିବ ଏହି avo ରେ
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.